ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାଳିତ ହେଲା ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ

ବାଲେଶ୍ଵର,୨୯/୬/୨୨- ଵାଲେଶ୍ୱର ଜିଲ୍ଲା ଖଇରା ବଜାର ସାର୍ବଜନୀନ ଦୁର୍ଗାମଣ୍ଡପ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ୯୪ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଵରିଷ୍ଠ ସାମ୍ବାଦିକ ଅନାମ ଚରଣ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଅଵସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅର୍ନ୍ତଯ୍ୟାମି ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗୋପବନ୍ଧୁଙ୍କ ନୀତି ଓ ଆଦର୍ଶ ଉପରେ ଅନୁପ୍ରାଣିତ ହେଵାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଗାନ୍ଧୀ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ଯାର୍ପଣ କରିଥିଲେ । ଏଥିରେ ରାଧାକାନ୍ତ ପାତ୍ର, ପ୍ରହ୍ଲାଦ ଧର, କରୁଣାକର ମହାନ୍ତି, ମାନସ କୁମାର ଜେନା, ମାନସ କୁମାର ସୁତାର, ଅଧ୍ୟାପକ ଦ୍ୱାରିକାନାଥ ଶତପଥୀ, ମହତିପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ମଧୁସୂଦନ ଦାସ ଓ ଅଵସରପ୍ରାପ୍ତ ଶିକ୍ଷକ ଦୀନବନ୍ଧୁ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଖଇରା ବ୍ଲକ ସମାଜ ପ୍ରତିନଧି କୈଳାସ ଦାସ ଧନ୍ୟବାଦ ଦେଇଥିଲେ । ଏଥିସହିତ ସମଗ୍ର ବାଲେଶ୍ଵର ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ପାଳିତ ହୋଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଇମାନୁଏଲ ପବ୍ଲିକ ରାସ୍ତା ଶୋଚନୀୟ ମରାମତି ଦାବି

Sunil Chandra Nayak

ରେଳରୋକ ଆନ୍ଦୋଳନ ପାଇଁ ରୁପ୍ରାରୋଡ ଅଗ୍ରସେନ ଭବନ ଠାରେ ପ୍ରସ୍ତୁତି ବୈଠକ

Sunil Chandra Nayak

ଅସନ୍ତୁଷ୍ଟ ଝାଡ଼ଖଣ୍ଡ ମୁକ୍ତିମୋର୍ଚା କର୍ମିଙ୍କ ବିଭିନ୍ନ ସମସ୍ୟା ନେଇ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ବୈଠକ

Sunil Chandra Nayak

Leave a Comment

error: Content is protected !!