ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରୋଜ କୁମାର ସାହୁ ଙ୍କ କ୍ଷୁଦ୍ରଗଳ୍ପ ମାଛଝୋଳ

କ୍ଷୁଦ୍ରଗଳ୍ପ 

ମାଛଝୋଳ

ସରୋଜ କୁମାର ସାହୁ

ଦି ପହରରେ ଭାତ ବାଢିଲା ବେଳେ ସାନ ନାତୁଣୀକୁ ଜେଜେ ଶୁଣିଲା ଭଳି କହିଲେ”ଟିକେ ଦେଖିକି ବାଢରେ ମାଆ ? ଦିନକୁ ଦିନ ବେଳ ବୟସ ଗଲାଣି ,ଶୁଖିଲା ପେଟରେ ଆଉ ଭୋକ କୁଆଡୁ ହେବ ।ଦିନ ଥିଲା ଗୁଣ୍ତାଏ ଜାଗାରେ ଦିଗୁଣ୍ତା ବି ଖାଇକି ହଜମ କରି ଦେଉଥିଲି, ଏବେ ଆଉ ସେ ବେଳ ନାହିଁ…।ପୁଣି ତମେ ଯୋଉ ତୁଣ ତରକାରୀ ରାନ୍ଧୁଛ ନାଁ ମୋଟେ ଆଉ ରୁଚୁନି, ପାଟିକୁ ନେଉ ନେଉ ବିଷ ଭଳି ଲାଗୁଛି ।

ଜେଜେଙ୍କ କଥାରେ ମୋଟେ ଧ୍ୟାନ ଦେଲାନି ରୁବି।ଏମିତି କଥା ତାର ନିତିଦିନିଆ ହେଇଗଲାଣି ଆଜିକାଲି।ସାଧା କି ବେସର ଯାହା କଲେ ବି ସବୁଥିରେ ନାପସନ୍ଦ।ସବୁବେଳେ ଆମିଷ ଆଉ ଡାଲି…।

ରୋଷେଇ ଘରୁ ଶୁଣି ନ ଶୁଣିଲା ଭଳି ଥାଳିରେ ଅଧ ଥାଳିଏ ଗରମ ଭାତ ସହ ବଡ ପେଟି ମାଛ ଦି ପିସ୍ ,ମାଛମୁଣ୍ତରୁ ଖଣ୍ତେ ,ଅଧ ଥାଳିଆଏ ଝୋଳ ଭରିକରି ନେଇ ଦେଉ ଦେଉ କହିଲା “ଆଉ କଣ ଭଜାଭଜି ଦେବି ନା ନାହିଁ..?”

କାନ୍ଥରେ ଅଣ୍ଟାକୁ ସଳଖି ଜେଜେ କହିଲେ “ଆଜି କଣ ମାଛ ତୁଣ ହେଇଛି କି…?

-“ହଁ”

-“ତା ହେଲେ ଆଉ କଣ ହେବ ,ସେଇତକ ତ କାଫି….

ଘଣ୍ଟାକ ପୂର୍ବରୁ ବୋଉ ଧୋଇ ଶୁଖାଇଥିବା କଂସା ବାସନତକ ଆଣିବାକୁ ବାଡି ପଟକୁ ଚାଲି ଯାଇଥିଲା ରୁବି।

ଦଶ ମିନିଟ୍ ଯାଇନି ଜେଜେ ପୁଣି ଖାଇବା ଜାଗାରୁ ଡାକ ପକେଇଲେ”ରୁବି …ରୁବି..। କୁଆଡେ ଗଲୁ କିରେ ମାଆ …?ଆଉ ଦି ମୁଠା ଭାତ ଦେଲୁ ଝୋଳତକ ବଳିଲା ତ….?

 

ସରୋଜ କୁମାର ସାହୁ

ଆଠଗଡ.କଟକ

 

Related posts

ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗୀୟ। ଇନ୍ଦିରା ଗାନ୍ଧୀଙ୍କ ୩୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ନିମନ୍ତେ ଏକ ଗୁରୁତ୍ଵ ପୂର୍ଣ୍ଣ ପ୍ରସ୍ତୁତି ବୈଠକ

Sunil Chandra Nayak

ଜଣା ଅଜଣା….ଅଦ୍ଭୁତ ଓ ଆଶ୍ଚର୍ଯ୍ୟ !!

Sunil Chandra Nayak

ନାବାଳିକାଙ୍କ ଉନ୍ମତ କାଣ୍ଡ , ଆମ୍ବ ଗଛ ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ , ଅଗ୍ନିସମ ବିଭାଗ ଦ୍ଵାରା ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!