ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶାର ୨୭୯୨ ଗୋଟି ଗ୍ରାମରେ ୪ଜି ମୋବାଇଲ୍ ସେବା ପହଞ୍ଚି ନାହିଁ…କେନ୍ଦ୍ର ସରକାର ଜାରି କଲେ ତାଲିକା

ଓଡ଼ିଶାର ୨୭୯୨ ଗୋଟି ଗ୍ରାମରେ ୪ଜି ମୋବାଇଲ୍ ସେବା ପହଞ୍ଚିନାହିଁ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଏଭଳି ଦେଶରେ ୨୪ ହଜାର ୬୮୦ ଗ୍ରାମ ରହିଛି। ଏହି ସବୁ ଗ୍ରାମକୁ ୪ଜି ମୋବାଇଲ୍ ସେବା ପହଞ୍ଚାଇବା ନିଷ୍ପତ୍ତି ନିଆଯାଇ କ୍ୟାବିନେଟ୍ ବୈଠକରେ ୨୬ ହଜାର ୩୨୬ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଦେଶର ୬ ହଜାର ୨୭୯ ଗ୍ରାମରେ କେବଳ ୨ଜି/୩ଜି ମୋବାଇଲ୍ ସେବା ରହିଛି ଏହାକୁ ୪ଜି ରେ ପରିଣତ କରାଯିବ ବୋଲି ପ୍ରକାଶ ପାଇଛି। ଗତବର୍ଷ ସରକାର ପାଞ୍ଚ ଗୋଟି ରାଜ୍ୟର ୪୪ଗୋଟି ଆଙ୍କାକ୍ଷି ଜିଲ୍ଲାରେ ୭ ହଜାର ୨୮୭ଟି ଅପହଞ୍ଚ ଗ୍ରାମରେ ୪ଜି ମୋବାଇଲ୍ ସେବା ପହଞ୍ଚାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଏବେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨୬ ହଜାର ୩୧୬ କୋଟି ଖର୍ଚ୍ଚ କରାଯାଇ ସବୁ ଗ୍ରାମକୁ ୪ଜି ମୋବାଇଲ୍ ସେବା ପହଞ୍ଚାଯିବ। ବିଏସଏନଏଲ୍ ପକ୍ଷରୁ ଆତ୍ମ ନିର୍ଭର ଭାରତ ଯୋଜନାରେ ୪ଜି ଟେକ୍ନୋଲୋଜି ଉପଯୋଗ କରାଯାଇ ଏହି ପ୍ରକଳ୍ପ କାର୍ଯ୍ୟ ହେବ। ଓଡ଼ିଶାର ସେହି ୨୭୯୨ଟି ଗାଁ ଏହି ତାଲିକାରେ ରହିଛି। ଏହି ତାଲିକାରେ ଅନୁଗଳ ଜିଲ୍ଲାର ୫୭ ଟି ଗାଁ ରହିଥିବା ବେଳେ ବଲାଙ୍ଗୀର ଜିଲ୍ଲାର ୭ଟି, ବାଲେଶ୍ଵର ଜିଲ୍ଲାର ୧୧ଟି, ବରଗଡ଼ ଜିଲ୍ଲାର ୧୨ଟି, ବୌଦ୍ଧ ଜିଲ୍ଲା ର ୧୧୮ଟି, ଓ ଭଦ୍ରକ ଜିଲ୍ଲାର ୧୬ ଗୋଟି ଗାଁ ରହିଛି।

ସେପଟେ କଟକ ଜିଲ୍ଲାର ୩୭ଟି ଗାଁ ରେ ୪ଜି ମୋବାଇଲ୍ ସେବା ପହଞ୍ଚି ପାରିନଥିବା ବେଳେ ଦେବଗଡ଼ ଜିଲ୍ଲାର ୮୩ ଟି ଗାଁ, ଢେଙ୍କାନାଳ ଜିଲ୍ଲାର ୧୦ଟି, ଗଜପତି ଜିଲ୍ଲାର ୨୩୮ଟି, ଗଞ୍ଜାମ ଜିଲ୍ଲାର ୧୯୪ଟି, ଜଗତସିଂପୁର ଜିଲ୍ଲା ର ୨ଟି, ଯାଜପୁର ଜିଲ୍ଲାର ୪୦ଟି, ଝାରସୁଗୁଡା ଜିଲ୍ଲାର ୩ଟି, କଳାହାଣ୍ଡି ଜିଲ୍ଲାର ୨୦୩ଟି, ଓ କନ୍ଧମାଳ ଜିଲ୍ଲାର ୪୬୫ ଗାଁ ରେ ୪ଜି ମୋବାଇଲ୍ ସେବା ପହଞ୍ଚି ପାରିନାହିଁ। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ୭ଟି, କେନ୍ଦୁଝର ଜିଲ୍ଲାର ୮୦ଟି,, ଖୋର୍ଦ୍ଧା ଜିଲ୍ଲାର ୯ଟି, କୋରାପୁଟ ଜିଲ୍ଲାର ୭୦ଟି, ମାଲକାନଗିରି ଜିଲ୍ଲାର ୧୦୨ଟି, ନବରଙ୍ଗପୁର ଜିଲ୍ଲାର ୧୬ଟି, ନୟାଗଡ଼ ଜିଲ୍ଲାର ୧୩୯ଟି, ନୂଆପଡ଼ା ଜିଲ୍ଲାର ୨୮ଟି, ପୁରୀ ଜିଲ୍ଲାର ୪ଟି, ରାୟଗଡ଼ା ଜିଲ୍ଲାର ୧୯୩ଟି, ସମ୍ବଲପୁର ଜିଲ୍ଲାର ୮୧ଟି, ସୋନପୁର ଜିଲ୍ଲାର ୫ଟି, ସୁନ୍ଦରଗଡ଼ ଜିଲ୍ଲାର ୧୯୬ଟି ଏବଂ ରାଷ୍ଟ୍ରପତି ଙ୍କ ଜିଲ୍ଲା ମୟୂରଭଞ୍ଜ ଜିଲ୍ଲାରେ ୧୬୫ଟି ଗାଁରେ ୪ଜି ମୋବାଇଲ୍ ସେବା ଉପଲବ୍ଧ ହୋଇନାହିଁ। କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ ଓଡ଼ିଶାର ଏହି ସବୁ ଗାଁ ମଧ୍ୟ ୪ଜି ମୋବାଇଲ୍ ସେବା ପାଇବା ପାଇଁ ତାଲିକାଭୁକ୍ତ ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନବରଙ୍ଗପୁର ରେ ” ଓଡିଶା A1 ନିୟୁଜ ” ଅଫିସ ରୁ ଚୋରି

Sunil Chandra Nayak

ବିଷ ପିଇ ବିବାହିତା ମହିଳା ଙ୍କ ଆତ୍ମହତ୍ୟା

ଥୁଆମୂଳ ରାମପୁର ୧ ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ‘ଓଜନ ଉତ୍ସବ” ଅନୁଷ୍ଠିତ

Leave a Comment

error: Content is protected !!