ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଭୁବନେଶ୍ଵର ଆଗମନ ନେଇ ହେବାକୁ ଥିବା ବୈଠକରେ ଯୋଗ ଦେବା ପାଇଁ ନବରଙ୍ଗପୁରରୁ ଗଲା ୪ଟି ବସ୍

ନବରଙ୍ଗପୁର—  ରାଷ୍ଟୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ଭୂବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଯୋଗ ଦେବା ନିମନ୍ତେ ସର୍ବମୋଟ ୧୨ ଗୋଟି ବସ୍ ଓ ୩୦ ରୁ ଉର୍ଦ୍ଧ୍ବ ଚାରିଚକିଆ ଯାନରେ ଜିଲ୍ଲା ର ବିଭିନ୍ନ ପ୍ରାନ୍ତରୁ କର୍ମକର୍ତ୍ତା ଯାତ୍ରା ଆରମ୍ଭ କରିଛନ୍ତି। ତନ୍ମଧ୍ୟରୁ ୪ଗୋଟି ବସ୍ ରେ ନବରଙ୍ଗପୁର ବିଧାନ ସଭା ମଣ୍ଡଳର କର୍ମକର୍ତ୍ତା ନବରଙ୍ଗପୁର ମାଁ ଭଣ୍ଡାରଘରଣୀ ଙ୍କ ପିଠରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଯାତ୍ରା ଆରମ୍ଭ କରିଥିବା ଜଣାଯାଏ। ବିଶେଷ ଭାବେ ଏ କାର୍ଯ୍ୟକ୍ରମ ରେ ଶକ୍ତି କେନ୍ଦ୍ର ପ୍ରମୁଖ,ସହ ପ୍ରମୁଖ,ପ୍ରଭାରୀ,ମହିଳା ମୋର୍ଚ୍ଚା,ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ଓ ପ୍ରଭାରୀ ସହ ଭାରତୀୟ ଜନତା ପାର୍ଟି ଜିଲ୍ଲା ନେତୃ ବୃନ୍ଦ ସଭାପତି ଶ୍ରୀ ଜଗଦୀଶ ବିଷୋୟୀ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଗୌରୀଶଙ୍କର ମାଝୀ ଙ୍କ ନେତୃତ୍ବରେ ଓ ଶ୍ରୀ ଦେବଦାସ ମହାଙ୍କୁଡ,ଶ୍ରୀଧର ପାତ୍ର, ଶ୍ରୀ ମତୀ ସର୍ମିଷ୍ଟା ଦେଓଙ୍କ ସହଯୋଗିତା ରେ ଯାତ୍ରା ଆରମ୍ଭ କରିଥିବା ପ୍ରକାଶ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ରାୟଗଡ଼ – କେନ୍ଦ୍ରମନ୍ତ୍ରୀ ମାନନୀୟ ଶ୍ରୀ ସୋମ ପ୍ରକାଶଙ୍କ ଗସ୍ତ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଆଜି ନୂଆଖାଇ

Sunil Chandra Nayak

ତ୍ରିଲୋଚନ ପାଢୀ ଙ୍କ କବିତା ଆଲୋକର ପର୍ବ ଦୀପାବଳୀ

Sunil Chandra Nayak

Leave a Comment

error: Content is protected !!