ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବୀନ ପଟ୍ଟନାୟକଙ୍କ ୭୬ତମ ଜନ୍ମ ଦିନକୁ ସ୍ମରଣୀୟ କରିବ କଳାହାଣ୍ଡି ଯୁବ ଓ ଛାତ୍ର ଜନତା ଦଳ

ଭବାନୀପାଟଣା ରେ ରକ୍ତଦାନ ଶିବିର ଅନୁଷ୍ଠିତ , ୭୧ ୟୁନିଟ ରକ୍ତ ସଂଗୃହୀତ

ଆସନ୍ତା ଅକ୍ଟୋବର ୧୬ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନରେ ସାମାଜିକ କାର୍ଯ୍ୟକ୍ରମ ମାନ ହାତକୁ ନେବାକୁ ବିଜେଡ଼ି ନିଷ୍ପତ୍ତି ନେଇଛି । ନବୀନ ପଟ୍ଟନାୟକଙ୍କ ୭୬ତମ ଜନ୍ମ ଦିନକୁ ସ୍ମରଣୀୟ କରିବା ପାଇଁ କଳାହାଣ୍ଡି ଜିଲ୍ଲା ଯୁବ ଓ ଛାତ୍ର ଜନତା ଦଳ ସମସ୍ତ ବିଧାନସଭା କ୍ଷେତ୍ରରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେଇଛି । ସେହି ଅନୁକ୍ରମରେ ଆଜି ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭବାନୀପାଟଣା ବ୍ଳକର ଶଗଡ଼ା, ଚାଁଚେର, ଯୁଗସାଏପାଟଣା, ଦୁଆରସୁଣୀ, ତଲବେଲଗାଁ , ରିସଗାଁ, କୁଟ୍ରୁଖାମାର ଓ ମାଲଗାଁ ପଞ୍ଚାୟତକୁ ନେଇ ଓଡ଼ିଶା ମୋ ପରିବାର ଓ ବିଜୁ ଯୁବ ଛାତ୍ର ଜନତା ଦଳର ମିଳିତ ଅନୁକୂଲ୍ୟରେ ଏକ ରକ୍ତଦାନ ଶିବିର ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଠାରେ ଆୟୋଜିତ ହୋଇଯାଇଛି । ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଉଦଘାଟନ କରିଥିବା ଏହି ଶିବିରରେ ୭୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଏହି ଶିବିରରେ ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଅନାମ ନାଏକ,ରାଜ୍ୟ ପରିଷଦ ସଦସ୍ୟ ସଚ୍ଚିଦାନନ୍ଦ ମହାକୁଡ଼, ଜାତୀୟ ହୁସେନ, ଉପ ସଭାପତି ପ୍ରଦୀପ ମୁଣ୍ଡ, ରାଜ୍ୟ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ଯୁବ ବିଜେଡ଼ି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ଜିଲ୍ଲା ସଭାନେତ୍ରୀ ଲଳିତା ନାଏକ, ଜିଲ୍ଲା ପରିଷଦ ସଦସ୍ୟ ପୁଷ୍ପଲତା ନାଏକ, ଅଶେଶ୍ବର ବାଗ, ବଲାଙ୍ଗୀର ଜୋନ ସଭାପତି ମନିନ୍ଦ୍ର ମହାନ୍ତି, ମୋ ପରିବାର ସଂଯୋଜକ ପ୍ରଦୀପ ଦାସ, ରବି ପଟ୍ଟନାୟକ, ସେନାପତି ନାଏକ, ବିଜୟ ମାଝୀ, ମିଟୁ ପାତ୍ର, ଆଶୁତୋଷ ପୁରୋହିତ, ବଦ୍ରି ପଟ୍ଟନାୟକ, ରବିଚନ୍ଦ୍ର ନାଏକ, ମୋହନ ଗହୀର, ସୁଶୀଲ ନାଏକ, ସମସ୍ତ ପଞ୍ଚାୟତ ସଭାପତି ମାନେ ଉପସ୍ଥିତ ରହି ସ୍ବେଚ୍ଛାକୃତ ରକ୍ତଦାତାଙ୍କୁ ଧନ୍ୟବାଦ ଜଣେଇବା ସହ ଉତ୍ସାହିତ କରିଥିଲେ ।

କିଶନ ଶର୍ମା, ଭବାନୀ ପାଟଣା 

Related posts

ଘର ଭୁଶୁଡି ଦୁଇ ପରିବାର ସର୍ବସାନ୍ତ

Sunil Chandra Nayak

ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ସହିଷ୍ଣୁ ତ ସର୍ବସାର

Leave a Comment

error: Content is protected !!