ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେସରକାରୀ ଜମିରେ ସରକାରୀ କାର୍ଯ୍ୟ କେତେ ଯୁକ୍ତିଯୁକ୍ତ, ତଦନ୍ତ ପାଇଁ ଦାବି

 ନୂଆପଡ଼ା-: / ସାଧାରଣ ଲୋକଙ୍କ ସୁବିଧା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି ସରକାରୀ କାର୍ଯ୍ୟାଳୟ, ମିଶନ ଶକ୍ତି ଗୃହ, ବଜାର ଗୃହ, ଗ୍ରାମୀଣ ପାର୍କ ଭଳି ଅନେକ ଜନ ହିତକର କାର୍ଯ୍ୟ ହାତକୁ ନେଇ ସରକାରୀ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସରକାରୀ କର୍ମଚାରୀ ଙ୍କ ଖାମାଖିଆଳି ନୀତି ଯୋଗୁଁ ଠିକ ସ୍ଥାନରେ ଟଙ୍କା ର ବ୍ୟବହାର ହେଉନଥିବାରୁ ସରକାରୀ ଗୃହ ମାନ ଲୋକଙ୍କ କାମ ରେ ଆସୁନଥିବା ବେଳେ ବେସରକାରୀ ଲୋକଙ୍କ କବଜା ରେ ଯାଇ ସରକାର ଙ୍କ କୋଟିକୋଟି ଟଙ୍କା ବାଟ ମାରଣା ହେଉଛି । ଏପରି ଏକ ଅଭିଯୋଗ ସାମ୍ନା କୁ ଆସିଛି ଖଡ଼ିଆଳ ବ୍ଲକ ଭୁଲିଆସିକୁଆଁ ଗ୍ରାମ ପଞ୍ଚାୟତ ରୁ । ଲକ୍ଷଲକ୍ଷ ଟଙ୍କା ର କାର୍ଯ୍ୟ ବେସରକାରୀ ଜାଗାରେ । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଭୁଲିଆସିକୁଆଁ ଗ୍ରାମ ପଞ୍ଚାୟତରେ ସରକାରୀ ଘର ନିର୍ମାଣ ସ୍ତରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଏଠାରେ ଜଣେ ନାମମାତ୍ର ଚାଷିଙ୍କ ଚାଷ ଜମି ଉପରେ ଚାରିଟି ଯୋଜନାର ୪୯,୪୩,୦୦୦ (ଅଣନ ଚାଷ ଲକ୍ଷ ତୈୟାଲିସ ହଜାର) ଟଙ୍କା ଖର୍ଚ୍ଚକରି ଘର ନିର୍ମାଣ ହୋଇଛି । ଘର ନିର୍ମାଣ ସମୟରେ ସମ୍ପୃକ୍ତ ଚାଷି ନିର୍ମାଣ ସ୍ଥଳକୁ ଆସି ଏହା ମୋର ଜମି ଏଠାରେ ସରକାରୀ ଗୃହ ନିର୍ମାଣ ନ କରିବା ପାଇଁ ବାରମ୍ବାର ବାରଣ କରିବା ସତ୍ୱେ ଚାଷୀଙ୍କୁ ତତ୍କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷ୍ୟମା ସାଗର ସାହୁ ନିଜ ପିସି ଲାଭ ପାଇଁ ଧମକ ଚମକ ଦେଇ କାର୍ଯ୍ୟ ଆରମ୍ଭ କରି ଶେଷ କରିଥିବା ଚାଷୀ ଜଣକ ଗୁରୁତର ଅଭିଯୋଗ କରିଛନ୍ତି । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କ ଧମକ ପାଇ ଚାଷୀ ନିରବ ରହିଥିବା ବେଳେ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଲା । ବର୍ତ୍ତମାନ ନିଜ ଚାଷ ଜମିରେ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ କରାଯାଇଥିବା ସରକାରୀ ଗୃହ ଗୁଡିକୁ ଅକ୍ତିଆର କରିବାକୁ ପ୍ରସ୍ତୁତ ହେଉଥିବା ପ୍ରକାଶ କରିଛନ୍ତି ଚାଷୀ ରତ୍ନାକର ଜାଲ ।  