ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାଞ୍ଜିଗଡ଼ରେ ବିଜେଡି ସ୍ଥିତି ଟଳମଳ ,ବିଜେଡି ଗଡ଼ରେ ଧସେଇ ପଶୁଛି କଂଗ୍ରେସ

ପିସିସି ସଭାପତିଙ୍କ ଉପସ୍ଥିତିରେ ଦଳରେ ସାମିଲ ହେଲେ ଶତାଧିକ ବିଜେଡି ଓ ବିଜେପି କର୍ମୀ

ଲାଞ୍ଜିଗଡ଼,୦୮/୧୦(ମନିସ)- ପୂର୍ବତନ ସାଂସଦ ଶରତ ପଟ୍ଟନାୟକ ପିସିସି ସଭାପତି ଦାୟିତ୍ବ ନେବା ପରଠାରୁ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇଉଠିଛି ! ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତଯୋଡ଼ୋ ଯାତ୍ରାର ପ୍ରଭାବ ସାରା ଦେଶରେ ଅନୁଭୁତ ହେଉଥିବାବେଳେ ଓଡ଼ିଶାରେ ବି ଏହାର ଝଲକ୍ ଦେଖିବାକୁ ମିଳିଛି ! ଦୀର୍ଘ ୨୨ ବର୍ଷ ନିରଙ୍କୁଶ ଭାବେ ଶାସନ କ୍ଷମତାରେ ଥିବା ଆଞ୍ଚଳିକ ଦଳ ବିଜେଡିକୁ କଡ୍ଡା ଟକ୍କର ଦେବାକୁ କଂଗ୍ରେସ ଏବେ ଅଣ୍ଟା ଭିଡିଥିବା ଲକ୍ଷ୍ୟ କରାଯାଉଛି ! ଏହିପରି ସ୍ଥିତିରେ କଳାହାଣ୍ଡି ଜିଲ୍ଲାର ୪ ତଥା ଲାଞ୍ଜିଗଡ଼ ବିଧାନସଭା ମଣ୍ଡଳୀରେ ଦୀର୍ଘ ବର୍ଷ ହେଲା ଶାସନ କ୍ଷମତାରେ ଥିବା ବିଜେଡିକୁ ମୁହଁ ମୋଡ଼ି କଂଗ୍ରେସ ଦଳରେ ଜଣକ ପରେ ଜଣେ ତୃଣମୂଳ ସ୍ତରର ନେତା ଓ କର୍ମୀ ଯୋଗ ଦେଉଥିବାରୁ ଶାସକ ଦଳର ଚିନ୍ତା ବଢ଼ିଯାଇଛି ! ଏହିପରି ଭାବେ ଗତ ଛଅମାସ ମଧ୍ୟରେ କେବଳ ଲାଞ୍ଜିଗଡ଼ ବ୍ଲକର ଚାରିଶହରୁ ଉର୍ଦ୍ଧ୍ବ ବିଜେଡି ଓ ବିଜେପି କର୍ମୀ ହାତ ଧରାଧରି ହୋଇ ଦଳ ଛାଡ଼ି ସାରିଲେଣି ! ଏଇ ଧାରା ଜାରି ରହିଥିବାବେଳେ ଆଜି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଜୁନାଗଡ଼ ଗସ୍ତ ସମୟରେ ଅନୁଷ୍ଠିତ ବିଶାଳ ମିଶ୍ରଣ ପର୍ବରେ କେବଳ ଲାଞ୍ଜିଗଡର ଶତାଧିକ ବିଜେଡି ଓ ବିଜେପି ନେତା ତଥା କର୍ମୀ କଂଗ୍ରେସରେ ସାମିଲ ହେବା ଶାସକ ବିଜେଡି ଏବଂ ବିଜେପିର ନିଦ ହଜାଇଦେଇଛି ! କଂଗ୍ରେସ ନେତା ଚାଞ୍ଚେର ମାଝୀ, ରାଜେନ୍ଦ୍ର ମାଳି ଏବଂ ବ୍ଲକ କଂଗ୍ରେସ ସଭାପତି ହରିହର କୁମାରଙ୍କ ନେତୃତ୍ବରେ ଆଜି ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରୁ ତିନିହଜାରରୁ ଉର୍ଦ୍ଧ୍ବ କର୍ମୀ ଜୁନାଗଡ଼ ସମାବେଶରେ ସାମିଲ ହୋଇଥିବା ଜଣାପଡ଼ିଛି ! ସେହିପରି ଦଳର ବରିଷ୍ଠ ନେତା ଭକ୍ତଚରଣ ଦାସ ଏବଂ ଉପରୋକ୍ତ ତିନିଜଣ ନେତାଙ୍କ ଆହ୍ବାନ କ୍ରମେ ବ୍ଲକର ବିଭିନ୍ନ ଅଞ୍ଚଳରୁ ଶତାଧିକ ମହିଳା ଓ ପୁରୁଷ ଆଜି ଦଳରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ! ପୂର୍ବତନ ସରପଞ୍ଚ ତଥା ସମାଜସେବୀ ସୁଶ୍ରୀ ଫୁଲମେ ମାଝୀଙ୍କ ସମେତ ବ୍ଲକ ଅଞ୍ଚଳରୁ ଶତାଧିକ ବିଜେଡି ଓ ବିଜେପି କର୍ମକର୍ତ୍ତା ଦଳ ତ୍ୟାଗ କରି କଂଗ୍ରେସରେ ଯୋଗ ଦେଇଥିବା ଏବେ ଚର୍ଚ୍ଚାର ବିଷୟ ହୋଇଛି ! ଲାଞ୍ଜିଗଡ଼ ବିଧାୟକଙ୍କ ସାଂଗଠନିକ ଦୁର୍ବଳତା, ସ୍ଥାନୀୟ କର୍ମୀଙ୍କୁ ଲଗାତାର ଅଣଦେଖା ଭଳି ଅଭିଯୋଗ କରିବା ସହିତ କଂଗ୍ରେସ ନେତା ରାହୁଲ, ସୋନିଆ, ଶରତ ପଟ୍ଟନାୟକ     ଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ କଂଗ୍ରେସରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି ! ଅପରପକ୍ଷରେ ବିଜେଡିର ବିଧାୟକ ଥିଲେ ବି ଲାଞ୍ଜିଗଡ଼ ବ୍ଲକରେ ବିଜେଡି ଏବେ ତିନି ଭାଗରେ ବିଭକ୍ତ ହୋଇଥିବା କୁହାଯାଉଛି ! ପରସ୍ପର ତାଳମେଳ ଅଭାବରୁ ଦଳ ଏବେ ଲଗାମଛଡ଼ା ହେବାରେ ଲାଗିଛି ! ଯାହାର ଫାଇଦା କଂଗ୍ରେସ ନେବାରେ ଲାଗିିଛି ! ଏଣୁ ସମୟଥାଉଣୁ ଦଳ ସଜାଗ ନହେଲେ ଆଗାମୀ ଦିନରେ ଏହାର ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ଅଞ୍ଚଳରେ ଆଲୋଚନା ହେଉଛି ! ତେବେ ବିଜେଡି ପକ୍ଷରୁ ଆଜିର ମିଶ୍ରଣ ପର୍ବକୁ ନେଇ ଏହା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କୁହାଯାଇଛି ! ଲାଞ୍ଜିଗଡ଼ ବ୍ଲକ ବିଜେପି କିନ୍ତୁ ଏଇ ଘଟଣାକୁ ନେଇ ନିରବ ରହିଛି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଓଁମ କାରେଶ୍ଵର ମହାଦେବ ମନ୍ଦିର ନୂତନ କମିଟି ଚୟନ ପ୍ରକିୟା ହୋଇଯାଇଛି

ଅପର୍ତ୍ତି ସେଠୀ ଙ୍କ କବିତା ଜ୍ଞାନ ଆଉ ଟଙ୍କା

Sunil Chandra Nayak

ମଦ ଦୋକାନ ବନ୍ଦ ପାଇଁ ଧାରଣାରେ ବସିଲେ ନାରୀ ମହାସଙ୍ଘ

Sunil Chandra Nayak

Leave a Comment

error: Content is protected !!