ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତନ୍ମୟ କିଶୋର ଦାସ ଙ୍କ କବିତା ତୋ ଦର୍ଶନ ସାତ ସ୍ବପ୍ନ

ତୋ ଦର୍ଶନ ସାତ ସ୍ବପ୍ନ

ଘୋଷାଡ଼ିବା ଠାରୁ ବଳେ ମୋର ଦୁଃଖ

ଘୋଷଯାତ୍ରା କରୁ ତୁ କଳା ଶ୍ରୀମୁଖ

ତୋ ଦର୍ଶନ ସାତ ସ୍ବପ୍ନ

ଓଳିଏ ଖାଇଲେ ଓଳିଏ ଓପାସ

କରୁକିଆଁ ହିନିମାନ

ବାଲିରଥେ ବିଜେ ଭକତର ପାଇଁ

ଦାସିଆ ନଡ଼ିଆ ଶ୍ରୀଭୁଜରେ ନେଇ

ଦେଖାଇଛୁ ବଡ଼ପଣ

ବନ୍ଧୁମାହାନ୍ତିକୁ ସୁନାଥାଳି ଦେଇ

ରଖିଛୁ ଭକତ ମାନ

ମୋ ବେଳକୁ କରୁ କପଟ ସ୍ଵଭାଵ

ସବୁଜାଣିଶୁଣି ରହିକି ନିରବ

ବଡ଼ଦାଣ୍ଡେ ଚାଲୁ ଝୁଲି

ଭକ୍ତ ପାଇଁ ଯେବେ ତୋ ରଥଯାତରା

ମୋତେ କିଆଁ ଯାଉ ଭୁଲି

ଗଢିବା ଭାଙ୍ଗିବା ସବୁ ତୋର ନାଟ

କାନ୍ଦି କାନ୍ଦି ମରେ ମୁଁ ଜଣେ ପତିତ

କରୁଣା କାହିଁକି ଉଣା

କେଉଁ ଜନ୍ମ ପାପ ଭୁଞ୍ଜୁଛି ଠାକୁରେ

ବାରେ,ଦେଖାଅ ମୁକତି ଠଣା

ତନ୍ମୟ କିଶୋର ଦାସ

ନେମାଳ, କଟକ

Related posts

କବିତା ସାହୁ   ଙ୍କ କବିତା ଫେରିଆ ସମୟ 

Sunil Chandra Nayak

ଜନରଞ୍ଜନ ପ୍ରଧାନ ଙ୍କ କବିତା ସନ୍ଦେହ

Sunil Chandra Nayak

ବୌଦ୍ଧ ବ୍ଲକରେ ବ୍ଲକ ସ୍ତରୀୟ ମିଶନ ଶକ୍ତି ଋଣ ମେଳାର ଆୟୋଜନ

Sunil Chandra Nayak

Leave a Comment

error: Content is protected !!