ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସଂଯୁକ୍ତା ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନ ର ପ୍ରତିଷ୍ଠା ଦିବସ

ମୟୂରଭଞ୍ଜ-୧୫/୧୦/୨୨;(ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ଠାରେ ସଂଯୁକ୍ତା ୟୋଗା ଏଣ୍ଡ ନେଚର କ୍ୟୁର ରିସର୍ଚ ଇନ୍ସଟିଚ୍ୟୁଟ୍ ସଂସ୍ଥାର ପରିଚାଳନା ନିର୍ଦ୍ଧେଶକ ତଥା ପ୍ରାକୃତିକ ଚିକିତ୍ସକ ଡା. ମଧୁସୂଦନ ଦାସ’ଙ୍କ ତତ୍ବାବଧାନରେ ତଥା ପ୍ରାକୃତିକ ଚିକିତ୍ସିକା ଡା. କସ୍ତୁରୀ ଦାସ, ବିପ୍ଳବ କେଶରୀ ଦାସ, କଲ୍ୟାଣୀ ମହାନ୍ତ, କବିତା ମହାନ୍ତ, ରବିନ୍ଦ୍ର ନାଏକ, ସନ୍ତୋଷ ମହାନ୍ତ ଏବଂ ସନ୍ତୋଷ ଗିରି’ଙ୍କ ପରିଚାଳନାରେ ସଂସ୍ଥାନର ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି।

   ଏହି ୟୋଗା ଏଣ୍ଡ ନେଚର କେୟାର ରିସର୍ଚ ଇନ୍ସିଟିଚ୍ୟୁସନ ର ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ପଣ୍ଡିତ ବାପୁଜୀ ସାମନ୍ତରାୟ ପୂଜାକର୍ମ ସମ୍ପାଦନ କରିଥିବାବେଳେ ଏଥିରେ ଅନନ୍ତ ମିଶ୍ର ସହଯୋଗ ପ୍ରଦାନ କରିଥିଲେ। ପୂଜା ଶେଷରେ ପଣ୍ଡିତ ବାପୁଜୀ ସାମନ୍ତରାୟ ଭାରତ ମାତା’ଙ୍କ ଫୋଟ ଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ବଳନ କରି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ ଏହି ଅବସରରେ ଆଇନଜୀବୀ ନନ୍ଦକିଶୋର କିସ୍କୁ, ଘାଷିନାଥ ସାହୁ, ବିରେନ୍ଦ୍ର ପାଲ, ପୂର୍ବତନ ୨୫’ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ କମଳାକାନ୍ତ ନାୟକ, ସାମ୍ବାଦିକ ବସନ୍ତ ସାଣ୍ଡିଲ, ଦାମୁ ସିଙ୍କୁ ଏବଂ ମାଧବ ମହାପାତ୍ର’ଙ୍କ ସମେତ  ବହୁ ବିଶିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ। ଏହି ଅବସରରେ ସଂସ୍ଥାନର ଛାତ୍ରୀ ସୁଚିସ୍ମୀତା ମହାନ୍ତ’ଙ୍କୁ ବେଷ୍ଟ ଷ୍ଟୁଡେଣ୍ଟ ଆଓ୍ବାର୍ଡ ପ୍ରାମାଣପତ୍ର ପ୍ରଦାନ କରାଯାଇଥିଲା।

