ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ଘଟଣା ପରେ ଚେତିଲା ପ୍ରଶାସନ, ଥୁଆମୂଳ ରାମପୁର ବାର୍ଷିକୋନା ର ଲୋକେ ପି ଡି ଏସ ପାଇବେ ଦାସିଗାଁ ପଂଚାୟତରେ , ୫୩ ପରିବାର ହେବେ ଉପକୃତ

 ଚିଲିଗୁଡା : ( ମ ନି ସ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ସିନ୍ଧିପଦର ପଂଚାୟତର ବାର୍ଷିକୋନା ,ବିରା ଗୁଡା ,ଗମେର ଗୁଡା ଏବଂ ଗୁଡିଛୁଆ ଗାଁ ଗୁଡିକ ପାହାଡ଼ ପର୍ବତ ଘେରରେ ଅବସ୍ତିତ ।ଏହି ଗାଁର ପ୍ରାୟତଃ ୫୩ ଜଣ ପରିବାର ଥୁଅମୂଳ ରାମପୁରର ସିଦ୍ଧି ପଦର ପଞ୍ଚାୟତରୁ ପି ଡି ଏସ ଚାଉଳ ,ଭତ୍ତା ଅ।ଣୁ ଥିଲେ । ଗ୍ରାମ ବାସୀଙ୍କ କହିବା ନୁଯାୟୀ ପାହାଡ଼ ରାସ୍ତା ଦେଇ ସିଦ୍ଧି ପଦର ପଞ୍ଚାୟତକୁ ଗଲେ ୨୦ କିମି ପଢୁ ଥିବା ବେଳେ ମୁଖ୍ୟ ରାସ୍ତା ଦେଇ ଗଲେ ପ୍ରାୟ ୬୦ କିମି ଦୂର ଯିବାକୁ ପଡି ଥାଏ । ଏତେ କଷ୍ଟରେ ବର୍ଷା ,ଖରା ଓ ଶୀତ ଋତୁ ରେ ଲୋକେ ପି ଡି ଏ ସ ଚାଉଳ ଆଣିବାକୁ ବାଧ୍ୟ ହେଉଥିଲେ । ନିଜ ଜୀବନକୁ ବାଜି ଲଗାଇ ଏତେ ଦୂର ଲୋକଙ୍କୁ ଯିବାକୁ ପଡୁଥିଲା ।ପ୍ରକାଶ ଥାଉକି ଗତ ମେ ମାସ ୧୭ ତାରିଖ ଦିନ ବାର୍ଷି କୋନା ର ଲୋକେ ପି ଡି ଏ ସ ଚାଉଳ ଆଣିବାକୁ ସିଦ୍ଧି ପଦର ପଞ୍ଚାୟତକୁ ଯାଇଥିଲେ ।ଚାଉଳ ଧରି ଏକ ଗାଡ଼ିରେ ଫେରୁଥିବା ସମୟରେ ଗାଡିଟି ସିଙ୍ଗାରି ଘାଟିରେ ଦୁର୍ଘଟଣା ଘଟିଥିଲା । ଯାହାକି ବାର୍ଷି କୋନା ର ୫ ଜଣଙ୍କ ଜୀବନ ଯାଇଥିଲା ଏବଂ ୧୦ ଜଣ ଗୁରୁତର ଆହତ ହୋଇଥିଲେ । ଯାହାକି ଏହି ଘଟଣା ରାଜ୍ୟରେ ଚହଳ ପଡିଥିଲା ।ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଏବେ ବାର୍ଷି କୋନା ବାସୀଙ୍କ ଦୁଃଖ ଶୁଣିଛି ।ଏବେ ଏହି ଗ୍ରାମର ୫୩ ଜଣ ରେସନ କାର୍ଡ ଧାରୀ ଜୁନାଗଡ଼ ବ୍ଲକ ଦାସୀ ଗାଁ ପଞ୍ଚାୟତରେ ଆଜି ସାମିଲ ହୋଇ ଛନ୍ତି ।ଏହି ଗ୍ରାମବାସୀ ବର୍ତ୍ତମାନ ଦାସୀ ଗାଁ ପଂଚାୟତରେ ସମ୍ପୂର୍ଣ ଭାବରେ ସାମିଲ କରିବା ପାଇଁ ଦାବି କରିଛନ୍ତି ।ରେସନ କାର୍ଡ ପ୍ରଦାନ କାର୍ଯ୍ୟକ୍ରମ ଅବସରରେ ଜୁନାଗଡ଼ ବ୍ଲକ ଅଧକ୍ଷା ସବିତା ମେହେର ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜୁନାଗଡ଼ ବି ଡି ଓ ତୁଳ।ରାମ ମାରାଣ୍ଡି ,ସମନ୍ୱିତ ଅତିଥିଭାବେ ବ୍ଲକ ଉପ।ଧକ୍ଷ ପ୍ରମୋଦ କୁମାର ବେହେରା ,ସରପଞ୍ଚ ସଂଘ ସଭାପତି ତାର।ଶଙ୍କର ରାୟ ଗୁରୁ ,ଦାସିଗାଁ ସରପଞ୍ଚ ପ୍ରମୋଦିନି ପ୍ରହରାଜ ,ସମିତି ସଭ୍ୟ ସୌମେନ୍ଦ୍ର ପ୍ରକାଶ ମୁଣ୍ଡ ,ନ।ଏଵ ସରପଞ୍ଚ କବିତା ପ୍ରହରାଜ ,ସମାଜସେବୀ ପ୍ରକାଶ ପ୍ରହରାଜ ,ପି ଇ ଓ ଗଜାନନ ନ।ଏକ ପ୍ରମୁଖ ଉପସ୍ଥିତ ରହି କାର୍ଡ ବଣ୍ଟନ କରିଥିଲେ ।ବର୍ତ୍ତମାନ ବାର୍ଷିକୋନା ରୁ ୫ କିମି ଦୂର ଅତିକ୍ରମ କଲେ ଲୋକେ ଦାସୀ ଗାଁ ପଞ୍ଚାୟତକୁ ଆସିପାରିବେ ।ବାର୍ଷି କୋନା ଗ୍ରାମବାସୀ ଙ୍କ କହିବାନୁସାରେ ସାଧାରଣ ନିର୍ବାଚନ ପୂର୍ବରୁ ଦାସିଗାଁ ପଂଚାୟତରେ ସାମିଲ କରିବା ପାଇଁ ଜିଲ୍ଲା ପ୍ରଶାସନ ଙ୍କୁ ଅଭିଯୋଗ କରିଛନ୍ତି ।ଦାସିଗାଁ ପଞ୍ଚାୟତରୁ ପି ଡି ଏ ସ ଚାଉଳ ପାଇବାରୁ ବାର୍ଷି କୋନା ଗ୍ରାମବାସୀ ଙ୍କ ମଧ୍ୟରେ ଉତ୍ସ।ହ ଦେଖିବାକୁ ମିଳିଥିଲା ।ଏହି କାର୍ଯ୍ୟ ରେ ଜି ଆର ଏସ ବିରେନ୍ଦ୍ର ନ।ଏକ ,ଡବଲ କିଶୋର ନିଆଲ ,ସୟମ୍ବର ବାଗ,ଭୁବନ ପ୍ରହରାଜ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ସମାଜସେବୀ ପ୍ରକାଶ ପ୍ରହରାଜ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ପ୍ରକୃତି କବି ଗଙ୍ଗାଧର

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ଗୋଟିଏ ଦିନର ଆୟୁଷ

Sunil Chandra Nayak

ସାମାଜିକ ସମରସତା କାର୍ଯ୍ୟକ୍ରମ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!