ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋଟର ସାଇକେଲ ଦୁର୍ଘଟଣା, ୧ ମୃତ, ୧ ଗୁରୁତର

  ଡାବୁଗାଁ, ୧୨/୧୦ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବେଲଲାରୀ ନଦୀ ନିକଟରେ ମୋଟର ସାଇକେଲ ଦୁର୍ଘଟଣା ଘଟି ଜଣେ ମୃତ ଓ ଜଣେ ଗୁରୁତ୍ତର | ସୂଚନାଯୋଗ୍ୟ:-ବୁଧବାର ଅପରାହ୍ନରେ ଡାବୁଗାଁ – ବୋରିଗାଁ ମୁଖ୍ୟ ରାସ୍ତାରେ ମୋଟର ସାଇକେଲ ନଂ ସିଜି ୦୪ ଏମଜି ୩୦୭୬ ଯୋଗେ ୨ ଜଣ ଜୁନାପାଣି ରୁ ବୋରିଗାଁ ଅଭିମୁଖେ ଯାଉଥିବା ସମୟରେ ବେଲ୍ଲାରୀ ନଦୀ ପୂର୍ବରୁ ଏକ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛ ସହ ଧକ୍କା ହୋଇଥିଲା | ଫଳରେ ମୋଟର ସାଇକେଲ ଆରୋହୀ ଉମରକୋଟ ଥାନା ଅଧୀନ କାଣ୍ଡା ଗ୍ରାମର ତୁଳା ଗୌଡ (୩୫) ଆହତ ହୋଇଥିବା ବେଳେ ପଛରେ ବସିଥିବା ଡାବୁଗାଁ ବ୍ଲକ ର ବୋରିଗାଁ ପଞ୍ଚାୟତ ଅଧୀନ ଡ଼ଙ୍ଗରିଗୁଡା ଗ୍ରାମର ସରାଦୁ ଗୌଡ (୪୨) ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା | ଖବର ପାଇ ଡାବୁଗାଁ ଥାନା ଏଏସଆଇ ଶିଶିର କାନ୍ତ ଘୋଷ ଙ୍କ ସମେତ ପୋଲିସ କର୍ମଚାରୀ ମାନେ ପହଞ୍ଚି ଆହାତକୁ ଉଦ୍ଧାର କରି ଆଣି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତୁଳା ଗୌଡଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଜନ କଲ୍ୟାଣ ସାମ୍ବାଦିକ ସଙ୍ଘ ବୈଠକ 

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା କୃତଜ୍ଞତା

Sunil Chandra Nayak

ଆଦିବାସୀ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ଙ୍କ ଦ୍ଵିତୀୟ ଦିନରେ ଲାଞ୍ଜିଗଡ ବ୍ଲକ ର କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା ବୈଠକ

Sunil Chandra Nayak

Leave a Comment

error: Content is protected !!