ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା “ମରମ କଥାର, ଚରମ ସଂଗୀତ”

“ମରମ କଥାର,

ଚରମ ସଂଗୀତ”

ଜୟ କୁମାର ମିଶ୍ର

ଆଲୋକଟି ଦିଏ, ଅନ୍ଧାର ହଟାଏ 
ଦୀପର ସଳିତା ଶିଖା, 
ପୂଜା ପରବରେ, ବିଦ୍ଧି ବିଧାନରେ 
ଯତନେ ସାଇତି ରଖା ll(1)
ତା ତଳ ଅନ୍ଧାର, କେତେ କଦାକାର
ପ୍ରଦୀପ ଜାଣେନା ତାହା, 
ତାର ତଳ ସ୍ଥିତି, ଅନ୍ଧାରରେ ଗତି    
ମିଳେନି, ସୁଗମ ରାହା ll(2)
ଅଗ୍ନି ଦେବ ଆଖି, ପାରେନା ପରଖି 
ସର୍ବ ଶକ୍ତି ମୁକ୍ତି ଦାତା, 
କେହି ମାରେ ଧୂଳି,କଳା କାନା ଢ଼ାଳି 
ଜଣା ଅଜଣାରେ “ଚିତା” ll(3)
ହାକିମ ଅଛନ୍ତି, ହୁକୁମ ଦିଅନ୍ତି 
ନୀତିଟି ଅନୀତି ହେଲେ, 
ଶାସନ ବିଧାନ, ଆଇନର ମାନ 
ଧାରା, ଉପଧାରା ତୁଲେ ll(4)
ଯମ ଦରବାର, ସଦା କାରବାର 
ଭଲ ମନ୍ଦ ବିଚାରରେ, 
ଦଣ୍ଡର ବିଧାନ, ଆତଙ୍କ ଆଛନ୍ନ
ଦୋଷୀପାପୀ, ଭାଳି ଡରେ ll(5)
ଚିତ୍ରଗୁପ୍ତ ମାନେ, ଲାଭ ଲୋଭ ମନେ 
ବଟି, ପାଉଣାରେ ମତ୍ତ 
ନଦେଲେ ବିଜାର, ନlନା ହରବର 
କାଳକ୍ଷେପଣକୁ ମତ ll (6)
ବାହାନାର ସ୍ଥିତି, ହଜାଇବ ନଥି 
ଗୁହାରୀ ପତ୍ରଟି ସାଥେ, , 
କାଳ ଦେବତାଙ୍କୁ,ବୁଝାଇ ଦେବାକୁ 
ମିଛର ନାଟକ କେତେ ll(7)
ପାଦ ଜିରିଯିବ, ଜୋତା ସରିଯିବ 
ବୁଲି ବୁଲି ବାରମ୍ବାର, 
ଶିବ ଠାରୁ ଷଣ୍ଢ, ହେଉଛି ଉଦଣ୍ଡ
କରି ହଇରାଣ ଘୋର ll(8)
ତୃତୀୟ ନୟନ, ସି-ସି-କେମେରାଟି 
ଧରମକୁ ଆଖି ଠାର, 
ଚିତ୍ରଗୁପ୍ତ ବାବୁ, ଖଞ୍ଜପଟ ସବୁ ଅନ୍ଧାରରେ କାରବାର ll(9)
ହୋଇ ପାଖତଡ, ଡାକେ କୋଣବାଡ଼
କାଙ୍ଗାଳ ଭିକାରୀ ସରି, 
କଥା ନଥା ଯୋଖି, ମନକୁ ପରଖି 
ଦେଖାଏ ତା ବାହାଦୁରୀ ll(10)
ଆଖି ବୁଜି ବୁଜି, ମାଛ ଖଣ୍ଡ ଭୁଞ୍ଜି 
ଚତୁର ବିଲେଇ ଖାଏ,  
ଜଗତ ଅନ୍ଧାର, ଏହିତ ବିଚାର 
ମୂଢ଼ମନ ଭାଳୁ ଥାଏ ll(11)
ଅତୀତ ର କଥା, କରୁ ଥରେ ଚିନ୍ତା,  
ମନେ ହେଜୁ ନିରନ୍ତର, 
ଦୁର୍ନୀତି ବାରଣ ଧରି କେତେ ଜଣ 
ସାଥେ ଘେନି, ମାମୁଁ ଘର ll(12)
ସବୁ ଜାଣି ଶୁଣି, ଚିତ୍ରଗୁପ୍ତ ପୁଣି 
ଖେଳେ ଲୁଚକାଳି ଖେଳ,  
ଖେଳୁଖେଳୁ ଖେଳ, ହେବ ଦିନେ କାଳ 
ମାଡ଼ିଯିବ ମହାବଳ ll(13)
ହୁଅ ହୁସିଆର, ଭବିଷ୍ୟ ବିଚାର 
କାନ ମନେ ଗୁନ୍ଥି ରଖ, , 
ଅତିରୁ ଇତିଟି, ହୋଇବ ସବୁଟି 
ସରିବ ମଉଜ ସୁଖ ll(14)
ମରମ କଥାର, ଚରମ ସଂଗୀତ 
ଗାଇ କହେ ଏହି ବାଣୀ, 
ହୁଅ ହୁସିଆର, ଛାଡ କାରବାର 
ସୁଧାର, ସବୁକୁ ଜାଣି ll(15)

ଜୟ କୁମାର ମିଶ୍ର

ଗ୍ରାମ-ବୁଦୁରା, ଡାକ-ଗୋରିବନ୍ଧା,
ମାଧ୍ଯମ-କାଶୀନଗର, ଜିଲ୍ଲା-ଗଜପତି 
ଓଡିଶା, 761206, 

Related posts

କବିତା – କେହି ରହି ନାହିଁ ରହିବେ ନାହିଁ

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ବାହୁଡା଼ ଯାତ୍ରା                   

ଲାୟନ୍ସ କ୍ଲବ ନବରଙ୍ଗପୁର ତରଫରୁ ମାଗଣା ସ୍ଵାସ୍ଥ୍ୟ ଶିବିର

Sunil Chandra Nayak

Leave a Comment

error: Content is protected !!