ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ଠାରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

ଜୁନାଗଡ଼,୧୮/୮(ମ ନି ସ ) ଓଡିଶା ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ଅନୁମୋଦନ କ୍ରମେ କଳାହାଣ୍ଡି ବ୍ୟାଡମିଣ୍ଟନ ଆସୋସିଏସନ ଓ ଜୁନାଗଡ଼ ବ୍ୟାଡମିଣ୍ଟନ ଆସୋସିଏସନର ତତ୍ତ୍ଵାବଧାନରେ ଜୁନାଗଡ଼ ଠାରେ ତୃତୀୟ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଜିଲ୍ଲା ବ୍ୟାଡମିଣ୍ଟନ ଏସୋସିଏସନର ସଭାପତି ପ୍ରଦୀପ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ , ସମ୍ମାନୀତ ଅତିଥି ଜୁନାଗଡ଼ ବିଧାୟକ, କଳାହାଣ୍ଡି ଜିଲ୍ଲାପାଳ ଅନ୍ୱେଶା ରେଡ୍ଡି, ଜୁନାଗଡ଼ ବିଡ଼ିଓ ଦୁଲାରାମ ମାରାଣ୍ଡି, ନଗରପାଳ ମୁକେଶ ଅଗ୍ରୱାଲ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ । ବ୍ୟାଡମିଣ୍ଟନ ପ୍ରତିଯୋଗିତା ୧୩ ବର୍ଷରୁ କମ ବାଳକ ସିଙ୍ଗଲ ବିଭାଗରେ ଚମ୍ପିୟାନ ସ୍ୱସ୍ତିକ ପଣ୍ଡା, ରନର୍ସଅପ ଦିଗ ବିଜୟ ସିଂ, ଡବଲରେ ଦିଗ ବିଜୟ ସିଂହ ଓ ଚନ୍ଦ୍ରଶେଖର ଶର୍ମା ଚମ୍ପିୟାନ ରନର୍ସ ସାହେଲ କୁମାର ଓ ରାଜ କନୱର, ୧୫ ବର୍ଷ ରୁ କମ ବାଳକ ବିଭାଗରେ ନରେଶ କୁମାର ନାଏକ ଚମ୍ପିୟାନ ଓ ରନର୍ସ ଅପ ନୟନ କିଶୋର ସୁନାନୀ, ଡବଲସ ରେ ସ୍ବସ୍ତିକ ପଣ୍ଡା ଓ ନରେଶ କୁମାର ନାଏକ ଚମ୍ପିୟାନ ଓ ଅବଧେଶ ଗୋଏଲ ,ଦିଗ ବିଜୟ ସିଂହ ରନର୍ସ ଅପ । ୧୭ ବର୍ଷରୁ କମ ସିଙ୍ଗିଲ ବାଳକ ବିଭାଗରେ ଅର୍ପିତ ପଣ୍ଡା, ରନର୍ସଅପରେ ଆୟୁସମାନ ମୁନି, ଡବଲସରେ ଆୟୁଷ ସାହୁ ଓ ଅଂଶୁମାନ ଭଣ୍ଡାରଘରିଆ ଚମ୍ପିୟାନ ଓ ରନର୍ସଅପ ରଚିତ ଖେମକା ଓ ଆଶିଷ ଖେମକା । ୧୯ ବର୍ଷରୁ କମ ସିଙ୍ଗିଲ ବାଳକ ବିଭାଗରେ ସୌମ୍ୟ ପଣ୍ଡା ଚମ୍ପିୟାନ ଓ ସୁଭମ ସାହୁ ରନର୍ସଅପ । ଡବଲସ ରେ ସୌମ୍ୟ ପଣ୍ଡା, ଶୁଭମ ସାହୁ ଚମ୍ପିୟାନ ଓ ସୋମିନ ଅଭିଷେକ ଓ ମାନବ ଜେପି ନାଏକ ରନର୍ସଅପ । ୧୭ ବର୍ଷରୁ କମ ସିଙ୍ଗିଲ ବାଳିକା ବିଭାଗରେ ଅଞ୍ଜଳି ନାଏକ ଚମ୍ପିୟାନ ଓ ତୁଲେନ୍ଦ୍ରୀ ମାଝୀ ରନର୍ସଅପ । ୧୯ ବର୍ଷରୁ କମ ବାଳିକା ବିଭାଗରେ ଶିବାନୀ ଭାଟି ଚମ୍ପିୟାନ , ଡବଲସରେ ଅଞ୍ଜଳି ନାଏକ, ସିବାନୀ ଭାଟି ଚମ୍ପିୟାନ ଓ ଅଭିକା ଗୋଏଲ ଓ ଅଂଶୁ ଅଗ୍ରୱାଲ ରନର୍ସଅପ । ମହିଳା