    ଏହି ସଂସ୍ଥାନ ପକ୍ଷରୁ ଯୋଗ ବିଜ୍ଞାନ, ଯୋଗ ଶିକ୍ଷକ, ଯୋଗ ଥେରାପି, ଯୋଗ ଶିକ୍ଷା, ପ୍ରାକୃତିକ ବିଜ୍ଞାନ, ନେଚୁରୋପ୍ୟାଥି ସାଇନ୍ସ, ହର୍ବାଲ ଥେରାପି, ଏକ୍ୟୁପ୍ରେସର ଥେରାପି, ଓବେସିଟି ମେନେଜମେଣ୍ଟ, ଡାଇବେଟିଜ ମେନେଜମେଣ୍ଟ, ଧ୍ୟାନ, ଆସନ ଏବଂ ପ୍ରଣାୟାମ ପ୍ରଭୃତ୍ତି ବିଭାଗରେ ଡିପ୍ଲୋମା ପାଠ୍ୟକ୍ରମ ର ଶିକ୍ଷା ବ୍ୟବସ୍ଥା ରହିଥିବା ବେଳେ ଆଗକୁ ପ୍ରାକୃତିକ ଚିକିତ୍ସା (ନେଚୁରୋ ପ୍ୟାଥି ଥେରାପୀ) ମାଧ୍ୟମରେ ବିଭିନ୍ନ ଦୁଃସାଧ୍ୟ ରୋଗର ଚିକିତ୍ସା ଆରମ୍ଭ କରାଯିବର ଲକ୍ଷ ରହିଥିବା ନେଇ ସଂଯୁକ୍ତା ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନର ପରିଚାଳନା ନିର୍ଦ୍ଧେଶକ ଶ୍ରୀ ଦାସ ସୂଚନା ପ୍ରଦାନ କରିଛନ୍ତି।

    ବହଳଦାରେ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନ ପକ୍ଷରୁ ଶିକ୍ଷା ଅନୁଷ୍ଠାନ ଆରମ୍ଭ କରାଯାଇଥିବା ବେଳେ ପୂର୍ବ କାଳରେ ଆଧୁନିକତା ଆସି ନଥିଲା ବେଳେ ପ୍ରାକୃତିକ ଚିକିତ୍ସା ପଦ୍ଧତ୍ତିରେ ଲୋକେ ଚିକତ୍ସିତ ହୋଇ ରୋଗବ୍ୟାଧି କୁ ମୂଳତ୍ପାଟନ କରି ସୁସ୍ଥ ରହୁଥିବା ପଦ୍ଧତି କୁ ପୁଣି ଥରେ ବୈଜ୍ଞାନିକ ପଦ୍ଧତିରେ ସେହି ପ୍ରାକୃତିକ ଚିକିତ୍ସାକୁ ସଂସ୍ଥାନ ପକ୍ଷରୁ ସାଧାରଣ ଲୋକ’ଙ୍କ ମଧ୍ୟରେ ପହଞ୍ଚା ଯାଉଥିବାରୁ ସଂସ୍ଥାନ କୁ ଭୂୟସୀ ପ୍ରସଂଶା କରିବା ସହିତ ଅତିଥି ମାନେ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଆଗାମୀ ଦିନରେ ଏହା ଦ୍ବାରା ବ୍ୟୟ ବହୁଳ ଚିକିତ୍ସାରେ ଖର୍ଚ୍ଚାନ୍ତ ହେଉଥିବା ସାଧାରଣ ଲୋକେ ଉପକୃତ ହେବେ ବୋଲି ଆଶା ପ୍ରକଟ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଛାତ୍ରୀ ସୁଷମା ଗିରି, ସୁଚିସ୍ମିତା ମହାନ୍ତ, ରୂପାଲୀ ମହାନ୍ତ, ପାନମୁନୀ ମାଝୀ, ମାଳତୀ ଗିରି, ଶିଖା ବେହେରା ଓ ଶୁଭଶ୍ରୀ ଶୁଭମ ନାୟକ ସହଯୋଗ ପ୍ରଦାନ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

Sunil Chandra Nayak

ଆଇ ସହିତ ଗାଧୋଇବାକୁ ଯାଇଥିବାବେଳେ ପୋଖରୀରେ ବୁଡ଼ି ନାବାଳକର ମ୍ରୁତ୍ୟୁ

Sunil Chandra Nayak

ଆରଆଇଟିରେ ମାନବ ଅଧିକାର ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!