ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାହିତ୍ୟ ଏକାଡେମୀ ଓ ପ୍ରାଣକୃଷ୍ଣ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ” ଉତ୍ତର ଓଡ଼ିଶାର ଲୋକ ଭାଷା ” ସାହିତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ଵର, ୧୬/୮/୨୨- ସାହିତ୍ୟ ଏକାଡେମୀ ଓ ପ୍ରାଣକୃଷ୍ଣ଼ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ବାଲେଶ୍ଵର ଜିଲ୍ଲା ବାଲିଆପାଳ ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପରିସରରେ ” ଉତ୍ତର ଓଡ଼ିଶାର ଲୋକ ଭାଷା ” ସାହିତ୍ୟ କାର୍ଯ୍ୟକ୍ରମ ସାହିତ୍ୟ ଏକାଡେମୀର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ବିଜୟାନନ୍ଦ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ଏକାଡେମୀର ଆଞ୍ଚଳିକ କାର୍ଯ୍ୟାଳୟ କଲିକତାର ଆଞ୍ଚଳିକ ସଚିବ ଦେବେନ୍ଦ୍ର କୁମାର ଦେବେଶ ସ୍ବାଗତ ଭାଷଣ ଦେଇ ବାଲେଶ୍ଵର ଜିଲ୍ଲା ସାହିତ୍ୟର ଏକ ଉର୍ବର ସହର ବୋଲି ଅଭିହିତ କରିଥିଲେ । ଉଦ୍ଘାଟକ ଭାବେ ଦୀନ କୃଷ୍ଣ ସୃତି ପରିଷଦର ସମ୍ପାଦକ ଵିପିନ ଵିହାରି ବିଶ୍ବାଳ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଆନ୍ତର୍ଜାତିକ ଖ୍ୟାତି ସଂପନା କବୀ ଓ ପ୍ରାଣକୃଷ୍ଣ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ମନୋରମା ବିଶ୍ଵାଳ ମହାପାତ୍ର ଉତ୍ତର ଓଡ଼ିଶାର ଲୋକ ଭାଷା କିପରି ଲୋକଙ୍କ ପାଖରେ ବେଶ୍ ଆଦୃତ ଓ ଏହା ଆତ୍ମାର ଭାଷା ବୋଲି ଅଭିହିତ କରିଥିଲେ ଓ ପ୍ରାକ ସୂଚନା ଦେଇଥିଲେ । ସାମ୍ମାନିତ ଅତିଥି ଭାବେ ବିଶିଷ୍ଟ କୃଷି ବୈଜ୍ଞାନିକ ତଥା ଉତ୍କଳ ସମ୍ମିଳନୀର ସଭାପତି ଅଦ୍ଵୈତ ପାତ୍ର ଯୋଗ ଦେଇ ବାଲେଶ୍ଵର ଜିଲ୍ଲାର ଲୋକ ଭାଷା ଅତ୍ୟନ୍ତ ସରଳ, ଲୋକପ୍ରିୟ ଓ ଅତି ଆନନ୍ଦଦାୟକ ବୋଲି ଅଭିହିତ କରିଥିଲେ । ବିଶିଷ୍ଟ କବି ବିମଳ ଜେନା, ସୁସାହ୍ୟିତିକ ହୃଦାନନ୍ଦ ପାଣିଗ୍ରାହୀ, ପ୍ରାଣକୃଷ୍ଣ ଫାଉଣ୍ଡେସନ ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ଅଧ୍ୟାପକ ଦୟାନିଧି ସାହୁ ଲୋକ ସାହିତ୍ୟ ଓ ଭାଷା ଉପରେ ଆଧାରିତ ସନ୍ଦର୍ଭ ପାଠ କରିଥିଲେ । କବି ଓ ଶିକ୍ଷକ ତଥା ପ୍ରାଣକୃଷ୍ଣ ଫାଉଣ୍ଡେସନ ଟ୍ରଷ୍ଟ ସମ୍ପାଦକ ନଳିନୀ କାନ୍ତ ପାଢୀ ଧନ୍ୟବାଦ୍ ଅର୍ପଣ କରିଥିଲେ । କବି ଵ୍ରଜେନ୍ଦ୍ର ନାଥ ଗିରି, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଝାଡେଶ୍ବର ପ୍ରଧାନ, ସାମ୍ବାଦିକ ପ୍ରତାପ ପାତ୍ର, ଅଧ୍ୟାପକ ସୁକାନ୍ତ ଗିରି, ସ୍ନେହଲତା ନାୟକ, ଡ କୃଷ୍ଣା କୁମାରୀ ନାୟକ, ସୁରେନ୍ଦ୍ର ପରିଡ଼ା, ସନ୍ୟାସୀ ବେହେରା ଓ ପିପିଲି ମହାବିଦ୍ୟାଳୟ ଜଗାଇର ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ । ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟ ବାଲିଆପାଳର ଅଧ୍ୟାପକମାନେ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟ କ୍ରମକୁ ସୁପରିଚାଳନା କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର

Sunil Chandra Nayak

ସଚେତନତା ଧର୍ମି କଥାବସ୍ତୁ କୁ ନେଇ ମୁକ୍ତିଲାଭ କଲା “ବଦନି” କ୍ଷୁଦ୍ର ଚଳଚ୍ଚିତ୍ର

Sunil Chandra Nayak

ମୋହରା ରେ ମୁସଲିମ ଧର୍ମସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!