ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଙ୍କଡ଼ାହାଡ଼ ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବର

ଢେଙ୍କାନାଳ,/ କାମାକ୍ଷାନଗର 12/7/22 ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ସଭଗୃହରେ ସୋମବାର ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଉପ୍ଲିଳାପାଳ ,ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର,ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ବୁଲବୁଲ ବେହେରା,ତହସିଲଦାର ରମେଶ ଚନ୍ଦ୍ର ଜେନା,ବ୍ଲକ ଉପାଧ୍ୟକ୍ଷା ଦୀପ ସାହୁଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।ବିଦ୍ୟାଳୟକୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ପ୍ରବେଶ କରିବାକୁ ଯେଉଁ ପ୍ରକାର ବାରଣ କରାଯାଇଛି ଏହା ତୁରନ୍ତ ପ୍ରତ୍ୟାହାର କରିନେବା କଙ୍କଡ଼ାହାଡ଼ ବ୍ଲକ ଓ କାମାକ୍ଷାନଗର ସାମ୍ବାଦିକ ସଂଘ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ଉକ୍ତ ଶିବିରରେ ୬୩ ଜଣଙ୍କ ଅଭିଯୋଗ ହସ୍ତାନ୍ତର ହୋଇଥିବା ବେଳେ ଏଥି ମଧ୍ୟରୁ ୫୩ ଜଣଙ୍କ ଅଭିଯୋଗ ଫଇସଲା ହୋଇଥିଲା । ଜିଳାପାଳ ଶେଷରେ କେରଯୋଳି ଉଚ୍ଚ ବିଦ୍ୟାଳୟ ଅଭିମୁଖେ ପରିଦର୍ଶନ କରି ବିଦ୍ୟାଳୟର ଶ୍ରେଣୀ ଗୃହ,ଖେଳ ପଡିଆ,ଲାବରୋଟରି , ଲାଇବ୍ରେରୀ ସମ୍ବନ୍ଧୀୟ ଉପରେ ଛାତ୍ର ଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ ।ପରିସରରେ ଗଣମାଧ୍ୟମ ପ୍ରତିନିଧି ପ୍ରତି ବ୍ଲକ ଶିକ୍ଷାଧିକାରୀ ହରିହର ଦେହୁରୀ ଦେଇଥିବା ଚିଠି ଉପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଅବିନାଶ ମହାପାତ୍ର ଙ୍କ କବିତା ପ୍ରେମ ଫୁଲ ଶର ମାରି

ନିରୁପମା ପାଣି ଙ୍କ ଗଳ୍ପ ସମୟ ର ଖେଳ

Sunil Chandra Nayak

ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!