ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ମୁଁ ବାରାଙ୍ଗନା

ମୁଁ ବାରାଙ୍ଗନା

    ବେଣୁଧର ସୂତାର

 

(ଏକ ନିଃସହାୟା ଗ୍ରାମ୍ୟତରୁଣୀର

        ଅନ୍ତଥରା ଅଭିବ୍ୟକ୍ତି )

 

ରୂପରଙ୍ଗ ମୋ ସୁନ୍ଦର

ଯଉବନ ଭରପୁର

କୁଆଁରୀ ତନୁରେ ମୋର

ଉଛୁଳା ମଦନ ଭାର

ହୋଇନି ମଙ୍ଗନା

ଅବାଞ୍ଛିତ ପ୍ରୀତିପୁରେ

ମଦହୋସ ଗୀତି ସୁରେ

ତୋଷାଏ କାମୁକ ନରେ

ଭିଜାଭିଜା ଅଭିସାରେ

ସାଜି ବାରଅଙ୍ଗନା         

ହୋଇନି ମୁଁ ମଙ୍ଗନା ।।

 

ଦାଦନେ ବଳାଇ ମନ

ଆସିଥିଲି ମୁଁ ରେଙ୍ଗୁନ

ନିଷ୍ଟୁର ସମାଜ ଦାନ

ଭାଙ୍ଗି ଦେଲା ମୋ ସପନ

ଏବେ ଅଣ ଲେଉଟା

ଦାରିଦ୍ର୍ୟ ର ଉପହାସ

ଲୁଟିନେଲା ମୋ ବୟସ

ଭୋଗୁଛି କାରାବାସ

ଉପଭୋଗ୍ୟା ବର୍ଷ ମାସ

ସାଜିଲି ମୁଁ କୁଳଟା        

ଏବେ ଅଣ ଲେଉଟା ।।

 

ମୁଁ ,ତ ଥିଲି ନିରୁପାୟ

ମନେଥିଲା ମୋରଭୟ

ଅବାଟରେ ଅର୍ଥ ଆୟ 

ବ୍ୟର୍ଥ ହେଲା ପରିଚୟ

ହଜିଗଲା ଠିକଣା

କିଛିତ ନଥିଲା ମୋର

ଏବେସବୁ ଭରପୂର

ନାମୀ ଦାମୀ ଲୋକଙ୍କର

ରାଣୀ ମୁହିଁ ସପନର

ପୀରତିର ଗହଣା             

ହଜିଗଲା ଠିକଣା ।।

 

କିଏ କହେ ନୀଳପରୀ

କିଏ କହେ ଫୁଲଝରି

ସରଗର ସୁଖଶିରୀ

ଅଛିମୋର ଅଙ୍ଗେ ପୁରି

ଯୁବା ଭୁଲା ଚାହାଣୀ

ମୋ ଅଙ୍ଗ ମଧୁର ବାସ

ମଧୁଝରା ପ୍ରୀତିରାସ

ପୀନ ଅଙ୍ଗେ ଝିନବାସ

ଯତୀ ମତି ଭୁଲାହସ

ରଚେ ନୂଆ କାହାଣୀ          

ଯୁବା ଭୁଲା ଚାହାଣୀ ।।

 

ଏକାନ୍ତରେ ମୁଁ ଗୋପନେ

ପଚାରେ ଗରାଖ ଜନେ

ବୟସର ଅପରାହ୍ନେ

ଆସିବେ କି ସନ୍ନିଧାନେ

ନଥିବ ଏ ଲାଲିମା

ମୁଁ ତ ସେଇ କୁଳ ନରୀ

ନରୀରୁ ହେଲି ମୁଁ ଦାରୀ

ଯାଇଛି ମହତ ସରି

ଅଙ୍ଗେ ମୋର ଥିବ ପୁରି

କଳଙ୍କର କାଳିମା              

ନଥିବ ଏ ଲାଲିମା ।।

 

ନାହିଁ ମୋ ଘର ସଂସାର

ପ୍ରଣୟର ସୌଦାଗର

ଲଲାଟେ ସିନ୍ଦୂର ଗାର

ଗଭାରେ ଗଜରା ହାର

ବ୍ୟର୍ଥ ମୋର କଳ୍ପନା

ମମତାର ମଧୁଝର

ବକ୍ଷରୁ ଝରୁନି ମୋର

ଅନାବିଳ ମାତୃତ୍ବର

ପାଇଲିନି ଅଧିକାର

ମୁଁ ଅଶୁଭ ଲପନା              

ବ୍ୟର୍ଥ ମୋର କଳ୍ପନା ।।

 

ଗଣଭୋଗ୍ୟା ମୁଁ ଗଣିକା

ଦେହ ସିନା କିଣାବିକା

ଏବେ ଯଉବନ ଫିକା

କାରୁଣ୍ୟ ମୋ କଥନିକା

ପ୍ରମୋଦେ ମୁଁ ପ୍ରମୋଦା

ଦେହସିନା କଳୁଷିତ

ମନମୋର ଶୁଦ୍ଧ ପୂତ

ଇତିହାସ ମୋ ଅତୀତ

ଭବେ ତନୁ ଅରପିତ

ମୁଁ ପୁଣ୍ୟ ବତୀ ନର୍ମଦା          

ପ୍ରମୋଦେ ମୁଁ ପ୍ରମୋଦା ।।

 

କେଶଦୁରାପାଳ କେନ୍ଦୁଝର

 

Related posts

ଦଳିତ ନେତା ଜିଗ୍ନେଶ ମେୱାନିଙ୍କୁ ଆସାମ ପୋଲିସ ଦ୍ବାରା ବେଆଇନ ଭାବରେ ଗିରଫ କରିବା ବିରୋଧରେ ଦଳିତ ଅଧିକାର ମଞ୍ଚର ପ୍ରତିବାଦ

Sunil Chandra Nayak

ନବୀନ ପାଇଲେ ଜୀବନବ୍ୟାପୀ ସାଧନା ସମ୍ମାନ…ଉଲ୍ଲେଖନୀୟ ନେତୃତ୍ୱ ପାଇଁ ସମ୍ମାନୀତ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sunil Chandra Nayak

ଜନରଞ୍ଜନପ୍ରଧାନ ଙ୍କ କବିତା ହେରାପଞ୍ଚମୀ ର ମାହାତ୍ମ୍ୟ

Leave a Comment

error: Content is protected !!