ଭବମୟ ତୁମେ ଜଗନ୍ନାଥ
ବେଣୁଧର ସୂତାର
ତୁମେ ଲୀଳାମୟ ଭାବର ଠାକୁର
ଭକ୍ତିର ଅମୃତ ଯୋଗ
ହୃଦୟେ ଜଗାଅ କୋଟି ପୁଲକର
ଭକ୍ତିମୟ ଅନୁରାଗ
ତୁମେ, ଚିନ୍ମୟ ପରମାନ୍ଦ
ତୁମେ ନିଖିଳର ଭାବ ଅନ୍ତଃସ୍ୱର
ଭକ୍ତିର ଅମିୟ ଛନ୍ଦ ……………
ଅନନ୍ତ ବିଶ୍ୱର ତୁମେ ରୂପକାର
ତୁମେ ପ୍ରଭୁ ଭକ୍ତ ପ୍ରାଣ
ଘେନ ନିରାଜନା ଭକତି ଅର୍ଚ୍ଚନା
ଭାବମୟ ସମର୍ପଣ
ପ୍ରଭୁ ନିରାକାର ଆଦିକନ୍ଦ
ତୁମରି ରୂପର ମୋହନ ଛନ୍ଦରେ
ଝରୁଥାଇ ମକରନ୍ଦ
ଭକ୍ତିର ଅମିୟ ଛନ୍ଦ ……………
କନ୍ଦର ନିବାସୀ ପ୍ରଭୁ ବ୍ରହ୍ମରାଶି
ବ୍ରହ୍ମମୟ ସନାତନ
ଭାବ ମାଧୂର୍ଯ୍ୟର ଚାରୁ ରୂପକଳ୍ପ
ତୁମେ ସତ୍ୟ ଚିରନ୍ତନ
ବିମୋହନ ରୂପଛନ୍ଦ
ଭାବ ଭକତିର ମୋକ୍ଷ ଓ ମୁକ୍ତିର
ଭାବାତୀତ ଅନୁବନ୍ଧ
ଭକ୍ତିର ଅମିୟ ଛନ୍ଦ ।।
ସବୁ ବନ୍ଧନର ଉର୍ଦ୍ଧ୍ୱରେ ତୁମେତ
କୋଟି ଜଗତର ନାଥ
ଜୀବନ ପଥର ତୁମେହିଁ ପାଥେୟ
ଭାବମୟ ଜଗନ୍ନାଥ
ଶ୍ରୀ ଗୀତ ଗୋବିନ୍ଦ ଛନ୍ଦ
ମୁଗ୍ଧ ଆବେଗରେ ଗାଏମୁଁ ଅଧୀରେ
ନାଚଇ ହୃଦୟ କନ୍ଦ
ଭକ୍ତିର ଅମିୟ ଛନ୍ଦ ।।
କେଶଦୁରାପାଳ କେନ୍ଦୁଝର