ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପବ୍ଲିକ୍ ସ୍କୁଲ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ପିଟିବା ସହ ଅଶ୍ଳୀଳ ଭିଡିଓ ଦେଖାଉଥିଲେ ସହପାଠୀ

ନବରଙ୍ଗପୁର -: ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅଧିନ ଏକ ପବ୍ଲିକ ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କୁ ୫ଜଣ ସହପାଠୀ ଦୁଇ ମାସ ଧରି ରାଗିଂ କରୁଥିଲେ । ଛାତ୍ରଙ୍କୁ ମାଡ଼ ମାରିବା ସହିତ ଅଶ୍ଳୀଳ ଭିଡିଓ ଦେଖାଉଥିଲେ । ଛାତ୍ର ଜଣକ ଏ ସଂପର୍କରେ ଛାତ୍ରାବାସର ୱାଡେନ୍‌ଙ୍କୁ ଜଣାଇବା ପରେ ମଧ୍ୟ ସେ କୌଣସି ପଦକ୍ଷେପ ନେଇ ନଥିଲେ । ନିର୍ଯାତନା ଅସହ୍ୟ ହେବାରୁ ଛାତ୍ର ଜଣଙ୍କ ୪ଦିନ ତଳେ ୱାର୍ଡେନଙ୍କ ମୋବାଇଲରେ ନିଜ ମା’ଙ୍କୁ ଫୋନ କରି ସମସ୍ତ କଥା କହିବା ପରେ ପରିବାର ଲୋକ ନିଜ ପୁଅକୁ ସମ୍ପ୍ରୁକ୍ତ ବିଦ୍ୟାଳୟରୁ ଘରକୁ ନେଇ ଆସିଥିଲେ। ଆଜି ଏନେଇ ଛାତ୍ରଙ୍କ ପରିବାର ଲୋକ ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଉମରକୋଟ ଥାନାରେ ଏତଲା ଦେଇଛନ୍ତି । ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ , ଡାବୁଗାଁ ଅଞ୍ଚଳର ଜଣେ ଛାତ୍ର ଉମରକୋଟ ଥାନା ଅଞ୍ଚଳରେ ଥିବା ଏକ ପବ୍ଲିକ୍‌ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି । ଛାତ୍ର ଜଣକ ଛାତ୍ରାବାସ ଭିତରେ ରହୁଥିଲେ । ଏହି ୫ଜଣ ଛାତ୍ର ରାତିରେ ସିଗାରେଟ ଟାଣିବା ସମୟରେ ସଂପୃକ୍ତ ଛାତ୍ରଙ୍କୁ ବହୁ ସମୟ ଧରି ରୁମ୍ ବାହାରେ ରଖୁଥିଲେ । ସହପାଠୀ ଏଭଳି ନିର୍ଯାତନା ଦେଉଥିବା ନେଇ ଛାତ୍ର ଜଣକ ଛାତ୍ରାବାସର ୱାଡେନ୍‌ଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ ସେ ଏହାକୁ ଅଣଦେଖା କରି ଚାଲିଥିଲେ । ଛାତ୍ର ଜଣକ ନିଜ ପରିବାର ଲୋକଙ୍କୁ କଲ୍ କରିବା ସମୟରେ ଏହି ୫ଜଣ ସହପାଠୀ ତାଙ୍କ ନିକଟରେ ଜଗି ରହୁଥିଲେ । ତେବେ ନିର୍ଯାତନା ଅସହ୍ୟ ହେବାରୁ ଏତଲା ଦେଲେ ପରିବାରର ମୁଖ୍ୟ। ଚଳିତ ମାସ ୨୦ ତାରିଖ ରାତିରେ ଛାତ୍ର ଜଣକ ୱାଡେନ୍‌ର ମୋବାଇଲରୁ ନିଜ ମା’ଙ୍କୁ ଫୋନ କରି ସମସ୍ତ କଥା କହିଥିଲେ । ଏହା ଶୁଣିବା ପରେ ଛାତ୍ରଙ୍କ ବାପା ସ୍କୁଲରେ ପହଞ୍ଚି ନିଜ ପୁଅକୁ ଘରକୁ ନେଇ ଯାଇଥିଲେ । ଘରକୁ ଆସିବା ପରେ ଛାତ୍ର ଜଣକ ପ୍ରାୟ ୩ଦିନ ଧରି କାହାରି ସହିତ କଥା ହୋଇ ନଥିଲେ । ଶେଷରେ ଛାତ୍ରାବାସରେ ୫ଜଣ ସହପାଠୀ କିଭଳି ନିର୍ଯାତନା ଦେଉଥିଲେ ସେନେଇ ବାପା ଓ ମା’ଙ୍କୁ କହିଥିଲେ । ଏନେଇ ଛାତ୍ରଙ୍କ ବାପା ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ । ତେଣୁ ଆଜି ବାଧ୍ୟ ହୋଇ ଛାତ୍ରଙ୍କ ବାପା ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସମ୍ପ୍ରୁକ୍ତ ୱାଡେନ୍ ଙ୍କ ଦାୟିତ୍ଵ ହିନତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାର୍ ଲୋକେ ଦ୍ରୁଢ ଦାବି କରିଛନ୍ତି।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ନିକୁଞ୍ଜ କୁମାର ଘୋଷ ଙ୍କ କବିତା ଶେଷ ଚିଠି

Sunil Chandra Nayak

ମହା ସମାରୋହରେ ପାଳିତ ହେଲା ଗରିମା-୨୦୨୨

Sunil Chandra Nayak

ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ଅନୁମୋଦନ । କ୍ୟାବିନେଟ୍ ନିଷ୍ପତ୍ତି ନେଇ ଅବଗତ କଲେ ନିରଞ୍ଜନ ପୂଜାରୀ..

Sunil Chandra Nayak

Leave a Comment

error: Content is protected !!