ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା – ସକାଳର ଜଣାଣ

ସକାଳର ଜଣାଣ

 

  ବିଜୟ କୁମାର୍ ଜେନା

 

ସିନ୍ଦୁରା ଫାଟିଲା ରାତି ପାହିଗଲା

       ତାରକା ହେଲେ ନିଉନ

ପ୍ରାଚୀ ଦିଗେ ରବି ଉଇଁକି ଆସନ୍ତି

          ଦିବସର ଆଗମନ।

ପ୍ରତ୍ୟୁଷ କଳାରେ ଦ୍ଵାରଫିଟା ନୀତି

           ସିଂହଦ୍ଵାର ମୁଖରିତ

ଓଁ କାର ଶବଦ ବେଦ ମନ୍ତ୍ର ଧ୍ଵନି

      ହରିବୋଲରେ ଘୋଷିତ।

ପଣ୍ଡା ପଢ଼ିଆରି କର୍ମଠ ହୁଅନ୍ତି

       ବଡ ଦେଉଳର ନୀତି

ଗୋଟିଏ ଗୋଟିଏ କ୍ରମ ଅନୁଯାୟୀ

         କ୍ଷଣ ଅନୂପାତେ ଗତି।

କାହିଁ କେତେ ଆଡୁ ଭକତ ଆସନ୍ତି

        ଜଗା ଦରଶନ ପାଇଁ

ତାର ଡୋରି ବିନା ନହୁଏ ସମ୍ଭବ

         ସମୟକୁ ରହେ ଚାହିଁ।

କୃଷକ ଶ୍ରମିକ ସୈନିକ ସୀମାନ୍ତେ

       ଟେକିଦେଇ ବେନିହାତ

ନିଜ ନିଜ କର୍ମେ ଜଡ଼ିତ ହୁଅନ୍ତି

         ସାକ୍ଷୀ ରଖି ଜଗନ୍ନାଥ।

ବିଶ୍ୱପିତା ତୁମେ ବିଶ୍ଵର କରତା

        ସକଳ ପ୍ରାଣୀର ଇଶ

ତୁମଲାଗି ଏକା ଭବ ଲୀଳା ଚାଲେ

         ସଭିଙ୍କର ଶେଷ ଆଶ। 

ହେ ମଙ୍ଗଳମୟ ବିଶ୍ୱର ନିୟାନ୍ତା

       ଏକ ବ୍ରହ୍ମ ଅନ୍ୟ ନାହିଁ

ସର୍ବତ୍ର ଦେଖଇ ତୁମରି ସ୍ୱାକ୍ଷର                 

     ଆପେ ମଥା ଯାଏ ନଇଁ। 

      ଅବସର ପ୍ରାପ୍ତ ପ୍ରାଧ୍ୟାପକ,

ଶାମୁକା ସାହି,

ରଣପୁର

ନୟାଗଡ଼

Related posts

ଢେଙ୍କାନାଳ ଖମାର ସାହି ସେବାଶ୍ରମ ସ୍କୁଲ ଉଚ୍ଛେଦକୁ ନେଇ ଉତ୍ତେଜନା, ଉଛେଦକୁ ସ୍ଥଗିତ ରଖିଲା ପ୍ରଶାସନ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ତ୍ରିରଙ୍ଗା ବନ୍ଦେ ମାତର

Sunil Chandra Nayak

ବାଲେଶ୍ବର – କେନ୍ଦ୍ର ଲଳିତକଳା ଏକାଡେମୀ ପୁରସ୍କାର ବିଜେତା ଲକ୍ଷ୍ମୀପ୍ରିୟାଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!