ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସ୍ମୁତି

          ସ୍ମୁତି

ଉପେନ୍ଦ୍ର କୁମାର ବସ୍ତିଆ

     
ଗୋଟିଏ ରାତିର ପାଇଁ 
କୋଟିଏ ସପନ ନେଇ 
ତୋଳିଥିଲି ଯେଉଁ ଘର 
ଅଳିକ ହୋଇଲା ସେହି 
ଗୋଟିଏ ରାତିର •••।
ପ୍ରୀତିର ପରଶ ପାଇ 
ସଜାଇ ଫଗୁଣ ରାତି 
ପହିଲି ନିଶାରେ ଆମେ 
ଗଢିଥିଲେ କେତେ ସ୍ମୁତି 
ରାତି ଅଛି ସ୍ମୁତି ଅଛି 
ହେଲେ ତୁମ ଦେଖାନାହିଁ 
ଗୋଟିଏ ରାତିର••• ।
ତୁମର ସେ ବାହୁ ବନ୍ଧନ 
ଥିଲା ଦିନେ ମୋତିହାର 
କଥା କଥାକେ ତୁମର 
ଥରୁ ଥିଲାଟି ଅଧର 
ସେ ଅଧର ବାହୁଲତା 
ଲେଖାଥିଲା ଆନପାଇଁ 
ଗୋଟିଏ ରାତିର•••।
ହସଭରା ଏ ଚାନ୍ଦିନୀ 
ନିଦହୀନ ଏ ନୟନ
ବୁଝିବକି ମନ କଥା 
ଉଇଁଲେ ହଜାରେ ଜହ୍ନ
ବାସିହେଲା ଫୁଲ ଶେଯ 
ପ୍ରୀତିଗଲା ଇତିହୋଇ 
ଗୋଟିଏ ରାତିର••• ।
ସାଜିଛି ମୁଁ ଦରଦୀ କବି 
ସୁରାକୁ ସାଥିରେ ନେଇ 
ହୋଇଛି ମୁଁ ପଥହରା 
କେବଳ ତୁମରି ପାଇଁ 
କେମିତି ଭୁଲିବି କୁହ ?
କେବେ ଭୁଲି ପାରୁନାହିଁ 
ଗୋଟିଏ ରାତିର••• ।

ରାଉରକେଲା

Related posts

କବିତା ସାହୁ ଙ୍କ କବିତା ମାଆ ଆସିଛନ୍ତି

Sunil Chandra Nayak

ବିଷାକ୍ତ ମହୁଲଫାସ ଖାଇ ଗାଈ ଗୋରୁ ରୁଗ୍ଣ , ଅବକାରୀ ବିଭାଗ ନୀରବଦ୍ରଷ୍ଟା

Sunil Chandra Nayak

ଜୀ ସାର୍ଥକ ଫିଲ୍ମସର ନୂଆ ସିନେମା ‘ପୋଲିସ୍ ବାବୁ’ ର ଅଡିଓ ରିଲିଜ୍

Sunil Chandra Nayak

Leave a Comment

error: Content is protected !!