ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ କବିତା ମା

ଜୟ ମାଆ ବିରଜା

       ମା

         

ଉମାକାନ୍ତ ଦାସ

ମାଆ ଶବ୍ଦ ଗୋଟି ସରଗଠୁଁ ବଡ଼
ତା ସମ ସମ କେ ହେବ,
ମାଆର ମମତା ଆଗେ କେଉଁ ଦ୍ରବ୍ଯ
କି ଅବା ତୁଳନା ହେବ ।।
ଜନ୍ମଦାତ୍ରୀ ହେଉ ଅବା ଆଦିଶକ୍ତି
ସର୍ବ ଘଟେ ପାଇ ଯିବ
ସଭକ୍ତିରେ ଯଦି ସବିନୟ ଭାବେ
ମାତୃ ମନ୍ତ୍ର ଜପୁଥିବ ।।
ଆଜିର ସମୟେ ଅନେକ ସନ୍ତାନ
ବୁଝନ୍ତି ନି ମାଆ ଭାବ
ଜୀବିତ ସମୟେ ନା ନା ଦୁଃଖ ଦେଇ
ପାଉଛନ୍ତି କେଉଁ ଲାଭ ।।
ଏକାଦଶ ବେଳେ ଭୂରି ଭୋଜନରେ
ଯେତେ ଦାନ ଧ୍ଯାନ ଦେବ
ମାଆଙ୍କର ଆତ୍ମା ରହି ସେପାରିରେ
କେଉଁ ଶାନ୍ତି ପାଉଥିବ ।।
ବେଳ ଥିଲା ବେଳେ ପୂଜିଲେ ସକଳେ
ଆଶିଷକୁ ଛାଡ଼ି ଯିବ
ସେହି ଆଶୀର୍ବାଦ ଅମୂଲ୍ୟ ସମ୍ପଦ
ଧୋଇ ମଳି ଖାଉଥିବ ।।
ବାର୍ଦ୍ଧକ୍ୟ ବେଳରେ କଲେ ହତାଦର
ଅଭିଶାପ ଦେଇ ଯିବ
ସପ୍ତ ପୁରୁଷକୁ ପଡ଼ିବ ପ୍ରମାଦ
ଯନ୍ତ୍ରଣାରେ ପଡିଥିବ ।।

ଲାଲବାଗ, ଖାନନଗର

ମଙ୍ଗଳ ପୁର,ଯାଜପୁର

Related posts

ଓ ପି ଏସ୍ ସି ପରୀକ୍ଷା ରେ ଢେ଼ଙ୍କାନାଳ ମାଟିର ଝିଅ ଶୁଭସ୍ମିତା

Sunil Chandra Nayak

କୋପ୍ନେଶ୍ଵର ବେମାଲ ପାଇଲେ “ପ୍ରକୃତି ବନ୍ଧୁ” ସମ୍ମାନ

ବୋଟୋପାଲି ଠାରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!