ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳରେ ଗଣେଶ ପୂଜା ପ୍ରସ୍ତୁତି ବୈଠକ, ୩୮ଟି ପୂଜା ମଣ୍ଡପରେ ଗଣେଶଙ୍କୁ କରାଯିବ ଆବାହନ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ଗୃହ ଠାରେ ପୂର୍ବାହ୍ନ ୧୦ ଘଟିକା ସମୟରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଢେଙ୍କାନାଳ ମିଳିତ ଗଣେଶ ପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ସହରର ୩୮ଟି ପୂଜା ଅନୁଷ୍ଠାନର ସଭାପତି/ସଂପାଦକ, କର୍ମକର୍ତା ଓ ଜିଲ୍ଲାର ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଚଳିତ ବର୍ଷ ଗଣେଶ ପୂଜା ଅଗଷ୍ଟ ମାସ ୩୧ ତାରିଖ ଦିନ ଆରମ୍ଭ ହୋଇ ସେପ୍ଟେମ୍ବର ୬ ତାରିଖରେ ବିସର୍ଜନ ପାଳନ କରିବା ପାଇଁ ସ୍ଥିର କରାଯାଇଥିଲା । ପ୍ରାରମ୍ଭରେ ମିଳିତ ଗଣେଶପୂଜା କ୍ରିୟାନୁଷ୍ଠାନ କମିଟିର ସଭାପତି ସୁଧାଂଶୁ କୁମାର ଦଳେଇ କହିଛନ୍ତି ଯେ, ସହରରେ ଆଜକୁ ୧୩ବର୍ଷ ଧରି ମିଳିତ ଭାବେ ଗଣପର୍ବ ପାଳନ କରିଆସୁଅଛୁ । ପୂଜାର ପ୍ରଥମ ଦିନ ଠାରୁ ୬ଷ୍ଠ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ମଣ୍ଡପରେ ଠାକୁରଙ୍କୁ ପୂଜା କରି ୭ମ ଦିନ ସକାଳେ ବିସର୍ଜନ ପରେ ମିନିଷ୍ଟାଡିୟମ୍ ଠାରେ ବିନା ବାଜା, ବାଣରେ ୩୮ଟି ମେଢ ଏକତ୍ର ହେବା ପରେ ସକାଳ ୮ଟା ରେ ଲଟେରୀ ମାଧ୍ୟମରେ କ୍ରମାନ୍ୱୟରେ ସକାଳ ୯ଟାରୁ ମିଳିତ ଶୋଭାଯାତ୍ରାରେ ବାହାରି ସଂଧ୍ୟା ୭ ଘଟିକା ସମୟରେ ନିର୍ଦ୍ଧାରିତ ତିନୋଟି ପୁଷ୍କରିଣୀରେ ମୂର୍ତୀ ବିସର୍ଜନ କରାଯାଉଅଛି । ଚଳିତ ବର୍ଷ ଉକ୍ତ ଶୋଭାଯାତ୍ରାରେ ସହରର ୫୦ ହଜାରରୁ ଉଦ୍ଧ୍ୱର୍ ଯୁବକମାନଙ୍କ ସମାଗମ ହେବ ଏବଂ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବାଦ୍ୟ, ନୃତ୍ୟ, ଶଙ୍ଖ ଓ ହୁଳହୁଳିରେ ସହର ପ୍ରକମ୍ପିତ ହେବ । ସେଥିପାଇଁ ଶୋଭାଯାତ୍ରାକୁ ଶାନ୍ତିଶୃଙ୍ଖଳା ସହିତ ପାଳନ କରିବାକୁ ଯୁବକମାନଙ୍କୁ କମିଟିର ସଭାପତି ଶ୍ରୀ ଦଳେଇ ନିବେଦନ କରିବା ସହିତ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀମାନଙ୍କର ସହଯୋଗ ଲୋଡିଥିଲେ । ଜିଲ୍ଲାପାଳ ଶ୍ରୀ ସେଠୀ ପୂଜାକୁ ଶୃଙ୍ଖଳା କରିବା ସହିତ କୋଭିଡ୍ ନିୟମ ପାଳନ, ପ୍ଲାଷ୍ଟିକ୍ ବର୍ଜନ ସହିତ ଭସାଣୀ ଉତ୍ସବକୁ ନିଶାମୁକ୍ତ କରି ଶାନ୍ତିଶୃଙ୍ଖଳାରେ ପାଳନ କରିବାକୁ ଯୁବପୀଢିଙ୍କୁ ପରାମର୍ଶ ଦେଇଥିଲେ । ସଂପାଦକ ବିଶ୍ୱନାଥ ବେହେରା ସମସ୍ତ ପୂଜା ଅନୁଷ୍ଠାନର କର୍ମକର୍ତାମାନଙ୍କୁ ଶୃଙ୍ଖଳା ସହ ପାଳନ କରିବାକୁ ଅନୁରୋଧ କରିଥିଲେ । ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ ବୈଠକକୁ ପରିଚାଳନା କରିଥିଲେ । ଉକ୍ତ ବୈଠକରେ ପୋଲିସ୍ ବିଭାଗ, ମୁ୍ୟନିସିପାଲିଟି, ପି.ଏଚ୍.ଡି., ପି.ଡବ୍ଲୁ୍ୟଡି., ଅଗ୍ନିଶମ, ସଂସ୍କୃତି ଅଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଅଶୋକ କୁମାର ଦାସ ଉପସ୍ଥିତ ରହି ପୂଜା ଆରମ୍ଭରୁ ଭସାଣୀ ଉତ୍ସବ ପର୍ଯ୍ୟନ୍ତ ସମସ୍ତ ସହଯୋଗ କରିବେ ବୋଲି ମତ ରଖିଥିଲେ । ପରିଶେଷରେ ଅତିରିକ୍ତ ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ ଦତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଜାମଦାର ଚିରସ୍ରୋତା ଜୁମ୍ବାଗଳା ଜଳ ଉତ୍ସ ପ୍ରକଳ୍ପ ନିର୍ମାଣ ନେଇ ବରିଷ୍ଠ ବିଜେପି ନେତା ବିଜୁଗୋପାଲ ଏବଂ ସାମନ୍ତ ଗିରିଙ୍କ ନେତୃତ୍ୱରେ କେନ୍ଦ୍ର ଜନଶକ୍ତି ମନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ପୌର ନର୍ବାଚନ ପାଇଁ ଅଧିକାରୀ ଙ୍କୁ ତାଲିମ୍ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!