ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରତିନାରାୟଣ ରାଉତ ଙ୍କ କବିତା ସ୍ଵର୍ଗତ ରଜତ କରଙ୍କ ସ୍ମରଣେ

ସ୍ଵର୍ଗତ ରଜତ କରଙ୍କ ସ୍ମରଣେ 

 

ବିଶ୍ୱାସ ହେଉନି ରଜତ କରହେ

           ଚାଲିଗଲ ଆରପୁରକୁ

ଭାଷା ସହିତ୍ୟର ଅଗ୍ରଣୀ ସେନାଙ୍କୁ

            ପ୍ରଭୁ ନେଲେ ନିଜ ପାଖକୁ ॥

ପିତା କୁଳମଣି ମାତା ଇନ୍ଦୁମତୀ

              କୋଳକୁ ମଣ୍ଡନ କରିଲ

କଟକ ଜିଲ୍ଲାର ମାହାଙ୍ଗା ଗ୍ରାମର

             ନାମ ଯଶ ସବୁ ରଖିଲ ॥

ପଦ୍ମଶ୍ରୀ ବିଦ୍ଵାନ ଭଞ୍ଜ ଗବେଷକ

               ଜଗା ସଂସ୍କୃତିର ପ୍ରବକ୍ତା

ନାଟକ ପ୍ରବନ୍ଧ କବିତା ସମୀକ୍ଷା

              ସୁସାହିତ୍ୟିକ ସୁବକ୍ତା ॥

ଶିକ୍ଷା ବିଭାଗର ନିର୍ଦ୍ଦେଶକ ଥିଲ

               ଉଦ୍ଘୋଷକ ରଥଯାତର

ଯୋଗଜନ୍ମା ତୁମେ ସାହିତ୍ୟ ସାରଥୀ

                 ସୁପୁତ୍ର ଓଡ଼ିଆ ଜାତିର ॥

କାଳିଆ ସଂସ୍କୃତି ପ୍ରଚାରକ ଥିଲ

              ସମୀକ୍ଷକ ଥିଲ ପାଲାର

ଓଡ଼ିଆର ଘରେ ପ୍ରତ୍ୟେକ ହୃଦରେ

            ଅଭୁଲା ସ୍ମୃତିକୁ ରଖିଲ ॥

 ଅନେକ ସମ୍ମାନ ଅଧିକାରୀ ଥିଲ

            ଲୋକ ମଧ୍ୟେ ବିଜ୍ଞ ସଜ୍ଜନ

ତୁମ ଶୂନ୍ୟସ୍ଥାନେ ଝୁରୁଛି ଓଡ଼ିଆ

         ଏ ମାଟି ସୁଯୋଗ୍ୟ ସନ୍ତାନ ॥

ଉନିଶ ଚୌତ୍ରିଶି ଅକ୍ଟୋବର ଦୁଇ

           ଆସିଥିଲ ଏଇ ଧରାକୁ    

ଦୁଇ ହଜାରର ବାଇସି ମଇରେ

          ଛାଡ଼ି ଚାଲି ଗଲ ଆମକୁ ॥

ଜନମ ମରଣ ସବୁ ତାଙ୍କ ଖେଳ

           କିଏବା କରିବ ବାରଣ

ମହାନ ଆତ୍ମାଙ୍କ ସଦ୍‌ଗତି ନିମନ୍ତେ

            ବିଭୁପାଦେ କରୁ ଜଣାଣ ॥

 

ରତିନାରାୟଣ ରାଉତ

ହରିଚନ୍ଦନପୁର , କେନ୍ଦୁଝର, ଓଡ଼ିଶା

 

Related posts

ପରଲୋକରେ ୮୨ ବର୍ଷ ବୟସର ବୃଦ୍ଧା

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଦେଶ ହେବ ରଙ୍ଗା, ଉଡିବ ତ୍ରିରଙ୍ଗା

Sunil Chandra Nayak

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଜୟ ମାଆ ଲକ୍ଷ୍ମୀ 

Sunil Chandra Nayak

Leave a Comment

error: Content is protected !!