ସିଙ୍ଗିଲରେ ରଶ୍ମିତା ଶବର ଚମ୍ପିୟାନ ଓ ପ୍ରଜ୍ଞାପରିମିତା ସୋନି ରନର୍ସ ଅପ, ମହିଳା ଡବଲସରେ ପ୍ରଜ୍ଞାପରିମିତା ସୋନି ଓ ଜଳି ପରାଭୂଏ ଚମ୍ପିୟାନ ଓ ରଶ୍ମିତା ଶବର ଓ ସୁପ୍ରଭା ମେହେର ରନର୍ସଅପ । ପୁରୁଷ ସିଙ୍ଗିଲ ବିଭାଗରେ ଅର୍ପିତ ପଣ୍ଡା ଚମ୍ପିୟାନ ଓ ଅମନ ଦେବତା ରନର୍ସଅପ । ପୁରୁଷ ଡବଲସରେ ଅର୍ପିତ ପଣ୍ଡା , ଅମନ ଦେବତା ଚମ୍ପିୟାନ ଓ ରଜନୀକାନ୍ତ ଦାଶ ଓ ଏସ ଅଭିଷେକ ରନର୍ସଅପ । ୩୫ ବର୍ଷରୁ ଉର୍ଦ୍ଧ୍ବ ପୁରୁଷ ସିଙ୍ଗିଲରେ ହମିଦ କୁମାର ବାଗ ଚମ୍ପିୟାନ ଓ ପ୍ରଶ୍ନନ ନାଗ ରନର୍ସ ଅପ । ଡବଲସ ରେ ଉମେଶ ଜୈନ , ରଜନୀକାନ୍ତ ଦାଶ ଚମ୍ପିୟାନ ଓ ମାନସ ରଞ୍ଜନ ସାହୁ ଓ ପ୍ରଭଞ୍ଜନ ସାହୁ ରନର୍ସଅପ । ୪୦ ରୁ ଉର୍ଦ୍ଧ୍ବ ପୁରୁଷ ଡବଲସରେ ମହେଶ କୁକ୍ରେଜା, ସମୀର ସାହୁ ଚମ୍ପିୟାନ ଓ ପରେଶ ପ୍ରଧାନ , ସନ୍ଦୀପ ଦାସ ରନର୍ସଅପ । ୪୫ ବର୍ଷରୁ ଉର୍ଦ୍ଧ୍ବ ପୁରୁଷ ସିଙ୍ଗିଲ ବିଭାଗରେ ପରେଶ ପ୍ରଧାନ, ରଞ୍ଜିତ କୁମାର ସାହୁ ଚମ୍ପିୟାନ ଓ ସମୀର ସାହୁ ଓ ମହେଶ କୁକ୍ରେଜା ରନର୍ସଅପ । ୫୦ ରୁ ଉର୍ଦ୍ଧ୍ବ ପୁରୁଷ ବିଭାଗ ସିଙ୍ଗିଲରେ ରଞ୍ଜିତ କୁମାର ସାହୁ ଚମ୍ପିୟାନ ଓ ତ୍ରିବିକ୍ରମ ବିଶ୍ୱାଳ ରନର୍ସଅପ, ଡବଲସରେ ସମୀର କୁମାର ସାହୁ, ମହେଶ କୂକ୍ରେଜା ଚମ୍ପିୟାନ ଓ ରଞ୍ଜିତ କୁମାର ସାହୁ ଓ ତ୍ରିବିକ୍ରମ ବିଶ୍ବାଳ ରନର୍ସ ଅପ ହୋଇଥିଲେ । ସମସ୍ତଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ ଓ ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବିଡ଼ିଓ ଦୁଲାରାମ ମାରାଣ୍ଡି, ଥାନା ଅଧିକାରୀ ଉତ୍ତମ କୁମାର ସାହୁ, ଜିଲ୍ଲା କ୍ରୀଡା ଅଧିକାରୀ ଶୁଭାଶିଷ ନାୟକ, ଓଡ଼ିଶା ବ୍ୟାଡ଼ମିଣ୍ଟନ ଏସୋସିଏସନ ନିରୀକ୍ଷକ ସୁରୁ ମତାରି ପ୍ରମୁଖ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ଜମି ବିବାଦକୁ ନେଇ ପଥରରେ ଛେଚି ଯୁବକଙ୍କୁ ନିର୍ମମ ହତ୍ୟା ଅଭିଯୋଗ, ପୁଲିସର ତଦନ୍ତ ଜାରି

Sunil Chandra Nayak

କଲମପୁର ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ

Sunil Chandra Nayak

ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ

Sunil Chandra Nayak

Leave a Comment

error: Content is protected !!