ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓବିସି ଏସଟି ଏସସି ମିଳିତ ମହାସଂଘ କଳାହାଣ୍ଡି ର ସାମ୍ବାଦିକ ସମ୍ମଳନୀ

ଧର୍ମଗଡ:୨୫/୧୦/୨୨: ଆଜି ଓବିସି ଏସଟି ଏସସି ମିଳିତ ମହାସଂଘ କଳାହାଣ୍ଡି ତରଫରୁ ଧର୍ମଗଡ଼ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଓବିସୀ ଙ୍କ ଜନଗଣନା,ଉଚ୍ଚ ଶିକ୍ଷା, ବୃତ୍ତିଗତ ଶିକ୍ଷା ଓ ବୈଷୟିକ ଶିକ୍ଷା ତଥା ନିଯୁକ୍ତି ରେ ପଛୁଆ ବର୍ଗକୁ ୨୭%ସଂରକ୍ଷଣ , ଏସ ଟି ଵର୍ଗକୁ ୨୨% ଓ ଏସସି ମାନଙ୍କୁ ୧୬% ସଂରକ୍ଷଣ ପ୍ରଦାନ କରାଯିବା ପାଇଁ ଦାବୀ କରିଥିଲେ। ସେହିଭଳି ପଛୁଆ ବର୍ଗ କୁ ସରକାରୀ ନିଯୁକ୍ତି ରେ ୧୧% ବଦଳରେ ୨୭% ସଂରକ୍ଷଣ ଦାବୀ କରା ଯାଇଥିଲା। ଏହି ତିନି ବର୍ଗ ର ଛାତ୍ର-ଛାତ୍ରୀ ମାନଙ୍କୁ ପ୍ରଶାସନିକ୍ ନିଯୁକ୍ତି ପାଇଁ ଜିଲ୍ଲା ସ୍ତରରେ କୋଚିଂ ଦେବାର ବ୍ୟବସ୍ଥା କରା ଯିବା ସହିତ ମହରା ଓ ଲୋହରା ସମାଜ କୁ ଏସସି/ଏସଟି ତାଲିକା ଭୁକ୍ତ କରିବା କୁ ମଧ୍ୟ ଦାବୀ କରା ଯାଇଥିଲା । ଡାକ୍ତରୀ, ଇଞ୍ଜିନୟରିଂ ଭଳି ଉଚ୍ଚ ଶିକ୍ଷାରେ ପଛୁଆ ବର୍ଗ ଙ୍କୁ ସଂରକ୍ଷଣ ନ ଦେବା , OCS ରେ ଏହି ବର୍ଗକୁ ୨୭% ବଦଳରେ ୧୧% ସଂରକ୍ଷଣ ଦେବା ଦୁଃଖ ର ବିଷୟ ବୋଲି ବକ୍ତା ମାନେ ମତ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଆବାହକ ଡମ୍ବରୁଧର ଲହଜଲ, ଆଇନଜୀବି ଜହରାଲାଲ୍ ବାଗ, ଲବ ସରାଫ୍,ରତନ ନାଏକ,ରାମ ଦାସ ମେହେର,ଆଦିତ୍ୟ ହଂସ , ସୌମ୍ୟରଞ୍ଜନ ନାଏକ, ସେତୁରମ୍ ଭକ୍ତ , ନିରାକାର ଗୋପାଲ, ଡାକେଶ୍ୱର୍ ଲହଜଲ, ଦିଗାମ୍ବର ଦୁରିଆ, ଚକ୍ରଧର ବେଣୁପାଣି, ଫୁଲେଶ୍ୱର୍ ସେନାପତି ,ତ୍ରିନାଥ ମଶ୍ରା, ସଞ୍ଜୟ ଖମାରୀ, ଢଗମଲିଆ ନାଏକ, ରବି ନାଏକ ଆଦି କର୍ମକର୍ତ୍ତା ଉପସ୍ଥିତି ଥିଲେ। ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ଭୟଙ୍କର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ।

ଧର୍ମଗଡ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ଅକ୍ଷୟ ତୃତୀୟା 

ମାରବାଡ଼ି ଯୁବା ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର ,୪୩  ୟୁନିଟ ରକ୍ତ ସଂଗୃହୀତ

Sunil Chandra Nayak

ଝରିଆଗୁଡା ଗାଁ ନିକଟରେ ଭାଲୁ : ଲୋକେ ଭୟଭୀତ

Sunil Chandra Nayak

Leave a Comment

error: Content is protected !!