ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଜେପିର ଦାବୀ

 ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଗତ ୧୩ ତାରିଖରେ ଚନ୍ଦନ ନାଏକ ନାମକ ଜଣେ ରୋଗୀ ଓ ମାତ୍ର ଚାରିଦିନ ବ୍ୟବଧାନରେ ଗତ ୧୭ ତାରିଖ ଦିନ ଦୁର୍ଯ୍ୟୋଧନ ନାୟକ ନାମକ ଅନ୍ୟ ଏକ ରୋଗୀ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଉଭୟଙ୍କ ଚିକିତ୍ସାରେ ଅବହେଳା, ବେଡ୍ ନପାଇବା ଓ ଯନ୍ତ୍ରଣା ସହ୍ୟ କରିନପାରି ମାନସିକ ଭାରସ୍ୟାମ ହରାଇ ଆତ୍ମହତ୍ୟା କରିଛନ୍ତି ବୋଲି ଅନୁସନ୍ଧାନରୁ ଜଣାଯାଇଛି । ୪ ଓ ୫ ମହଲାରେ ପ୍ରସୂତି, ଶିଶୁ, ସର୍ଜରୀ, ମେଡିସିନ୍ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଥିବା ସତ୍ୱେ ସୁରକ୍ଷା ଦୃଷ୍ଟିରୁ ଗ୍ରିଲ୍ ଲଗାଯାଇନାହିଁ କିମ୍ବା ରାତ୍ରିରେ ଜଗୁଆଳି ରହୁନାହାଁନ୍ତି । ସିସିଟିଭିର ବ୍ୟବସ୍ଥା ମଧ୍ୟ ନାହିଁ । ଏଥିଯୋଗୁଁ ପୂର୍ବରୁ ମଧ୍ୟ କେତେକ ରୋଗୀ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବାସ୍ଥଳେ ଏହାର ପ୍ରତିକାର କରାନଯିବା ହେତୁ ବାରମ୍ବାର ଏଭଳି ଘଟଣା ଘଟୁଅଛି । ଚିକିତ୍ସାର ଅବହେଳା, ବେଡ୍ ଅଭାବ, ଡାକ୍ତରୀ ଅଭାବ ପ୍ରମୁଖ ସମସ୍ୟା ନେଇ ବାରମ୍ବାର ଅଭିଯୋଗ ହେଉଥିବାସ୍ଥଳେ ଏହାର ସୁଧାର କରାଯାଉନାହିଁ । ଏଣୁ ଢେଙ୍କାନାଳ ଜନସାଧାରଣଙ୍କ ମନରେ ତୀବ୍ର ପ୍ରତିକ୍ରିୟା ହେବା ସଙ୍ଗେ ସଙ୍ଗେ ଉପରୋକ୍ତ ଘଟଣା ଦ୍ୱୟ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଆଜି ବିଜେପି ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଉପରୋକ୍ତ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଦାୟୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତି ନହୁଏ, ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ତୁରନ୍ତ ନେବା ପାଇଁ ଆଲୋଚନା କରିବା ସହ ଏକ ଦାବୀ ପତ୍ର ଦେଇଥିଲେ । ଯଦି ଏହାର ତୁରନ୍ତ ସମାଧାନ ନକରାଯାଏ ଆଗାମୀ ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ଉକ୍ତ ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ଭୂଷଣ ପ୍ରଧାନ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବ କିଶୋର ଗୁରୁ, ଜିଲ୍ଲା ସାଧାରଣ ସଂପାଦକ ସୁନିଲ୍ ଶର୍ମା, ଜିଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ, ସନାତନ ବେହେରା, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, ଆଇଟି ସେଲ୍ ପ୍ରଭାରୀ ରମ୍ୟରଞ୍ଜନ ମହାପାତ୍ର, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟ ରଞ୍ଜନ ଭୂୟାଁ, କାଉନ୍ସିଲର ବଳରାମ ସେଠୀ, ସୂର୍ଯ୍ୟପ୍ରତାପ ରାଉତ ପ୍ରମୁଖ ସାମିଲ୍ ଥିଲେ ।

 ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା

Sunil Chandra Nayak

ପ୍ରେମଲତା ଙ୍କ କବିତା ପ୍ରତୀକ୍ଷା

Sunil Chandra Nayak

ଛାତ୍ରଛାତ୍ରୀଙ୍କ ସହିତ ମାଉଣ୍ଟ ଏଭରେଷ୍ଟ ଯାତ୍ରାର ଅନୁଭୂତି ବାଣ୍ଟିଲେ ଯୋଗବ୍ଯାସ

Leave a Comment

error: Content is protected !!