ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୂର୍ବତନ ଏନଏସି ଅଧକ୍ଷ୍ୟ ପାର୍ଥ ମହାଳିକଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ଜୁନାଗଡ଼,୧୨/୧୦(ମ ନି ସ) ଜୁନାଗଡ଼ରେ ପୂର୍ବତନ ଏନଏସି ଚେୟାରମେନ ତଥା ସମାଜସେବୀ ପାର୍ଥ ମହାଳିକଙ୍କ ମଙ୍ଗଳବାର ଦିନ ନିଜ ବାସଭବନରେ ପରଲୋକ ହୋଇଯାଇଛି। ସ୍ବର୍ଗତ ପାର୍ଥ ମହାଳିକଙ୍କ ବିୟୋଗରେ ସ୍ଥାନୀୟ ଲଙ୍କେଶ୍ୱରୀ କ୍ଳବ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସହ ଶୋକସଭା କ୍ଳବ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା।କ୍ଳବ ଉପଦେଷ୍ଟା ଦୁର୍ଗାପ୍ରଶାଦ ନାଏକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ତାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ସ୍ବର୍ଗତ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରି ତାଙ୍କ ଶୃତି ଚାରଣ କରିଥିଲେ। ସ୍ବର୍ଗତ ମହାଳିକ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକ ଙ୍କ ଦ୍ଵାରା ପ୍ରତିଷ୍ଠିତ ଜନତା ଦଳ ରେ ଏକ ବରିଷ୍ଠ ନେତୃତ୍ୱ ନେଇ ଏ ଅଞ୍ଚଳରେ ଜଣେ ପ୍ରଭାବଶାଳୀ ନେତା ଭାବରେ ପରିଚିତ ଥିଲେ l ସେ ଜୁନାଗଡ଼ ଏନ ଏ ସି ର ଦୁଇଥର ନଗରପାଳ ହୋଇ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରି ବେଶ ଲୋକପ୍ରିୟ ହୋଇଥିଲେ ଏବଂ ଏ ଅଞ୍ଚଳର ଜଣେ ଟାଣୁଆ ନେତା ଭାବେ ଜିଲ୍ଲା ରେ ପରିଚିତ ଥିଲେ l ସହରର ବିକାଶ ସହ ସାମାଜିକ ସଂସ୍କାର ଓ ବିଭିନ୍ନ ଜନମଙ୍ଗଳ କାର୍ଯ୍ୟ କରି ବେଶ ଦକ୍ଷତା ପ୍ରତିପାଦନ କରିଛନ୍ତି।ଜୁନାଗଡ଼ ଜଣେ ଟାଣୁଆ ନେତାଙ୍କୁ ହରାଇଲା ଏଣୁ ପ୍ରତେକ ଯୁବବର୍ଗ ତାଙ୍କ ପଦାଙ୍କ ଅନୁସରଣ କରି ତାଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ଉପସ୍ଥିତ କର୍ମକର୍ତ୍ତା ସମସ୍ତଙ୍କୁ ଆହ୍ୱାନ କରିଥିଲେ। ସେ ବାଙ୍କୀ ରାଜପୁତ ସମାଜ ର ସଭାପତି ରହି ସାମାଜିକ ଉନ୍ନତି କାମରେ ନିଜକୁ ନିୟୋଜିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ପୂର୍ବତନ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଈଶ୍ୱର ପୁଝାରୀ ,ଉପ ନଗରପାଳ ହିମାଦ୍ରୀ ନାଏକ, ବିଜୟ ପୁଝାରି, ଅଜାମ୍ବିଳ ପୁଝରୀ ,ନରେନ୍ଦ୍ର କ୍ଷୀତି, କନ୍ଦର୍ପ ଗୁରୁ, ଭୁପେନ୍ଦ୍ର ଦଣ୍ଡସେନା, ଐରୀ ଗଞ୍ଜନ ଦଣ୍ଡସେନା,ଚନ୍ଦ୍ରଧ୍ୱଜ ଗୁରୁ, ରଞ୍ଜନ ଜାଲ, ବାପି ରାଉତ, ସମେତ ଅନେକ ବ୍ୟକ୍ତି ସ୍ବର୍ଗତ ମହାଳିକଙ୍କ ସୃତିଚାରଣ କରି ତାଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଶଙ୍ଖ ମହାଳିକ, ରାଜା ମହାଳିକ, ସଂଜୀବ ମହାଳିକ,ସମେତ ଅନେକ କ୍ଳବ ସଦସ୍ୟ ଓ ସହରବାସୀ ଉପସ୍ଥିତ ରହିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ମସୀହା ର ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଟିତ ପ୍ରତିଯୋଗିତା ରେ ଶ୍ରେଷ୍ଟ ବିବେଚିତ କବି ଉପେନ୍ଦ୍ର କୁମାର ବସ୍ତିଆ, ରାଉରକେଲା  ଙ୍କୁ ସୁନୀଲ ଚନ୍ଦ୍ର ନାୟକ,ସଂପାଦକ, ମସୀହା ଓ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ, ସଂଯୋଜକ,ସାହିତ୍ୟ ଅଗଣା ଙ୍କ ଦ୍ଵାରା ଡିଜିଟାଲ ମାନପତ୍ର ପ୍ରଦାନ

ନବରଙ୍ଗପୁର ବିଧାୟକଙ୍କ ବିଭିନ୍ନ କାର୍ଜ୍ୟକ୍ରମ ରେ ଯୋଗଦାନ୍

Sunil Chandra Nayak

ଗୋଲାମୁଣ୍ଡା ସାକ୍ଷର ଭାରତ ପ୍ରେରକ୍ ସଂଘ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବୀ ପତ୍ରପ୍ରଦାନ

Sunil Chandra Nayak

Leave a Comment

error: Content is protected !!