ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟାଙ୍ଗିରି ପାହାଡ ଉପରେ ପାଳନ ହେଲା କାରଗିଲ ବିଜୟ ଦିବସ

ରୁପ୍ରା, ୨୬/୭ (ମନୀସ ) : ୨୬ ଜୁଲାଇ ୧୯୯୯ ମସିହାରେ ଭାରତୀୟ ବୀର ଯବାନ ମାନେ କାରଗିଲ ଯୁଦ୍ଧରେ ବିଜୟ ଲାଭ କରିଥିଲେ। ସେହି ବିଜୟ ଦିବସକୁ ସାରା ଭାରତ ବର୍ଷରେ କାରଗିଲ ବିଜୟ ଦିବସ ଭାବରେ ପାଳନ କରାଯାଉଛି। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ଅନ୍ତର୍ଗତ ରୁପ୍ରା ଗ୍ରାମସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଶିକ୍ଷକମାନେ ନିକଟସ୍ଥ ୧୧୦୦ ଫୁଟ ଉଚ୍ଚତମ ବିଶିଷ୍ଟ ଟାଙ୍ଗିରି ପାହାଡକୁ ଆଜି ପୂର୍ବାହ୍ନରେ ଆରୋହଣ କରି ପାହାଡ ଉପରେ କାରଗିଲ ବିଜୟ ଦିବସ ପାଳନ କରିଥିଲେ । ଏହି ପର୍ବତାରୋହଣ କାର୍ଯ୍ୟକ୍ରମକୁ କେସିଙ୍ଗା ଆଦର୍ଶ ଥାନାର ସେକେଣ୍ଡ ପୋଲିସ ଅଫିସର ଲୋରିଶ ପ୍ରଧାନ ଓଆଇସି ମୁଖ୍ଯ ଅତିଥି ଭାବରେ ଯୋଗଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥିଭାବେ ନର୍ଲା ସିଏଚସି ର ଡାକ୍ତର ମନସିନି ପାଣିଗ୍ରାହୀ ଓ ନରେନ୍ଦ୍ର ପୂଝାରୀ ଯୋଗଦାନ କରିଥିଲେ। ଏଭେରେଷ୍ଟ ବିଜେତା ଯୋଗବ୍ୟାସ ଭୋଇଙ୍କ ନେତୃତ୍ୱ ଓ ପର୍ବତାରୋହୀ ରୋମାଞ୍ଚଳ ଭୋଇ, ଖେଳ ଶିକ୍ଷକ ପାର୍ଥମୋହନ ପ୍ରଧାନୀ ଓ ସ୍ୱେଚ୍ଛାସେବୀ ହେମସାଗର ସାହୁଙ୍କ ସହଯୋଗରେ ଏହି ପର୍ବତାରୋହଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ୩୦ ଜଣ ଛାତ୍ରଛାତ୍ରୀ ଭାଗନେଇ ଦିନ ୧୧ ଘଣ୍ଟା ସମୟ ଠାରୁ ଚଢିବା ଆରମ୍ଭ କରି ଉପରେ ପହଞ୍ଚିବା ପରେ କାରଗିଲ ବିଜୟ ଦିବସ ପାଳନ କରି ଅପରାହ୍ନ ୨ ଘଣ୍ଟା ସମୟରେ ଶେଷ କରିଥିଲେ । ଟାଙ୍ଗିରି ପାହାଡର ପାଦଦେଶରୁ ଛାତ୍ରଛାତ୍ରୀମାନେ ତଥା ସମସ୍ତ ଦୁଃସାହସିକ ପର୍ବତାରୋହଣକାରୀ ଦଳ ଦୀର୍ଘ ଦେଡ ଘଣ୍ଟା ପର୍ବତାରୋହଣ କଲାପରେ ୧୧୦୦ ଫୁଟ ଉଚ୍ଚତା ଟାଙ୍ଗିରି ତଥା ରାଜାରାଣୀ ପାହାଡର ଶିଖରରେ ସମସ୍ତେ ପହଞ୍ଚି କାରଗିଲ ବୀର ଯବାନଙ୍କ ଉଦ୍ଦେଶ୍ଯରେ ସ୍ଳୋଗାନ ଦେଇ ଜାତୀୟ ପତାକା ଉଡାଇଥିଲେ। ସେଠାରେ ୪୫ ମିନିଟ ରହି ବୀର