ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ବିଦ୍ୟାଧର ଚମ୍ପୂ  ଇ 

ବିଦ୍ୟାଧର ଚମ୍ପୂ 

       

 

ଇଙ୍ଗିତଛାଡି ତୁହି କାହିଁକିରେ, ବଂଶୀଧର

ଲଜ୍ୟା ଦେଉଛୁ ଆଜ ମାଇଁକି ରେ(ghosa)

ଇଛାମାତ୍ରକେ କାହିଁ

ମିଳେ ପ୍ରୀତି କାହ୍ନାଇଁ

ପରଦାରାରେ ହୋଇ ବାଇକିରେ (1)

 

ଇଛାମୟ ଦେବତା

ପୁରେମୋ ପରିଣେତା

ଶାଶୁ ନଣନ୍ଦ ସବୁ ଥାଇକିରେ (2)

 

ଇନ୍ଦୁ ବଦନୀ ପାଇଁ

ହେଉଛୁ ହାଇଁପାଇଁ

କାଳିନ୍ଦୀ ତଟେ ବେଣୁ ବାଇକିରେ (3)

ଇନ୍ଦିରା ଆଳୟରୁ

ପଦ୍ମକୁ ପାଇପାରୁ

କିନ୍ତୁ ଛାଡତୋ ଏହି ଖୋଇକିରେ (4)

 

ଇସ୍ତଫା ଦିଅ ହରି

ରାଧିକା ଚିତ୍ତ ଚୋରି

ଲୀଳା ମୋହିବ ଆଜିପାଇଁକିରେ (5)

 

ଇଛଇ ବିଦ୍ୟାଧର

ରାଧାକୃଷ୍ଣ ପୟର

ଭକତ ଭାବେ ତାଙ୍କୁଧ୍ୟାଇକିରେ (6)

 

ଶ୍ରୀ ବିଦ୍ୟାଧର ମହାନ୍ତ

ଅର୍ଥ –ଇଙ୍ଗିତ -ସଂକେତ, ପ୍ରୀତି,-ପ୍ରେମ, ପରଦାରାରେ,-ପରସ୍ତ୍ରୀ ରେ parineta-ସ୍ୱାମୀ, ଇନ୍ଦବଦନୀ -ଚାନ୍ଦମୁହିଁ, କାଳିନ୍ଦୀ -ଯମୁନା ଇନ୍ଦିରାଳୟରୁ -ଲଷ୍ମୀଘରୁ, ପୟର -ପାଦ

 

Related posts

ବିଜେପି ଜିଲ୍ଲା କାର୍ଯ୍ୟକାରୀ ବୈଠକ

Sunil Chandra Nayak

ଖଡ଼ିଆଳ ଅଞ୍ଚଳରେ ଘୁର୍ଣ୍ଣିଝଡ଼ ପ୍ରଭାବ, ଗଛ ଭାଙ୍ଗି ଜାତୀୟ ରାଜପଥ ଅବରୋଧ

ଖପରାମାଲ ଗାଁ କୁ ନିଶା ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ ମହିଳା ଗୋଷ୍ଠୀ

Sunil Chandra Nayak

Leave a Comment

error: Content is protected !!