ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ହେ କର୍ମବୀର

ହେ କର୍ମବୀର

 

ତୁମେ ଜ୍ୟୋତିଷ୍ମାନ ଭାଷା ସାହିତ୍ୟର

କର୍ମେଥିଲ କର୍ମବୀର

ପଦ୍ମଶ୍ରୀ ଉପାଧୀ ଖାଲି ନ ପାଇଛ 

ସମ୍ମାନୀତ ଶତ ଥର।

ଉତ୍କଳ ମା,ଟା ହତଭାଗା ଆଜି

ଖୋଜୁଥିବ ବାରଂବାର

ଯୋଗ୍ୟ ଦାୟାଦ ଏ ପୂଣ୍ୟ ମାଟିର

କଲ ଆରପାରି ଘର।

ସଂସ୍କୃତି ସାହିତ୍ୟ ଏକାକାର କରି

ନୂଆ ରୂପେ ଥିଲ ଉଭା

କିଏ ସେ ମଣ୍ଡିବ ଭଞ୍ଜ ସାହିତ୍ୟରେ

ଓଡ଼ିଆ ଅସ୍ମିତା ଗଭା

ସଂସ୍କୃତି ବାହକ ଧର୍ମପ୍ରଚାରକ

ଜଗନ୍ନାଥ ନାମ ନେଇ

ପ୍ରସାର କରିଛ ଏ ଜାତିର ତାତି

ଟିଭି ରେଡ଼ିଓ ରେ କହି।

 ଝୁରୁଥିବ ସଦା ମାହାଙ୍ଗା ତୁମକୁ

ଝୁରିବ ଉତ୍କଳ ମାତା

କିଏବା କହିବ ଆମ ପରମ୍ପରା

ବୁଝେଇ ବୁଝେଇ ତାହା।

ଶୋଇଗଲ ସଦା ନିର୍ବାକ୍ ନିଃଷ୍ପନ୍ଦେ

ମୋହ ଠାରୁ ହୋଇ ଦୂର

ଏ ମାଟିର ଗାଥା କିଏ ବଖାଣିବ

ହେ ଭାଷା ସାହିତ୍ୟ ବୀର।

ବାଢି ଦେଉଅଛୁ ଶ୍ରଦ୍ଧା ସୁମନ

ଆଜି ଏ ଅନ୍ତର ତଳେ

ମନେ ରଖିଥିବ ଏ ଜାତି ତୁମକୁ

ତୁମ ଅବଦାନ ବଳେ।

 

     ନଗେନ୍ଦ୍ର କୁମାର ରାଉତ,

   ଉପସଭାପତି,ତାରେଣୀ ସାହିତ୍ୟ ସଂସଦ

, ଗଦାଧର ପୁର, ଘଟଗାଁ, କେନ୍ଦୁଝର।

Related posts

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ବହର୍‌ ହାତୁଁ ଚାହା କପେ

Sunil Chandra Nayak

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା  ଅବିନାଶୀ ଆତ୍ମା

Sunil Chandra Nayak

ବିପଦ ସଙ୍କୁଳ ଅବସ୍ଥାରେ ଜୀବନ୍ତ ଲୁହା ବିଦ୍ୟୁତ୍ ଖୁଣ୍ଟ ,ବିଦ୍ୟୁତ୍ ବିଭାଗର ପଡୁନାହିଁ ଦୃଷ୍ଟି

Leave a Comment

error: Content is protected !!