Uncategorizedଶ୍ରୀନିବାସ ପଣ୍ଡା ଙ୍କ କବିତା ବୋଲ ବମ୍ by Sunil Chandra NayakAugust 3, 2022085 Share0 ବୋଲ ବମ୍ ଶ୍ରାବଣ ମାସର ଚାରି ସୋମବାର ଶୈବପୀଠେ ଗହଳ ଭକ୍ତଙ୍କର କାଉଡ଼ିଆ ମାନେ ଜଳଭାର ନେଇ ଢାଳିବେ ଶିବ ମସ୍ତକ ଉପର । କାଉଡିଆ ମାନେ ବହୁ ପଥ ଯାଆନ୍ତି ଖାଲି ପାଦେ ଚାଲି ଚାଲି ମନେ ଶିବ ମନ୍ତ୍ର ବୋଲବମ୍ କହି ନିଜ ସୁଖ ସ୍ବାର୍ଥକୁ ଭୁଲି । ଶଙ୍କରଙ୍କ ଦୟା ରହିଥିଲେ ସଦା ବାଧା ବିଘ୍ନ ଦୂର ହୁଏ ଭକତି ଭାବରେ ଶିବଙ୍କୁ ପୂଜିଲେ ମନକାମନା ପୂର୍ଣ୍ଣ ହୁଏ । କାଉଡ଼ିଆ ମାନେ କାନ୍ଧେ ଭାର ନେଇ ଯାଆନ୍ତି ବହୁ ପଥ ଦୂର ଭୋକ ଲାଗେ ନାହିଁ ଶିବଙ୍କ ଆଶିଷେ ସକଳ ଦୁଃଖ ହରିଥାନ୍ତି ଶଙ୍କର । ସତ୍ୟ ଶିବ ସୁନ୍ଦର ପ୍ରଭୁ ତ୍ରିଲୋଚନ ସକଳ ଦୁର୍ଗତି ହରିଥାନ୍ତି ନିରନ୍ତର ଭକ୍ତଙ୍କ ପାଶେ ସଦା ତାଙ୍କ ବେଭାର ପ୍ରଭୁଙ୍କ କରୁଣା ଅସୀମ ଅପାର । ଶ୍ରୀନିବାସ ପଣ୍ଡା, ଗଞ୍ଜାମ