ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ବାଗ୍ମୀ ପୁରୁଷ ପଦ୍ମଶ୍ରୀ ରଜତ କର

ବାଗ୍ମୀ ପୁରୁଷ ପଦ୍ମଶ୍ରୀ ରଜତ କର

 

ଶ୍ରୀମତୀ କଲ୍ୟାଣୀ ନନ୍ଦ, ବୁଢ଼ାରଜା, ସମ୍ବଲପୁର

 

     ସେ ଶୁଭଲଗ୍ନରେ ଉଦିତ୍ ସୂରୂଜ କିରଣେ,

             ଧରଣୀ ବିଭୂଷିତା ସେ ରୂପେଲୀ କିରଣେ,

             ମାତା,ପିତା କୋଳ କରି ମଣ୍ଡନ ତୁମେ,

             ଅବତରିଥିଲ ଆହେ ବାଗ୍ମୀ ପୁରୁଷ, ଏ ଧରା ବକ୍ଷେ।

 

             ଶିକ୍ଷା, ସାହିତ୍ୟ, ସଂସ୍କୃତି ସମସ୍ତ କ୍ଷେତ୍ରେ,

             ଯଶ, ଖ୍ୟାତି ଅର୍ଜନ କଲ ସ୍ଵୀୟ ଧୀଶକ୍ତି ବଳେ,

             ଓଡ଼ିଶା ସଂସ୍କୃତି, ଶିକ୍ଷା, ସାହିତ୍ୟ କ୍ଷେତ୍ରେ,

             ମାଁ ମାଟିର ମାନ ରଖିଗଲ ଏ ସଂସାରେ ସ୍ଵୀୟ ସୁକର୍ମ ବଳେ।

 

             ମହାପ୍ରଭୁଙ୍କ ର ଥିଲ ଯେ ପ୍ରକୃତ ଭକ୍ତ ତୁମେ,

             ଭାବରସାମୃତ ବକ୍ତବ୍ୟ ତୁମର ଭକ୍ତଙ୍କୁ ଅଭିଭୂତ କରେ,

             ସୁବକ୍ତା,ସୁ ଉଦ୍ଘୋଷକ ଭାବେ ପରିଚିତ ତୁମେ ଘରେଘରେ,

             ରଥଯାତ୍ରା ରେ ବିବରଣୀ ତୁମ ପ୍ରତିଧ୍ବନିତ ଆଜି ବି ବଡଦାଣ୍ଡେ।

 

             ମାନବ ଜୀବନ ସାର୍ଥକତା ଲଭେ ମାଁ ମାଟିର ସେବାରେ,

             ଓଡ଼ିଶା ମାଟିର ଯଶ ରଖିଗଲ, ସୁଯୋଗ୍ୟ ଦାୟାଦ ଭାବେ,

             ପଦ୍ମଶ୍ରୀ ଉପାଧି ଭୂଷିତ ତୁମେ ଶରଣ ନେଲ ହେ ପଦ୍ମଚରଣେ,

             ଭକ୍ତବତ୍ସଳ ହେ ବାଗ୍ମୀ ପୁରୁଷ, ଯଶ,ଖ୍ୟାତି ଥିବ ତୁମ ଯୁଗେ ଯୁଗେ !

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଭାବଗ୍ରାହୀ ଭଗବାନ

Sunil Chandra Nayak

ଉମାକାନ୍ତ ଦାସ ଙ୍କ ଗଳ୍ପ ପ୍ରକୃତ ବନ୍ଧୁ

Sunil Chandra Nayak

ଶ୍ରୀ ସତ୍ୟସାଇ ବାବାଙ୍କ ୯୭ ତମ ଜନ୍ମୋତ୍ସଵ ପାଳିତ

Sunil Chandra Nayak

Leave a Comment

error: Content is protected !!