ରଥଯାତ୍ରା
ମାନଗୋବିନ୍ଦ ସ୍ବାଇଁ
ବରଷକେ ଥରେ ପୁରୀ ରଥଯାତ୍ରା
ଭକ୍ତ ପ୍ରଭୁଙ୍କ ମିଳନ
ହାତ ମେଲି କରି ଡାକେ ପ୍ରଭୁ ଭକ୍ତ
ଭୁଲିବା ଦୁଃଖ ଜୀବନ।
ଛୁଇଁ ଦେଲେ ରଥ ଚାଲିଯିବ ପାପ
ଭକ୍ତ ବତ୍ସଳ ହରି
ଗୁହାରୀ କରିଲେ ସବୁ ସେହି ବୁଝେ
କେବେ ଯିବା ନାହିଁ ହାରି।
ତା ରଥ ଦଉଡ଼ି ଭକ୍ତ ଆଣେ ଭିଡ଼ି
ଭକ୍ତିରେ ନେଉଛି ଟାଣି
ଘର ଘର ଶବ୍ଦ ଘୁଞ୍ଚାଇ ବିପଦ
ଭକ୍ତିରେ ଫଳକୁ ପୁଣି।
ରଥର ପାଦୁକା ତୁଣ୍ଡେ ପାଇ ଦେଲେ
ଦେହ ଆସେ ଶକ୍ତି ବଳ
ଡାହୁକ ଡାକର ଶବ୍ଦ ଶୁଣି ଦେଲେ
ମନ ହୁଏ ନିରିମଳ।
ହରି ବୋଲ ଧ୍ବନି ଯେତେ ଦୂର ଯିବ
ପ୍ରଭୁ ନାମ ଥିବ ଡାକ
ଅନ୍ଧାର ଦୂରେଇ ଆଲୋକ ପ୍ରବେଶ
ଭକ୍ତ ପ୍ରଭୁ ଆଜ୍ଞା ଲୋକ।