ଯବାନଙ୍କ ବଳିଦାନ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଶ୍ରୀ ଭୋଇ ଜଣାଇବା ସହିତ ମହାଯୋଗୀ ଶ୍ରୀଅରବିନ୍ଦଙ୍କର ୧୫୦ ତମ ଜନ୍ମ ଜୟନ୍ତୀ ମଧ୍ଯ ପାଳନ କରାଯାଇଥିଲା। ତାପରେ ସମସ୍ତେ ତଳକୁ ଓହ୍ଲାଇ ଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷକ ହେମନ୍ତ ସାହୁ, ବରିଷ୍ଠ ଶିକ୍ଷୟତ୍ରୀ ସୁଜାତା ମହାପାତ୍ର, ମୌସୁମୀମାଳା ଚୌଧୁରୀ, ପର୍ବତାରୋହୀ ଧନପତି ବାଗ, କେନ୍ଦୁଲିଫ କର୍ମଚାରୀ ତଥା ଦୁଃସାହସିକ କ୍ରୀଡାବିତ୍ କମଲେଶ ନାଏକ, କଳାହାଣ୍ଡି ବିଶ୍ବବିଦ୍ୟାଳୟ ଭବାନୀପାଟଣାର ନାଭାଲ ଏନସିସିର ୩ ଜଣ କ୍ଯାଡେଟ, ଭବାନୀପାଟଣାର ଦୁଃସାହସିକ କ୍ରୀଡାଛାତ୍ରୀ ବିଜେତା ବାଗ ତଥା ଏହି ବିଦ୍ୟାଳୟର ପୂର୍ବତନ ଦୁଃସାହସିକ କ୍ରୀଡା ଛାତ୍ରୀ ଧରମା ଦେଇ ଗଉଡ, ରେଖା ଗଉଡ, ଗୀତାଞ୍ଜଳୀ ଭୋଇ ପ୍ରମୁଖ ମୁଖ୍ଯ ଭୂମିକା ଗ୍ରହଣ କରିଥିଲେ। ଏହିପରି ଦେଶ ଉଦ୍ଦେଶ୍ଯରେ ସମର୍ପିତ କାର୍ଯ୍ୟକ୍ରମକୁ ବିଦ୍ଯାଳୟ ପରିଚାଳନା କମିଟୀର ଅଧ୍ୟକ୍ଷ ଏବଂ ଅନ୍ଯ ସଦସ୍ଯ ମାନେ ସ୍ଵାଗତ ଜଣାଇ ଥିଲେ । ନର୍ଲା ବ୍ଳକର ଗୋଷ୍ଠୀ ଶିକ୍ଷା ଅଧୀକାରୀ ତପିମଣି ଯାନୀ, କେସିଙ୍ଗା ଏସଡିପିଓ ଅଭିନଭ୍ ସୋନକର୍ ଆଇପିଏସ, ଭାରପ୍ରାପ୍ତ ଥାନା ଅଧୀକାରୀ ସତ୍ୟକୁମାର ନନ୍ଦ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁଭେଚ୍ଛା ତଥା ସହଯୋଗ କରାଯାଇଥିଲା ବୋଲି ଏଭେରେଷ୍ଟ ବିଜେତା ତଥା ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗବ୍ୟାସ ଭୋଇ ସୂଚନା ପ୍ରଦାନ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ

Related posts

ପବିତ୍ର ବାହୁଡା ପହଣ୍ଡି; ରଥାରୂଢ଼ ହେଲେ ଚତୁର୍ଦ୍ଧା ମୂର୍ତ୍ତୀ; ଓଡ଼ିଶା ରାଜ୍ୟ ବ୍ରାହ୍ମଣ ମହାସଭାର ତରଫରୁ ଅନ୍ନ ପ୍ରସାଦ ବଣ୍ଟନ

କନକପଡା ରେ ନଲକୂପ ଅଚଳ, ଲୋକେ ବ୍ୟାକୁଳ

Sunil Chandra Nayak

ମଣ୍ଡେଇ ଫୁଟବଲ ର ଫାଇନାଲ ରେ ନବରଙ୍ଗପୁର ପୌରପାଳିକା ଦଳ

Sunil Chandra Nayak

Leave a Comment

error: Content is protected !!