ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମା ପେନ୍ଦ୍ରାଣୀ ଦେବୀଙ୍କ ଦଶହରା ପର୍ବ ଅନୁଷ୍ଠିତ

ଜୁନାଗଡ଼,୧୨/୧୦(ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ପାଣିଗାଁ ପ୍ରସିଦ୍ଧ ପେନ୍ଦ୍ରାଣୀ ଦେବୀଙ୍କ ପୀଠରେ ବାର୍ଷିକ ଦଶହରା ଉତ୍ସବ ସମାରୋହରେ ପାଳିତ ହୋଇ ଯାଇଛି।ଏହି ଉତ୍ସବ ଦେଖିବା ପାଇଁ କଳାହାଣ୍ଡି ,ଛତିଶଗଡ଼ ଓ ପଡୋଶୀ ଆନ୍ଧ୍ର ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।ପ୍ରତେକ ଦିନ ମା ପେନ୍ଦ୍ରାଣୀଙ୍କ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୋଇ ଭୋଗ ବଳି ଦିଆଯାଉଥିଲା।ଦେବୀଙ୍କ କାଳସୀ ଆସି ଶ୍ରଦ୍ଧାଳୁଙ୍କ ସୁଖ ଦୁଃଖ ଓ ଗୁହାରି ଶୁଣୁଥିଲେ। ପ୍ରତିଦିନ ସେଠାରେ ଉପସ୍ଥିତ ଥିବା ପ୍ରାୟ ତିନିଶହ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।ଏହି ଅବସରରେ ଘୁମୁରା, ନାଟକ, ଡ୍ୟାନ୍ସ ପ୍ରତିଯୋଗିତା ପରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ପ୍ରସିଦ୍ଧ ଯାତ୍ରା ଦେଖିବା ପାଇଁ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥିଲା।ମନ୍ଦିର ଯାତ୍ରା ପରିଚାଳନା କମିଟି ତରଫରୁ ଚକାଡୋଳା କନ୍ଦପାନ, ଧନୀଆ ନାଗ, ଭଗବାନ ଭୋଇ, ସତ୍ୟ ବିଶାଳ, ଯଜ ବିଶାଳ ପ୍ରମୁଖ ସମେତ ଅନେକ କର୍ମକର୍ତ୍ତା ଯାତ୍ରାକୁ ସୁଚାରୁ ରୁପେ ସମ୍ପାଦନା କରି ସକ୍ରିୟ ଭୂମିକା ନେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ସଙ୍ଗୀତ ତରଙ୍ଗ ପକ୍ଷରୁ ‘ଓଡ଼ିଶା ମୋ ଓଡ଼ିଶା ‘ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା କୃଷ୍ଣଙ୍କ ଗୁରୁ ଭକ୍ତି

Sunil Chandra Nayak

କେନ୍ଦ୍ରାପଡା ବାଲିଆ ବାଣ ବିସ୍ଫୋରଣ ରେ ଏତେ ବଡ଼ ଅଘଟଣ ଘଟିଲା ଜିଲ୍ଲା ପ୍ରଶାସନ କରୁଥିଲା କଣ ବୋଲି ଦାବୀ ରଖିଲେ ଆଇନ ଜୀବୀ ବିଦୁଭୂଷଣ ମହାପାତ୍ର 

Sunil Chandra Nayak

Leave a Comment

error: Content is protected !!