ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସ୍ତରୀୟ ଗୁରୁ ଦିବସ ପାଳିତ

 ତେନ୍ତୁଳିଖୁଣ୍ଟି ୦୫/୦୯/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ଆଜି ବ୍ଲକ ସ୍ତରୀୟ ଗୁରୁ ଦିବସ ପାଳିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ବୀରେନ୍ଦ୍ର ପାଢୀ ଯୋଗ ଦେଇଥିବା ବେଳେ ଏ ବି ଇ ଓ ମୋହନ ମଧୁସୂଦନ ବାଘ ସଭାପତିତ୍ୱ କରିଥିଲେ। ମହେନ୍ଦ୍ର ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏ ବି ଇ ଓ ରମେଶ ଟାକ୍ରୀ,ହେଲେନ ଇସବେଲ ସୁନା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି କ୍ଷେତ୍ର ମୋହନ ବିଶୋଇ,ସମ୍ପାଦକ ପ୍ରଦୀପ ସୁନା ମଞ୍ଚାସିନ ଥିଲେ। ଚଳିତ ବର୍ଷ ର ତିନିଟି ଆଦର୍ଶ ବିଦ୍ୟାଳୟ ଓ ତିନିଜଣ ଆଦର୍ଶ ଶିକ୍ଷକ ଙ୍କୁ ପୁରସ୍କୃତ କରାଯାଇଛି। ଉଚ୍ଚ ବିଦ୍ୟାଳୟ ବର୍ଗରେ ତେନ୍ତୁଳିଖୁଣ୍ଟି ସ୍ଥିତ ବାପୁଜି ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷକ ଉମର ସିଂ ନାୟକ ,ଉଚ୍ଚପ୍ରାଥମିକବିଦ୍ୟାଳୟ ବର୍ଗରେ ଅଂଚଳଗୁମ୍ମା ଗ୍ରାମ ପଞ୍ଚାୟତ ର ଚିତ୍ରକୋଟ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ପ୍ରଧାନ ଶିକ୍ଷୟତ୍ରୀ ସୁଶିଳା ରଥ ଗ୍ରହଣ କରିଥିଲେ। ପିଲିବସିନୀ ପ୍ରାଥମିକ ବିଦ୍ୟାଳୟ ର ଲକ୍ଷ୍ମଣ ବିଶୋଇ ଗ୍ରହଣ କରିଥିଲେ। ସେହିଭଳି ଉଚ୍ଚ ବିଦ୍ୟାଳୟ ବର୍ଗରେ ଦିବ୍ୟ ହୃଦୟ ବାଳିକା ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଇନ୍ଦିରା ପଟନାୟକ, ପୂଜାରିଗୁଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଜ୍ୟୋତ୍ସା ରାଣୀ ପଟ ନାୟକ, ପରଜା ବାରଙ୍ଗ ପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସଂଯୁକ୍ତା ବେହେରା ପୁରସ୍କୃତ ହୋଇଥିଲେ। ଶିକ୍ଷକ ମାନେ ସମାଜ ର ଦର୍ପଣ ସେମାନେ ହିଁ ଉତ୍ତମ ସମାଜ ଗଠନ କରି ରାଷ୍ଟ୍ର ଗଠନ କରିଥାନ୍ତି। ଗୁରୁଙ୍କ ଭୂମିକା ମହତ୍ୱପୂର୍ଣ୍ଣ ବୋଲି ବକ୍ତାମାନେ ମତ ରଖିଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଜୟ କୁମାର ମିଶ୍ର  ଙ୍କ କବିତା ମାଆଙ୍କୁ ମାଗୁଣି

Sunil Chandra Nayak

ରାଇରଙ୍ଗପୁର ସତସଙ୍ଗ ବିହାର ପରିସରରେ ଶ୍ରୀ ଶ୍ରୀ ବଡ଼ ମା’ଙ୍କର ୧୨୯ ତମ ଜନ୍ମୋତ୍ସବ ପାଳିତ

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା “ପଦ୍ମାଳୟା”

Sunil Chandra Nayak

Leave a Comment

error: Content is protected !!