ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ଓ ଏଭିକୁ ପକ୍କା ରାସ୍ତା ନିର୍ମାଣ କେବେ? କାଦୁଅ ପଚପଚ୍ ରାସ୍ତାରେ ଯିବା ଆସିବା କରୁଛନ୍ତି ଛାତ୍ରଛାତ୍ରୀ, ଚେଇଁ ଶୋଇଛି ପ୍ରଶାସନ

ଉତ୍କେଲା-:   କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମଶାଣିମୁଣ୍ଡା ମୈ।ଜାରେ ରାଜ୍ୟ ସରକାର ଙ୍କ ପକ୍ଷରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି। ଯାହାକି ଗତ ୨୦୧୬/୧୭ ଶିକ୍ଷା ବର୍ଷରୁ ପାଠ ଆରମ୍ଭ ହୋଇଥିବା ବେଳେ ଚଳିତ ୨୦୨୨/୨୩ ଶିକ୍ଷା ବର୍ଷରେ ଷଷ୍ଠ ରୁ ଦଶମ ଶ୍ରେଣୀ ଯାଏଁ ପ୍ରାୟ ୫ଶହ ଜଣ ଛାତ୍ରଛାତ୍ରୀ ନାମ ଲେଖାଇ ଅଧ୍ୟୟନ କରୁଛନ୍ତି। ଚଳିତ ବର୍ଷ ଏହି ବିଦ୍ୟାଳୟକୁ ୫-ଟି ଯୋଜନାରେ ସାମିଲ କରାଯାଇ ଲକ୍ଷାଧିକ ଟଙ୍କା ବିନିମୟରେ ବିଦ୍ୟାଳୟର ରୁପାନ୍ତରିଣ କାମ କରାଯାଇଛି। ହେଲେ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ମାନେ ଯିବା ଆସିବା କରିବା ପାଇଁ ଭଲ ରାସ୍ତାଟିଏ ନିର୍ମାଣ ହୋଇପାରିନାହିଁ। ଫଳରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ରାସ୍ତା ସମସ୍ୟା କୁ ନେଇ ବିଦ୍ୟାଳୟ କତୃପକ୍ଷ ଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଗଣମାଧ୍ୟମ ଜରିଆରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବାରୁୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ଏପରିକି ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ତଥା ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଓଡିଶା ଆଦର୍ଶ ବିଦ୍ୟାଳୟ କୁ ଯିବା ଆସିବା କରିଥିଲେ ମଧ୍ୟ ରାସ୍ତା ପ୍ରତି ଦୃଷ୍ଟି ନଦେବା ଭଳି ପରିଲକ୍ଷିତ ହୋଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ଯିବା ପାଇଁ ରାସ୍ତା ସମସ୍ୟା ଉପରେ ପ୍ରଶାସନ ଜାଣିଥିଲେ ମଧ୍ୟ ପ୍ରଶାସନ ର ନିଦ ଭାଙ୍ଗିବ କେବେ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ଏପରିକି ଓଡିଶା ଆଦର୍ଶ ବିଦ୍ୟାଳୟ ପରିଚାଳନା କମିଟିରେ ବିଡ଼ିଓ ନିଜେ ରହିଥିଲେ ମଧ୍ୟ ରାସ୍ତା ସମସ୍ୟା ର ସମାଧାନ ପ୍ରତି ଦୃଷ୍ଟି ନଦେବା ପରିତାପର ବିଷୟ ବୋଲି ଅଭିଭାବକ ମହଲରେ ଅଭିଯୋଗ ହେଉଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁ ଛାତ୍ରଛାତ୍ରୀମାନେ ଯିବା ଆସିବା ପାଇଁ ହେଲେ କେସିଙ୍ଗା – ରୁପ୍ରା କୁ ସଂଯୋଗ ହୋଇଥିବା ପୂର୍ତ୍ତ ବିଭାଗ ରାସ୍ତା ର କେନ୍ଦୁଲିଭ ଅଫିସ୍ ଛକ ଦେଇ ଯିବାକୁ ପଡିଥାଏ। ବିଦ୍ୟାଳୟ କୁ ଯିବା ପାଇଁ ଏହି ରାସ୍ତା ଛାତ୍ରଛାତ୍ରୀ ମାନଙ୍କ ମୁଖ୍ୟ ରାସ୍ତା ହୋଇଥିବା ବେଳେ ପ୍ରଶାସନର ଦୁରଦୃଷ୍ଟି ଅଭାବ ଯୋଗୁଁ କାମ ନହୋଇ ପଡ଼ିରହିବା ଫଳରେ ରାସ୍ତା ଶୋଚନୀୟ ହୋଇପଡିଛି। ମାଟି ରାସ୍ତା ହୋଇଥିବା ବେଳେ ଅନେକ ସ୍ଥାନରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇ ବର୍ଷା ପାଣି ଜମି ରହୁଛି ଓ ରାସ୍ତାରେ କାଦୁଅ ସୃଷ୍ଟି ହେଉଥିବା ଦେଖାଦେଇଛି । କାଦୁଅ ପଚପଚ୍ ରାସ୍ତାରେ ଛାତ୍ରଛାତ୍ରୀ ମାନେ ସାଇକେଲ ଧରି ବିଦ୍ୟାଳୟ କୁ ଯିବା ଆସିବା କରୁଥିବା ବେଳେ ପଡ଼ିଯାଉଥିବା ମଧ୍ୟ ଅଭିଯୋଗ ହେଉଛି । ତୁରନ୍ତ ଏହାର ସମାଧାନ ନହେଲେ ଏହି ପ୍ରସଙ୍ଗ କୁ ନେଇ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି ।

ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ

Related posts

ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କ ତେନ୍ତୁଳିିଖୁଣ୍ଟି ବ୍ଳକ ଗସ୍ତ

Sunil Chandra Nayak

ରାଉରକେଲା ରେ ରେଳ ଡିଭିଜନ ଓ ଜିଲ୍ଲା ଘୋଷଣା କରିବାକୁ ସଚେତନ ନାଗରିକ ମଞ୍ଚର ଦାବି

Sunil Chandra Nayak

କଳାହାଣ୍ଡି କୁଲତା ସମାଜର ଦ୍ୱିତୀୟ ବାର୍ଷିକ ଅଧିବେଶନ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!