ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୁଭ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

  ଢ଼େଙ୍କାନାଳ -:   ବିଶ୍ବର ୧୭୭ ଟି ଦେଶ ର କୋଣ ଅନୁକୋଣରେ ଯୋଗ ଦିବସ ପାଳିତ ହେଉଥିବା ବେଳେ ଅଦ୍ଯ ମଙ୍ଗଳ ବାର ଦିନ ସକାଳ ୬ଘଟିକା ଠାରୁ ଆରମ୍ଭ କରି ୭ ଘଟିକା ପର୍ଯ୍ଯନ୍ତ ଜନ ମଙ୍ଗଳ (ରାସୋଳ)ର ଉପଦେଷ୍ଟା ତଥା ଯୋଗ ଗୁରୁ ଶ୍ରୀ ଯୁକ୍ତ ଦୀପ୍ତି ରଞ୍ଜନ ପଣ୍ଡା ଏବଂ ଯୋଗ ଗୁରୁ ଶ୍ରୀ ଯୁକ୍ତ ଅଶ୍ବିନୀ କୁମାର ପତି ମହୋଦୟ ଙ୍କ ଅଧ୍ୟକ୍ଷତାରେ ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ସୂଚାରୂ ରୂପେ ଏକ ସ୍ବତନ୍ତ୍ର ଯୋଗ ଶିବିର ପରିଚାଳନା ପୂର୍ବକ ଆଜକୁ ତିନି ଦିନ ଧରି ପାଳିତ ହୋଇଯାଇଛି । ଉକ୍ତ ଯୋଗ ଶିବିର ରେ ଜନ ମଙ୍ଗଳ (ରାସୋଳ) ର ଉପଦେଷ୍ଟା ତଥା ରାସୋଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ଦୟାନିଧି ପୃଷ୍ଠି,ଆୟୁଷ୍ ଡାକ୍ତର କ୍ଷୀରୋଦ କୁମାର ସାହୁ ଏବଂ ଡାକ୍ତରଖାନା ର ସମସ୍ତ କର୍ମଚାରୀ,MPHS

(M &F),LHV, ଆଶା କର୍ମୀ ରାସୋଳ ହାଇସ୍କୁଲ ର ଛାତ୍ର ଛାତ୍ରୀ ଓ ଏନ୍ ସି ସି ଭାରପ୍ରାପ୍ତ ଶିକ୍ଷୟତ୍ରୀ,HWC PHC RASOL ର YOGA TEAM, ଶ୍ରଦ୍ଧା ଶକ୍ତି ସେବା ସଂଗଠନ ( ଜନ ମଙ୍ଗଳ ରାସୋଳ) ର ସେବକ ଓ ସେବିକା ଗଣ ରାମକୃଷ୍ନ ବୈଦ୍ୟ, ଚନ୍ଦନ ସାହୁ,ସଞ୍ଜୀବ ମହାପାତ୍ର, ସୁନିଲ୍ ସାହୁ, ସେବିକା ନିରୁପମା ମିଶ୍ର, ମମତା ବେହେରା ତଥା ସଭାପତି ବିଭୁପ୍ରସାଦ ଶତପଥୀ,ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ର ସେବକ ଭାଇ ଆଲୋକ ଚିନ୍ନରା,ଭାସ୍କର ନାୟକ,ମନୋରଞ୍ଜନ ନାଥ,ଏବଂ ରାସୋଳ ଗ୍ରାମବାସୀଙ୍କର ଯୋଗ ଦାନ ପୂର୍ବକ କାର୍ଯ୍ଯକ୍ରମ କୁ ସାଫଲ୍ଯ ମଣ୍ଡିତ କରିଥିଲେ ।ପରିଶେଷରେ ସମାଜ ର ମଙ୍ଗଳ ନିମିତ୍ତ ନିଜକୁ ନିୟୋଜିତ କରିବାର ସମୂହ ଶପଥ ପାଠ ସହିତ ମିଷ୍ଟାନ୍ନ ବଣ୍ଟନ ସହିତ ମହା ବାକ୍ୟ

ସର୍ବେ ଭବନ୍ତୁ ସୁଖୀନଃ,

ସର୍ବେ ସନ୍ତୁ ନିରାମୟା,

ସର୍ବେ ଭଦ୍ରାଣି ପଶ୍ଯନ୍ତୁ,

ମା କଶ୍ଚିଦ୍ ଦୁଃଖ ଭାଗ୍ ଭବେତ୍।

ଓଁ ଶାନ୍ତି ଓଁ ଶାନ୍ତି ଓଁ ଶାନ୍ତି ଉଚ୍ଚାରଣ ରେ ପରିବେଶ ମୁଖରିତ ହୋଇଥିଲା

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା ଦାରିଦ୍ର୍ୟ ଭଞ୍ଜନୀ ମହାଲକ୍ଷ୍ମୀ 

Sunil Chandra Nayak

ଦୀର୍ଘ ୪୦ ବର୍ଷ ପରେ କେସିଙ୍ଗା ମହାବିଦ୍ୟାଳୟକୁ ମିଳିଲା  ପଟ୍ଟା

ରୁଦ୍ରନାରାୟଣପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ବିରୁଦ୍ଧ ରେ ଗୁରୁତର ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!