ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ଜୀବନ ମୂଲ୍ୟବୋଧ

 ଜୀବନ ମୂଲ୍ୟବୋଧ

ଜନମ ଦିନରୁ ସ୍ବପ୍ନଟିଏ ଦେଖେ 
ଏ ଦେଶର ଶିଶୁଟିଏ
ସେ ଯୋଗ୍ୟତା ହାସଲ କରି 
ଦେଶରେ ଆଦର ଚାହେଁ ।୧।
ସେ ଯଦି ପାଇବ ଆଦର, ସମାଜ 
ଓ ଦେଶ ର ଭିତରେ
ପାଇଲେ ଉତ୍ତମ ଆଦର, ସେ ଜଗତ 
ଜିତିବ ଅଚିରେ ।୨।
ଜଣେ ଯୋଗ୍ୟତା ନଥାଇ ଯଦି 
ଯୋଗ୍ୟ ବୋଲାଏ
ସେ ସଦା ସର୍ବଦା ଅନ୍ୟର ପାଶରେ 
ମଥା ନୁଆଏଁ ।୩।
ସେପରି ମଣିଷ ସାଥିରେ ଥାଆନ୍ତି 
ବୋଲି ଦେଖାଇଥାନ୍ତି
କିନ୍ତୁ ସବୁବେଳେ ପଛପଟରୁ କାଦୁଅ 
ଛିଟା ପକାଉଥାନ୍ତି |୪|
ଯା ଦ୍ୱାରା ସେ ଲୋକ ହୋଇଥାଏ 
ସେ ଯୋଗ୍ୟ ବିବେଚିତ
ଯେସନେ କୁକୁର, ସେପରି ସେଇ 
ଲୋକ ଦ୍ୱାରା ହୁଏ ଚାଳିତ ।୫।
ସେପରି ଲୋକ ହେଲେ ବିଚାରପତି, 
କି ହୋଇବ ତା ବିଚାର
ଅବୁଝା ରାଜା, ପାଳ ବିଣ୍ଡl ମନ୍ତ୍ରୀ ସଦୃଶ 
ତାହାର ବ୍ୟବହାର।୬।
ସୁରକ୍ଷିତ, ନିର୍ଦ୍ଦୋଷ ବିଚାର, ସେ ପୁଅ 
ଯେବେ ବଡ ଘରର, 
ଦଣ୍ଡିତ କରଇ ଜନେ ଯିଏ ପରା ଗରିବ 
କଖାରୁ ଚୋର।୭।
ଯେନତେନ ଭାବେ ମୁକୁଟ ଲଭି ବସିଲେ 
ରାଜଗାଦି ଉପର
ନରହିବ ପ୍ରଜା ସେବା ମନୋବୃତ୍ତି, ହୁଏ ସେ
ଅତ୍ୟାଚାରୀର ପଟ୍ଟାଦାର ।୮।
ଯଦି ଯୋଗ୍ୟତାରେ ଜଣେ ଯୋଗ୍ୟ 
ବିବେଚିତ ହୁଏ ତାର ଗୁଣ ପରଖି 
ଭୁଲ କଲେ କ୍ଷମା ମାଗି ଥାଏ, ଦେଖ 
ଅତୀତ ଅଛି ସାକ୍ଷୀ ।୯।
ଜାଣିଛେ, ଶିଶୁଟିଏର ମନ ମଧ୍ୟରେ
କେବେ କପଟତା ନଥାଏ 
ହିଂସା ଦ୍ୱେଷ ଅବା ଛଳନା ଏ ସମାଜ
ରୁ ସେ ଶିଖିଥାଏ ।୧୦।
 
ଶିଶୁଟିଏ ଲୋଭ ମାୟା ଠାରୁ ଥାଏ 
ଯୋଜନ ଦୂରରେ 
ବିଶ୍ୱାସ ଭରସା ଶିଖାଇଲେ ସେ ପରକୁ 
ଆପଣା କରେ ।୧୧।
ଜଗାଇଲେ ଶିକ୍ଷା ମାଧ୍ୟମେ ତାର ଫୁଲ 
ସମ ମହତ ଗୁଣକୁ
ଯେତେ ସେ ଦୁଃଖରେ ତୁଟୁ ବା ଭାଙ୍ଗୁ 
ହରେଇବନି ବିଶ୍ୱାସକୁ।୧୨।
ସେ ଶିଶୁଟି ଜୀବନ ମୂଲ୍ୟବୋଧକୁ ବୁଝି 
ପାରିବ ସଠିକ ଢଙ୍ଗରେ
ବିବିଧ ସାଂସାରିକ ଗୋଟିଚାଳନା କରି 
ପାରିବ ଦରକାର ସମୟରେ ।୧୩।
ନଚେତ ଶିକ୍ଷାର ଅଭାବେ, ଶିଶୁଟି ବାରମ୍ବାର 
ପ୍ରତାରିତ ହୋଇବ
ମନସ୍ତାପ ଓ ସଜାଡିବା ଚେଷ୍ଟାରେ କେବଳ
ସରବ ସମୟ କଟିଯିବ |୧୪|

        ଚିତ୍ତ ରଞ୍ଜନ ନନ୍ଦ 

           ଜଗତପୁର, କଟକ
             ଓଡିଶା, ଭାରତ

Related posts

ବୋଟୋପାଲି ଠାରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା କାଉଡିବାଲା

Sunil Chandra Nayak

ଡ଼ାକ୍ତରଖାନାରେ ଅଦ୍ଭୁତ ଶିଶୁ କନ୍ୟାର ଜନ୍ମ

Sunil Chandra Nayak

Leave a Comment

error: Content is protected !!