ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସ୍ମୁତି

          ସ୍ମୁତି

ଉପେନ୍ଦ୍ର କୁମାର ବସ୍ତିଆ

     
ଗୋଟିଏ ରାତିର ପାଇଁ 
କୋଟିଏ ସପନ ନେଇ 
ତୋଳିଥିଲି ଯେଉଁ ଘର 
ଅଳିକ ହୋଇଲା ସେହି 
ଗୋଟିଏ ରାତିର •••।
ପ୍ରୀତିର ପରଶ ପାଇ 
ସଜାଇ ଫଗୁଣ ରାତି 
ପହିଲି ନିଶାରେ ଆମେ 
ଗଢିଥିଲେ କେତେ ସ୍ମୁତି 
ରାତି ଅଛି ସ୍ମୁତି ଅଛି 
ହେଲେ ତୁମ ଦେଖାନାହିଁ 
ଗୋଟିଏ ରାତିର••• ।
ତୁମର ସେ ବାହୁ ବନ୍ଧନ 
ଥିଲା ଦିନେ ମୋତିହାର 
କଥା କଥାକେ ତୁମର 
ଥରୁ ଥିଲାଟି ଅଧର 
ସେ ଅଧର ବାହୁଲତା 
ଲେଖାଥିଲା ଆନପାଇଁ 
ଗୋଟିଏ ରାତିର•••।
ହସଭରା ଏ ଚାନ୍ଦିନୀ 
ନିଦହୀନ ଏ ନୟନ
ବୁଝିବକି ମନ କଥା 
ଉଇଁଲେ ହଜାରେ ଜହ୍ନ
ବାସିହେଲା ଫୁଲ ଶେଯ 
ପ୍ରୀତିଗଲା ଇତିହୋଇ 
ଗୋଟିଏ ରାତିର••• ।
ସାଜିଛି ମୁଁ ଦରଦୀ କବି 
ସୁରାକୁ ସାଥିରେ ନେଇ 
ହୋଇଛି ମୁଁ ପଥହରା 
କେବଳ ତୁମରି ପାଇଁ 
କେମିତି ଭୁଲିବି କୁହ ?
କେବେ ଭୁଲି ପାରୁନାହିଁ 
ଗୋଟିଏ ରାତିର••• ।

ରାଉରକେଲା

Related posts

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ବିଜୟା ଦଶମୀରେ ପ୍ରାର୍ଥନା 

Sunil Chandra Nayak

ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଙ୍କ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ନେଇ ବିଧାନସଭା ରେ ପ୍ରଶ୍ନ

Sunil Chandra Nayak

ମିଶନ ଶକ୍ତି ଗୃହ ଉଦଘାଟନ କଲେ ବିଧାୟକ

Sunil Chandra Nayak

Leave a Comment

error: Content is protected !!