ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଦେବୀ ଙ୍କ କବିତା ବନ୍ଦେ ମୋ ମାଟି ଉତ୍କଳ

ବନ୍ଦେ ମୋ ମାଟି ଉତ୍କଳ

ଚନ୍ଦ୍ରକଳା ଦେବୀ,ବନ୍ଧୁଗାଁ,କୋରାପୁଟ 

 

ବନ୍ଦେ ମୋ ମାଟି ଉତ୍କଳ |

ଯାହାର ଚରଣ ଧୋଇ ଦିଅଇ 

     ନୀଳ ଲହରୀର ମାଳ, 

ଯାହାର ବକ୍ଷରେ ଶୋଭା ପାଆଇ 

      ନଦୀ ନିର୍ଝରିଣୀ ଜଳ |

ବନ୍ଦେ ମୋ ମାଟି ଉତ୍କଳ ||

ଯା’ ନଦୀ,ପୋଖରୀ,ଝରଣା ଜଳ 

    କେତେ ଅଟେ ନିରିମଳ, 

କୋଇଲି ତା’ସୂରେ ଗାଅଇ ଗୀତ 

    ହୋଇଣ ଭାବ ବିହ୍ଵଳ |

ବନ୍ଦେ ମୋ ମାଟି ଉତ୍କଳ ||

ନାନା ଜାତିର ଫୁଲ ଫୁଟିଣ ଯେ 

     ହସେ ଆମ ପରିମଳ, 

ଗଛ ଲତା ସବୁ ଦେଇ ଥାଆନ୍ତି 

     ନାନା ମିଠାମିଠା ଫଳ |

ବନ୍ଦେ ମୋ ମାଟି ଉତ୍କଳ ||

ପାହାଡ଼ ବନାନୀ ଶୋଭା ପାଆନ୍ତି 

    ଏଇମାଟି ମା’ର କୋଳ, 

ନିର୍ଝରିଣୀ ଜଳ ସଦା ବହଇ  

     ହୋଇଣ କଳ କଳ |

ବନ୍ଦେ ମୋ ମାଟି ଉତ୍କଳ ||

କେତେତପ ବଳେ ଓ ପୁଣ୍ୟଫଳେ 

     ଜନମି ମାଟି ମା’କୋଳେ, 

ତା’ରି ପାଇଁ ମୁଁ ଜୀବନ ଦେବାକୁ 

     ଡରିବି ନାହିଁ ଯେ ତିଳେ |

ବନ୍ଦେ ମୋ ମାଟି ଉତ୍କଳ ||

 

Related posts

ମିନତି ଦାଶ ଙ୍କ କବିତା ଅଭାଗିନୀ

Sunil Chandra Nayak

ଜାତୀୟ ଫ୍ଳୋରେନ୍ସ୍ ନାଇଟିଙ୍ଗଲ ପୁରସ୍କାର ପାଇଁ ମନୋନୀତ ଏମକେସିଜି ମେଡିକାଲରେ କାର୍ଯ୍ୟରତ ନର୍ସ ଶିବାନୀ ଦାସ

ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟରେ ୫ ଟି ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର

Sunil Chandra Nayak

Leave a Comment

error: Content is protected !!