ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପବିତ୍ର ରଥଯାତ୍ରା ଅବସରରେ ଜଗତସିଂହପୁର ପ୍ରଧାନ ଡାକଘରେ ଜାରିହେଲା ବିଶେଷ ରଦ୍ଦକରଣ ଷ୍ଟାମ୍ପ

ଆଜି(ତା:୦୧-୦୭-୨୦୨୨) ପବିତ୍ର ରଥଯାତ୍ରା ଅବସରରେ କଟକ ଦକ୍ଷିଣ ଡାକମଣ୍ଡଳର ଅଧୀନରେ ଥିବା ୨ଟି ପ୍ରଧାନ ଡାକଘରେ ଏକ “ବିଶେଷ ରଦ୍ଦକରଣ ଷ୍ଟାମ୍ପ” ଉନ୍ମୋଚନ ହୋଇଯାଇଛି। ଏଥି ମଧ୍ୟରୁ ଜଗତସିଂହପୁର ପ୍ରଧାନ ଡାକଘର ପକ୍ଷ୍ୟରୁ ପ୍ରଧାନ ଡାକପାଳ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁଙ୍କ ଅଧକ୍ଷ୍ୟତାରେ ଏକ “ବିଶେଷ ରଦ୍ଦକରଣ ଷ୍ଟାମ୍ପ” ଫିଲାଟେଲିଷ୍ଟ ଶ୍ରୀଯୁକ୍ତ ହିମାଂଶୁ ଶେଖର ଦାସ ଓ ଜଗତସିଂହପୁରର ଜଣେ ଜଣାଶୁଣା ବିଶିଷ୍ଟ ବ୍ୟବସାୟୀ ଶ୍ରୀଯୁକ୍ତ ନିର୍ମଳ ଖୁଣ୍ଟିଆ ଙ୍କ ଉପସ୍ଥିତିରେ ଉନ୍ମୋଚନ ହୋଇଯାଇଛି । ଏହି ଅବସରରେ ଡାକପାଳଙ୍କ ସହିତ ଓମ ପ୍ରକାଶ,ସୁରେଶ କୁମାର ସ୍ୱାଇଁ,ସୁଶାନ୍ତ ପାଢ଼ୀ, ଶୁଭନାରାୟଣ ସ୍ୱାଇଁ, ମହେଶ ମଲ୍ଲିକ, ଜ୍ୟୋତି ରଞ୍ଜନ ସେନାପତି, ଶୁଭମ ତ୍ୟାଗୀ, ଶରତ କୁମାର ଏବଂ ଦେବାଶିଷ ସାହୁ ପ୍ରମୁଖ ଡାକ-କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏଥି ସହ କଟକ ଦକ୍ଷିଣ ଡାକମଣ୍ଡଳ ଅଧୀନରେ ଥିବା ୨ ଟି ପ୍ରଧାନ ଡାକଘରେ(ଜଗତସିଂହପୁର ଓ ଆଠଗଡ ପ୍ରଧାନ ଡାକଘର) ବୁକ ହୋଇଥିବା ସମସ୍ତ ଚିଠି ଗୁଡିକରେ ଉଭୟରେ ଓଡ଼ିଆ,ହିନ୍ଦୀ ଏବଂ ଇଂରାଜୀ ଭାଷାରେ “ପବିତ୍ର ରଥଯାତ୍ରା-୨୦୨୨(JAGANNATH SWAMI NAYAN PATHA GAMI BHAVA TUME)ଓ ତିନି ଠାକୁରଙ୍କ ରଥ” ମାନଙ୍କର କାଳିର ଏକ ଚିତ୍ରିତ ରୂପାଙ୍କନ ଛାପ ରୂପେ ଏହି ବିଶେଷ ରଦ୍ଦକରଣ ଷ୍ଟାମ୍ପ ବ୍ୟବହାର କରାଯାଇଛି । ଏହି ବିଶ୍ଵପ୍ରସିଦ୍ଧ ପବିତ୍ର ରଥଯାତ୍ରା ର ମହତ୍ତ୍ୱ ପ୍ରତିପାଦନ ସହିତ ଓଡିଶାର ଜଗନ୍ନାଥ ସଂସ୍କୃତି ବଜାୟରଖିବା ନିମିତ୍ତ ଭାରତୀୟ ଡାକ ବିଭାଗ ତରଫରୁ ଓଡିଶାରେ ଥିବା ୩୫ଟି ପ୍ରଧାନ ଡାକଘର ମାଧ୍ୟମରେ ଏହି ରେଖା ଚିତ୍ରିତ ଏକ ବିଶେଷ ରଦ୍ଦକରଣ ଷ୍ଟାମ୍ପ ବ୍ୟବହାର କରାଯାଇଛି । ଏହା ଏକ ପ୍ରକାର ସର୍ବ ବୃହତ ଏକକାଳୀନ ଡାକଟିକଟ ସଂଗ୍ରହ ସ୍ମୃତିଚାରଣ ମଧ୍ୟରେ ପରିଗଣିତ ହେବାକୁ ଯାଉଛି । ଡାକଟିକେଟ ଲଗାଇ ଏହାର ପୁନଃବ୍ୟବହାର ରୋକାଯିବାକୁ ରଦ୍ଦକରଣ କୁହାଯାଇଥାଏ । ଏହା ଡାକଟିକେଟ ସଂଗ୍ରହ ଏବଂ ଅଧ୍ୟୟନ ବା ଫିଲାଟେଲିକ ଷ୍ଟଡିଜର ଏକ ବିଷୟ ବସ୍ତୁ ଅଟେ । ଓଡିଶା ସତର୍କତାର ସହ ଲକଡାଉନ ରୁ ବାହାରକୁ ଆସିଥିବାରୁ ଓଡିଶା ଡାକ ପରିମଣ୍ଡଳ ଏହି ବିଶେଷ ରଦ୍ଦକରଣର ଏକ ଦିନ ନିମିତ୍ତ ପ୍ରଚଳନ ଏକ ବିଶାଳ ଡାକ ସ୍ମୃତି ସ୍ୱରୂପ ଡାକଟିକେଟ ସଂଗ୍ରହ କ୍ଷେତ୍ରରେ ସୁଯୋଗର ସମ୍ଭାର ନେଇ ଆସିବା ସହିତ ଦେଶ ତଥା ଓଡ଼ିଶାରେ ଫିଲାଟେଲିକ କାର୍ଯ୍ୟକଳାପକୁ ଅଗ୍ରଗତି ଦିଗରେ ଆଗେଇ ନେବ ବୋଲି କଟକ ଦକ୍ଷିଣ ଡାକମଣ୍ଡଳର ଡାକ ଅଧିକ୍ଷକ ଶ୍ରୀଯୁକ୍ତ ଗଜେନ୍ଦ୍ର ପ୍ରସାଦ କର କହିଛନ୍ତି ।

ଅମୃତ ନନ୍ଦ ଙ୍କ ରିପୋର୍ଟ

Related posts

ରୁପ୍ରା ସୂନାମୁହିଁ ସାଗର ପରିଦର୍ଶନରେ ନର୍ଲା ବିଧାୟକ ଓ ବିଭାଗୀୟ ଯନ୍ତ୍ରୀଙ୍କ ପରିଦର୍ଶନ

ପ୍ରବନ୍ଧ

Sunil Chandra Nayak

ନବ କୁମାର ଦାସ ଙ୍କ କବିତା ଯେଉଁଠି ରାତି ସରେ

Sunil Chandra Nayak

Leave a Comment

error: Content is protected !!