ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଗେନ୍ଦ୍ର କୁମାର ରାଉତ ଙ୍କ କବିତା ହେ କର୍ମବୀର

ହେ କର୍ମବୀର

 

ତୁମେ ଜ୍ୟୋତିଷ୍ମାନ ଭାଷା ସାହିତ୍ୟର

କର୍ମେଥିଲ କର୍ମବୀର

ପଦ୍ମଶ୍ରୀ ଉପାଧୀ ଖାଲି ନ ପାଇଛ 

ସମ୍ମାନୀତ ଶତ ଥର।

ଉତ୍କଳ ମା,ଟା ହତଭାଗା ଆଜି

ଖୋଜୁଥିବ ବାରଂବାର

ଯୋଗ୍ୟ ଦାୟାଦ ଏ ପୂଣ୍ୟ ମାଟିର

କଲ ଆରପାରି ଘର।

ସଂସ୍କୃତି ସାହିତ୍ୟ ଏକାକାର କରି

ନୂଆ ରୂପେ ଥିଲ ଉଭା

କିଏ ସେ ମଣ୍ଡିବ ଭଞ୍ଜ ସାହିତ୍ୟରେ

ଓଡ଼ିଆ ଅସ୍ମିତା ଗଭା

ସଂସ୍କୃତି ବାହକ ଧର୍ମପ୍ରଚାରକ

ଜଗନ୍ନାଥ ନାମ ନେଇ

ପ୍ରସାର କରିଛ ଏ ଜାତିର ତାତି

ଟିଭି ରେଡ଼ିଓ ରେ କହି।

 ଝୁରୁଥିବ ସଦା ମାହାଙ୍ଗା ତୁମକୁ

ଝୁରିବ ଉତ୍କଳ ମାତା

କିଏବା କହିବ ଆମ ପରମ୍ପରା

ବୁଝେଇ ବୁଝେଇ ତାହା।

ଶୋଇଗଲ ସଦା ନିର୍ବାକ୍ ନିଃଷ୍ପନ୍ଦେ

ମୋହ ଠାରୁ ହୋଇ ଦୂର

ଏ ମାଟିର ଗାଥା କିଏ ବଖାଣିବ

ହେ ଭାଷା ସାହିତ୍ୟ ବୀର।

ବାଢି ଦେଉଅଛୁ ଶ୍ରଦ୍ଧା ସୁମନ

ଆଜି ଏ ଅନ୍ତର ତଳେ

ମନେ ରଖିଥିବ ଏ ଜାତି ତୁମକୁ

ତୁମ ଅବଦାନ ବଳେ।

 

     ନଗେନ୍ଦ୍ର କୁମାର ରାଉତ,

   ଉପସଭାପତି,ତାରେଣୀ ସାହିତ୍ୟ ସଂସଦ

, ଗଦାଧର ପୁର, ଘଟଗାଁ, କେନ୍ଦୁଝର।

Related posts

ବେଣୁ ଧର ସୁତାର ଙ୍କ କବିତା ତୁ ମୋର ମିଠା ସପନ

Sunil Chandra Nayak

ବିଦ୍ବୁତ ସଂପର୍ଶ ରେ ଆସି ଯୁବକ ଗୁରୁତର

ଛୁରୀ ମାଡରେ ଜଣେ ଆହତ

Sunil Chandra Nayak

Leave a Comment

error: Content is protected !!