ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକର ଉପାଧ୍ୟକ୍ଷ ନିର୍ବାଚିତ ପ୍ରାର୍ଥୀ ଙ୍କ ନାମ ତାଲିକା ପ୍ରକାଶ

ଭବାନୀପାଟଣା: ୨୪/୩:- ମ.ନି.ସ:-କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକରେ ଉପାଧ୍ୟକ୍ଷ ନିର୍ବାଚନ ଶେଷ ହୋଇଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ କଲମପୁର ବ୍ଳକର ଉପାଧ୍ୟକ୍ଷ ପଦରେ ଶ୍ରୀ ଚିନ୍ତାମଣି ବେହେରା ମଣ୍ତଳ ଗ୍ରାମର ନିର୍ବାଚିତ ହୋଇଛନ୍ତି, କର୍ଲାମୁଣ୍ତା ବ୍ଳକର ଉପାଧ୍ୟକ୍ଷରେ ଶ୍ରୀ ସୁରେନ୍ଦ୍ର ଭୋଇ କର୍ଲାମୁଣ୍ତା ସେ ନିଦ୍ବର୍ନ୍ଦରେ ନିର୍ବାଚିତ ହେଲେ। କେସିଙ୍ଗା ବ୍ଳକର ଶ୍ରୀମତୀ ରାଜଲକ୍ଷ୍ମୀ ପଟ୍ଟନାୟକ ଦେଓଗାଁର ଉପାଧ୍ଯକ୍ଷା ପଦରେ ନିର୍ବାଚିତ, କୋକସରା ବ୍ଳକର ଉପାଧ୍ୟକ୍ଷ ଶ୍ରୀ ରାଜୀବ କୁମାର ଅଗ୍ରୱାଲ ଫୁପଗାଁ ନିଦ୍ବର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ଗୋଲାମୁଣ୍ତା ବ୍ଳକ ପାଇଁ ଉପାଧ୍ୟକ୍ଷରେ ଶ୍ରୀମତୀ ପଞ୍ଚମ ଦୀପ ଧାମନର ସେ ନିଦ୍ବର୍ନ୍ଦରେ ନିର୍ବାଚିତ ହେଲେ। ଜୟପାଟଣା ବ୍ଳକରେ ଶ୍ରୀମତୀ ଜାନକୀ ବାଣୁଆ ରେଙ୍ଗାଲପାଲି ନିଦ୍ବର୍ନ୍ଦରେ ନିର୍ବାଚିତ ହେଲେ। ଜୁନାଗଡରେ ଶ୍ରୀ ପ୍ରମୋଦ କୁମାର ବେହେରା ବୁଢ଼ୀ ପଦର ନିଦ୍ବର୍ନ୍ଦରେ ନିର୍ବାଚିତ। ଥୁଆମୂଳ ରାମପୁର ବ୍ଳକର ଉପାଧ୍ଯକ୍ଷା ପଦବୀରେ ଶ୍ରୀମତୀ ଜୟନ୍ତୀ ମାଝୀ ଦାବିରିଗୁଡା ନିଦ୍ବର୍ନ୍ଦରେ ନିଦ୍ବର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ଧର୍ମଗଡ ବ୍ଳକରେ ଶ୍ରୀମତୀ ଜୁଲୀ ମେହେର ବଡବସୁଲ ଉପାଧ୍ୟକ୍ଷା ପଦରେ ନିଦ୍ବର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ନର୍ଲାବ୍ଳକରେ ଶ୍ରୀ ଦୁର୍ଗା ପ୍ରସାଦ ମହାନ୍ତି ତୁଳାପଡା ନିଦ୍ବର୍ନ୍ଦରେ ଜିତିଛନ୍ତି। ଭବାନୀପାଟଣା ବ୍ଳକର ଉପାଧ୍ଯକ୍ଷା ପଦରେ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ କୁଲିଆମାଲ ନିଦ୍ବର୍ନ୍ଦରେ ଆସନ ନେଇଛନ୍ତି। ମଦନପୁର ରାମପୁର ବ୍ଳକର ଉପାଧ୍ୟକ୍ଷ ଆସନରେ ଶ୍ରୀ ଶମ୍ଭୁ ଭୂଷଣ ପ୍ରଧାନ ଗୋଛାଡେଙ୍ଗନ୍ ନିର୍ବାଚିତ ହୋଇଛନ୍ତି। ସେହିପରି ଲାଞ୍ଜିଗଡ ବ୍ଳକରେ ଶ୍ରୀ ସଞ୍ଜୀବ କୁମାର ନାଏକ ଚମ୍ପାଦେଇପୁର ନିର୍ବାଚିତ ହୋଇଥିବା ଜଣାପଡିଛି।

Related posts

ଉଷଶ୍ରୀ ଜେନା ଙ୍କ କବିତା ଜୀବନ ଓ ଯନ୍ତ୍ରଣା 

Sunil Chandra Nayak

କୋକସରାରେ ଭାରତ ବନ୍ଦ ପାଳନ

ପୁଅକୁ ଟାଙ୍ଗିଆରେ ହାଣିବା ପରେ ଜୀବନ ହାରିଲା ବାପ

Sunil Chandra Nayak

Leave a Comment

error: Content is protected !!