ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେଶବ ର ଚିକିତ୍ସା ପାଇଁ ସରକାରୀ ସହାୟତା ମିଳିବ ! ନା ସରକାର ଙ୍କ ନୂତନ ଦିବ୍ୟାଙ୍ଗ ତାଲିକାରୁ ଜଣେ ହୋଇ ରହିଯିବ ?

 ତେନ୍ତୁଳିଖୁଣ୍ଟି -୦୯/୧୦/୨୨- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ଗ୍ରାମ ପଞ୍ଚାୟତର ବାରୀଆଘାଟ ଗ୍ରାମର ରହୁଥିବା ଦୈତାରି ମୁଦୁଲିଙ୍କ ପୁଅ କେଶବ ମୁଦୁଲି କଥା କହି ପାରୁନାହାନ୍ତି କି ଠିକ ରେ ଠିଆ ହୋଇ ପାରୁନି । ବାପା ଦୈତାରି ମୁଦୁଲି (୩୫)ପୁଅ କେଶବ ମୁଦୁଲି (୬) ପିଲାଟି ଦିନରୁ ଚିକିତ୍ସା ପାଇଁ ଉଦ୍ୟମ ଜାରୀ ରଖିଛି।। ବୟସ ବଢ଼ିବଢି ଯିବା ବେଳକୁ ରୋହିତର ରୋଗ ବଢ଼ିବାରେ ଲାଗିଛି ।ଦିନକୁ ଦିନ କେଶବ ଅସୁସ୍ଥତା ବୃଦ୍ଧି ପାଇବା ସହ ବାପା ଓ ମା ପୁଅ ଚିନ୍ତାରେ ଭାଙ୍ଗି ପଡୁଛନ୍ତି ।ଆଜକୁ ୬ ବର୍ଷ ବିତି ଗଲେ ମଧ୍ୟ ସରକାର ଙ୍କ କୌଣସି ସୁବିଧା ପାଇପାରି ନାହାନ୍ତି କେଶବ ପାଇଛନ୍ତି ସେରେବ୍ରାଲ ପାଳସୀ ରୋଗୀ ବୋଲି 40 ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର।।ପ୍ରଥମେ ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରିବାପରେ ନବରଙ୍ଗପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।କିନ୍ତୁ କୌଣସି ପରିବର୍ତ୍ତନ ହୋଇନଥିବା ରୁ କୋରାପୁଟ ମୂଖ୍ୟ ଚିକିତ୍ସାଳୟରେ ମଧ୍ୟ କିଛିଦିନ ରହିଥିବା କହିଥିଲେ ବାପା ଦୈତାରି ମୁଦୁଲି। ଆର୍ଥିକ ଅଭାବଯୋଗୁଁ ଭଲ ଡାକ୍ତରଖାନାକୁ ନେଇପାରୁନାହାନ୍ତି ପୁଅ କେଶବକୁ । ପୁଅର ପରିସ୍ଥିତି ଅନେକ ଲୋକଙ୍କୁ କହିବା ସହ ତେନ୍ତୁଳିଖୁଣ୍ଟି ବ୍ଲକ ଅଫିସ ରେ ମଧ୍ୟ ଜଣେଇଥିବା କହିଛନ୍ତି । କିନ୍ତୁ କେହି କୌଣସି ଦୁଃଖ ବା ସହାୟତା ର ହାତ ବଢ଼େଇ ନଥିବା କହିଛନ୍ତି କେଶବଙ୍କ ବାପା । ବର୍ତ୍ତମାନ ବାପା ଦୈତାରି ପୁଅର ଦୁଃଖକୁ ଦେଖି କାନ୍ଦି କାନ୍ଦି ଘରେ ରହୁଛନ୍ତି । ପୁଅର ଚିକିତ୍ସା ପାଇଁ ନିରାଶ ହୋଇ ଅନ୍ୟ କୁ ସହାୟତା ମାଗୁଛନ୍ତି ବାପା ଦୈତାରି । ଏପଟେ ପରିବାରରେ ୫ଜଣ ରହୁଥିବାବେଳେ ପରିବାର ଚଳିବାରେ କଷ୍ଟ ଦାୟକ ହେଉଛି ।ବର୍ତ୍ତମାନ ପୁଅ କେଶବର ଦେହ ଭଲକରିବା ପାଇ ବ୍ଲକ ପ୍ରଶାସନ ଓ ସରକାରଙ୍କୁ ନିବେଦନ କରିଛନ୍ତି କେଶବଙ୍କ ପରିବାର ।ଏ ଦିଗରେ ସରକାର ସାହାରା ହେବେ ବୋଲି ଆଶା ବାନ୍ଧିଛନ୍ତି ପରିବାର ଲୋକେ । ଦୈତାରି ର ବିଜୁ ସ୍ୱାସ୍ଥ୍ୟ କାର୍ଡ ଅଛି କିନ୍ତୁ ସାହସ ଜୁଟାଇ ପାରୁନାହାନ୍ତି କାରଣ ସହଜରେ ମୋଟା ଅଙ୍କର ଅର୍ଥ ନାହିଁ ଯେ ଅତିରିକ୍ତ ଅର୍ଥ କେଉଁଠୁ ଆଣିବେ ରହିବେ ଖାଇବେ କିପରି ଚିକିତ୍ସା ସମୟରେ ଆଦି ଚିନ୍ତା କରି ନୀରବ ରହୁଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ସଲଣ୍ଡିଆମୁଣ୍ଡା ରେ ଗଜଲକ୍ଷ୍ମୀ ପୂଜା

Sunil Chandra Nayak

ବସୁଧା ଯୋଜନାର ବିଦ୍ୟୁତ ତାର ଚୋରି , ୪୧ ଡିଗ୍ରୀ ଖରାରେ ପାଣି ପାଇଁ ଡହଲ ବିକଳ କେଗାଁ ବାସୀ

Sunil Chandra Nayak

ଫରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରେ ରବିବାର ଦିନ୧୨ଟା ପରେ ରୋଗୀ ସେବା ବନ୍ଦ

Sunil Chandra Nayak

Leave a Comment

error: Content is protected !!