ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡେଭିଡ ଫୀଳିପ ଙ୍କ କବିତା – ମନ ର ଆଳାପ

ମନର ଆଳାପ

ମନ, ମୋ ମନକୁ କହିଲା,

ତୁ, ନା ନିଜକୁ ଭଲ ପାଉଛୁ

ନା, ମୋତେ ଭଲ ପାଉଛୁ 

 

ଖୋଜି ବୁଲୁଛୁ ବାହାରେ, କିଏ ମୋତେ ଭଲ ପାଆନ୍ତା କି?

ଗେଲ, କୋଳ, ଚୁମା, ଆଲିଙ୍ଗନ କରନ୍ତା କି?

ମୋ ପାଖେ ବସନ୍ତା କି?

ମୋ କଥା ଶୁଣନ୍ତା କି?

 

ସ୍ଥାବର, ସମ୍ମାନ, ସ୍ଵୀକୃତି, ପଦବୀରେ ତୁ ମତୁଆଲ୍

ପାଇଲି, ହରାଇଲିରେ ସଂସାର

ଦେଲି ନେଲି ରେ ମ୍ରିୟମାଣ

 

ଦେଖ, ମୁଁ ଖାଲି ତୋ ସାଙ୍ଗରେ ଅଛି

ତୋ କଥା ଭାବୁଛି

ତୋତେ ଦେଖୁଛି

ତୋ କଷ୍ଟ ଜାଣିଛି

ତୁ, ଶୋଇଲେ ଜଗୁଛି

ତୋତେ କଷ୍ଟ ହେଲେ, ମୁଁ କଷ୍ଟ ପାଉଛି

ତୁ ହାରିଲେ, ମୁଁ ହାରୁଛି

ଏଇ ମୋର ଦୁଃଖ

 

ମୁଁ, ତୋତେ ନେଇ ବଞ୍ଚି ଆସିଛି

ତୁ, ମୁଁ ଯେ, ତୋ ସହିତ ଅଛି, କେବେ ଭାବି ପାରୁନୁ

 

ଏ ମନ,

ଆ, ମୋ ସାଙ୍ଗେ କଥା ହୁଅ

ମୋତେ ଟିକେ ଦେଖ, ଶୁଣ, ଆଉ ମୋତେ ଭଲ ପା

ଦେଖିବୁ, ଭରିଦେଵି, ପ୍ରେମରେ, ତୋର ସଂସାର

 

ଆଉ ରହିବୁନି

ସ୍ଥାବର, ସମ୍ମାନ, ସ୍ଵୀକୃତି, ପଦବୀରେ ହୋଇ ମାତୁଆଲ

ପାଇଲି, ହରାଇଲିରେ ସଂସାର,

ଦେଲି ନେଲି ରେ ନହେବୁ ମ୍ରିୟମାଣ,

 

ଏ ମନ, ମୋତେ, ତୁ ଟିକେ ଭଲପା

ଡୁଇଟ୍ ଡେଭିଡ ଫିଲିପ
ଲେହିରୀ ଥାନା
କାଟାପାର
ବିହାରଶରିଫ, 
ନାଳନ୍ଦା, ବିହାର ୮୦୩୧୦୧

 

Related posts

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ 

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା କିଏ ଜାଣେ କେବେ 

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ପୌରପରିଷଦ ନିର୍ବାଚନ ଶେଷ ଭବାନୀପାଟଣା ସର୍ବନିମ୍ନ ଭୋଟ ଓ କେସିଙ୍ଗାରେ ସର୍ବାଧିକ ଭୋଟ ପଡିଛି

Sunil Chandra Nayak

Leave a Comment

error: Content is protected !!