ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚୋରି ମାମଲାରେ ତିନି ଅଟକ

ଚନ୍ଦାହାଣ୍ଡି(ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଞ୍ଚଳରେ ଚୋର ଆତଙ୍କ ନେଇ ଅଞ୍ଚଳ ବାସୀ ଭୟଭୀତ ରହିଥିବା ବେଳେ, ଗତକାଲି ବିଳମ୍ବିତ ରାତିରେ ଚନ୍ଦାହାଣ୍ଡି ଥାନା ବୋରିଗୁଡl ଗ୍ରାମରେ ଚୋର ସନ୍ଦେହ ରେ ପୁଲିସ ତିନି ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି । ସୂଚନା ରୁ ପ୍ରକାଶ ଗତକାଲି ବିଳମ୍ବିତ ରାତିରେ ବୋରିଗୁଡା ଗ୍ରାମର ଜୈନେକ ବ୍ୟକ୍ତି ଙ୍କ ଟ୍ରାକ୍ଟର ଟ୍ରଲିର କିଛି ଜିନିଷ କୁ ଚୋରି କରିନେଉଥିବା ସମୟରେ ବୋରିଗୁଡା ମୁସଲିମ ସାହିର କିଛି ଲୋକ ଦେଖି ପୁଲିସ କୁ ଖବର ଦେଇଥିଲେ । ଚନ୍ଦାହାଣ୍ଡି ପୁଲିସ ବୋରିଗୁଡା ଗ୍ରାମର ଜୈନେକ ଯୁବକ, ରାଇଘର ଥାନା ମୁଣ୍ଡିବେଡା ଅଞ୍ଚଳର ଜଣେ ଏବଂ ଧୂପକୋଟ ଗ୍ରାମର ଜଣେ ବ୍ୟକ୍ତି କୁ ଥାନାରେ ଆଣି ଅଟକ ରଖିଥିବା ଜଣାପଡିଛି । ଏନେଇ ଚନ୍ଦାହାଣ୍ଡି ଥାନା ଏ ଏସ ଆଇ ଲଳିତ ମୋହନ ପଣ୍ଡା ଙ୍କୁ ପଚାରିବାରୁ ତିନି ଜଣ ବ୍ୟକ୍ତି ଙ୍କୁ ଗତକାଲି ରାତି ରୁ ଅଟକ ରଖି ଯାଇଛି କିନ୍ତୁ ଯାହାର ଚୋରି ହୋଇଛି ସେହି ବ୍ୟକ୍ତି ଲିଖିତ ଏତଲା ଦେଇନଥିବା ରୁ ମାମଲା ରୁଜୁ ହୋଇନଥିବା ପ୍ରକାଶ କରିଛନ୍ତି । ଯଦି ପୁଲିସ ଏଭଳି ମାମଲାକୁ ଗୁରତ୍ବ ନଦିଅନ୍ତି ତାହେଲେ ଅଞ୍ଚଳରେ ଚୋରି ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ବିଜୁ ଜନତା ଦଳ ପକ୍ଷରୁ  ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ, ୨୬ ୟୁନିଟ ରକ୍ତ ସଂଗ୍ରହ

Sunil Chandra Nayak

ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାରେ ବର୍ଷା ଜଳ ସଂରକ୍ଷିତ ପାଇଁ ଧର୍ମଗଡ଼ ଏନଏସି ପକ୍ଷରୁ ବୈଠକ

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ଜୀବନ ମୂଲ୍ୟବୋଧ

Sunil Chandra Nayak

Leave a Comment

error: Content is protected !!