ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ସୁରେନ୍ଦ୍ର ମହାନ୍ତି ଜନ୍ମ ଶତବାର୍ଷିକୀ ପାଳିତ

ରାଉରକେଲା/ଆଧୁନିକ ଓଡ଼ିଆ ସାହିତ୍ୟର ଅପ୍ରତିଦ୍ଵନ୍ଦୀ କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ଜନ୍ମ ଶତବାର୍ଷିକୀ ରାଉରକେଲାର ଅଗ୍ରଣୀ ସାହିତ୍ୟ-ସଂସ୍କୃତି ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ସଂଘର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସଂଘର ଉପଦେଷ୍ଟା ଭାରତ ଭୂଷଣ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ କବି ଡାକ୍ତର କୃପାସିନ୍ଧୁ ନାୟକ, ସମ୍ମାନନୀୟ ବକ୍ତା ଭାବେ ଡଃ ପ୍ରଭାତ କୁମାର ମଲ୍ଲିକ, କବି ରାଜୀବ ପାଣି ଏବଂ ହୃଷିକେଶ ମହାବିଦ୍ୟାଳୟର ଅଧ୍ୟକ୍ଷ ଭବେଶ ସାହୁ ଯୋଗଦେଇ ସୁରେନ୍ଦ୍ର ମହାନ୍ତିଙ୍କ ବହୁମୁଖୀ ପ୍ରତିଭାର ଅବତାରଣା କରିଥିଲେ। ସେ ଥିଲେ ଏକାଧାରରେ ଜଣେ ମାନବବାଦୀ ଲେଖକ, ଧୂରୀଣ ରାଜନୀତିଜ୍ଞ ତଥା ସଫଳ ସାମ୍ବାଦିକ। ଇତିହାସ ଭିତ୍ତିକ ଉପନ୍ୟାସ ଲେଖି ସେ ଅତୀତ ସହ ବର୍ତମାନକୁ ମିଶାଇ ଭବିଷ୍ୟତ ପାଇଁ ପଥ ନିର୍ଦ୍ଦେଶ କରିଯାଇଛନ୍ତି। ତାଙ୍କର ସାହିତ୍ୟ କୃତି ପାଇଁ ସେ ଏକାଧିକ ବାର ଉଭୟ ରାଜ୍ୟ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସହ ସାରଳା ପୁରସ୍କାରରେ ସମ୍ମାନିତ ହୋଇଥିଲେ। ରାଜନୀତିର ପଶାପାଲିରେ ମଧ୍ୟ ସେ ନିଜର ପରାକାଷ୍ଠା ପ୍ରତିପାଦନ କରି ଉଭୟ ଲୋକସଭା ଏବଂ ରାଜ୍ୟସଭାକୁ ନିର୍ବାଚିତ ହୋଇ ଓଡ଼ିଶାର ସ୍ବାର୍ଥ ପାଇଁ ଲଢେ଼ଇରେ ଆଗଭର ଥିଲେ।ଏଭଳି ଜଣେ ବିଲକ୍ଷଣ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କ ଜନ୍ମ ଶତବାର୍ଷିକୀ ପାଳନ କରି ପ୍ରଗତି ଉତ୍କଳ ସଂଘ ନିଜର ମହନୀୟତା ପ୍ରତିପାଦନ କରିଛି ବୋଲି ବକ୍ତା ମାନେ ମତପ୍ରକାଶ କରିଥିଲେ।ସାଂସ୍କୃତିକ ସଂପାଦକ ଅଶୋକ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ ଏବଂ ସାଧାରଣ ସଂପାଦକ ରାଧାମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସଭାରେ ପାଠାଗାରର କର୍ମକର୍ତ୍ତାମାନେ ସହାୟତା କରିଥିବାବେଳେ ଅରବିନ୍ଦ ପାତ୍ର, ଅଜୟ କୁମାର ଗୋସ୍ବାମୀ , ଲକ୍ଷ୍ମଣ ନାଥ ଦାସ, ଶୁଭ୍ରାଂଶୁ ଶେଖର ମହାପାତ୍ର, ତ୍ରିଲୋଚନ ସ୍ବାଇଁ, ପରୀକ୍ଷିତ ଗୁରୁ, ଆଲୋକ ବୋଷ, ଅଶୋକ କୁମାର ବଳ, ଇନ୍ଦ୍ରମଣି ମହାପାତ୍ର, ପ୍ରଦୀପ କୁମାର ପଟ୍ଟନାୟକ, ଅର୍ଜୁନ ଭୂୟାଁ, ପ୍ରସନ୍ନ କୁମାର ମହାନ୍ତି, ଶ୍ରୀଧର ସୁନା, ବିପିନ ବିହାରୀ ପଟ୍ଟନାୟକ, କିଶୋରୀ ମୋହନ କର, ମୀନକେତନ ପଶାୟତ, ଧରଣୀଧର ସାମଲ, କାଶୀନାଥ ନନ୍ଦୀ,ସଂଜୀବ କୁମାର ଭୋଇ, ଚିତ୍ତରଞ୍ଜନ ବ୍ରହ୍ମା, ଆର୍ତ୍ତତ୍ରାଣ ମହାପାତ୍ର, ଡଲିରାଣୀ ବ୍ରହ୍ମା, ସ୍ମିତା ମିଶ୍ର, ରଶ୍ମି ସାହୁ, ଅର୍ଚ୍ଚନା ପାତ୍ର, କନକଲତା ମିଶ୍ର, ପୁଷ୍ପାରାଣୀ ପଟେଲ, ସୁପ୍ତି କର, ଗୀତା ରାଣୀ ବେହେରା, ବବିତା ମହାଳିକ, ନିରୁପମା ପତି, ଅଶୋକ କୁମାର ରାଉତ, କୁଳମଣି ଦାସ, ବିଷ୍ଣୁ ମୋହନ ପରିଡ଼ା, ଡାଃ. ମନୋଜ କୁମାର ନାୟକ, ନୃସିଂହ ଚରଣ ବିଶ୍ବାଳ ପ୍ରମୁଖ ସହରର ବହୁ ସାହିତ୍ୟପ୍ରେମୀ ବୁଦ୍ଧିଜୀବୀ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଜାମଦାର ଚିରସ୍ରୋତା ଜୁମ୍ବାଗଳା ଜଳ ଉତ୍ସ ପ୍ରକଳ୍ପ ନିର୍ମାଣ ନେଇ ବରିଷ୍ଠ ବିଜେପି ନେତା ବିଜୁଗୋପାଲ ଏବଂ ସାମନ୍ତ ଗିରିଙ୍କ ନେତୃତ୍ୱରେ କେନ୍ଦ୍ର ଜନଶକ୍ତି ମନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର 

Sunil Chandra Nayak

ରଞ୍ଜିତ କୁ ସାହୁ ଙ୍କ କବିତା ପତ୍ରଝଡ଼ା ର ଆବେଗ

Sunil Chandra Nayak

ନିଆଁ ରେ ପୋଡି ଜଣେ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!