ଚାଷୀ ରତ୍ନାକର ଜାଲ ବୀରିପାଲି ଜିଲ୍ଲା ବଲାଙ୍ଗୀର ବାସିନ୍ଦା ଅଟନ୍ତି । ସେ ଜଣେ ନାମମାତ୍ର ଚାଷୀ ହୋଇଥିବା ବେଳେ ତାଙ୍କର ମୋଟ ଜମି  ଦୁଇ ଏକର ତେର ଡିସମିଲ ଜମି ଭୁଲିଆସିକୁଆ ଗ୍ରାମ ମୁଖ୍ୟ ରାସ୍ତାର କଲେଜ ପାଖରେ ଅଛି । ଏହି ଜମିକୁ ସେ ଅନ୍ୟ ଏକ ଚାଷୀଙ୍କୁ ଭାଗଚାଷ ପାଇଁ ଜିମା ଦେଇଛନ୍ତି । ଏହାର ସୁଯୋଗ ନେଇ ସରକାରୀ କର୍ମଚାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ସରକାରୀ ଟଙ୍କା ଆତ୍ମସାତ କରିବା ଉଦ୍ଦେଶ୍ୟରେ ତରବରିଆ ଭାବରେ ସରକାରୀ କାର୍ଯ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ଚାଷୀ ଜଣକ ମୋ ଜାଗାରେ ଯେଉଁ ସବୁ ଗୃହ କିମ୍ବା ପାର୍କ ନିର୍ମାଣ ହୋଇଛି ସେସବୁ ମୋର ମୁଁ ତାକୁ ଛାଡ଼ିବି ନାହିଁ ବୋଲି କହିଛନ୍ତି । ଭୁଲିଆସିକୁଆଁ ଗ୍ରାମ ପଞ୍ଚାୟତ ରେ ବେସରକାରୀ ଜାଗାରେ ସରକାରୀ କାର୍ଯ୍ୟ ହେବା ଘଟଣା ନୂଆ ଘଟଣା ନୁହେଁ । ପଞ୍ଚାୟତ ପକ୍ଷରୁ ୨୦୧୯-୨୦ ମସିହାରୁ ୨୦୨୧-୨୨ ମଧ୍ୟରେ ବିଭିନ୍ନ ସରକାରୀ ଯୋଜନାରୁ ସେହି ଜମି ଉପରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ସେଥି ମଧ୍ୟରୁ  ୨୦୧୯-୨୦ ମସିହାରେ ଚତୁର୍ଦ୍ଦଶ ଅର୍ଥ କମିଶନରୁ ପିଇଓ ବାସ ଗୃହ ନିର୍ମାଣ ବାବଦକୁ ଅଟକଲ ଛଅ ଲକ୍ଷ ପଚାଶ ହଜାର  ଟଙ୍କାର ଗୃହ କାର୍ଯ୍ୟ ଶେଷ ହୋଇଛି । ୨୦୨୦-୨୧ ମସିହାରେ ଭୁଲିଆସିକୁଆଁ ଗ୍ରାମୀଣ ହାଟ ଉନ୍ନତି କରଣ ବାବଦକୁ ଅଟକଲ ଦଶ ଲକ୍ଷ ଟଙ୍କାର ଗୃହ କାର୍ଯ୍ୟ ଶେଷ ହୋଇଛି । ୨୦୨୧-୨୨ ମସିହାରେ ମିଶନ ଶକ୍ତି ଗୃହ ନିର୍ମାଣ ବାବଦକୁ ଅଟକଲ ଦଶ ଲକ୍ଷ ଟଙ୍କାର ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ସେହିପରି ୨୦୨୧-୨୨ ମସିହାରେ ମନରେଗା ଯୋଜନାରେ ଗ୍ରାମୀଣ ଉଦ୍ୟାନ ନିର୍ମାଣ  ବାବଦକୁ ଅଟକଲ ବାଇସ ଲକ୍ଷ ତିଆନବେ ହଜାର  ଟଙ୍କାର କାର୍ଯ୍ୟ ବର୍ତ୍ତମାନ ଚାଲୁ ରହି ଲକ୍ଷ୍ୟାଧିକ ଟଙ୍କା ପଇଠ ହୋଇସାରିଛି । ଏପାଖରେ ଗୋଟିଏ ପ୍ରଶ୍ନ ଉଙ୍କି ମାରେ ଯେକୌଣସି ସରକାରୀ କାର୍ଯ୍ୟ ଆରମ୍ଭ ପୂର୍ବରୁ ଯନ୍ତ୍ରୀ ସେହି ଜମିର ନକ୍ସା ଦେଖି layout ଦେବାର ନିୟମ ରହିଛି । ହେଲେ ଏହିକାର୍ଯ୍ୟ ପାଇଁ କେଉଁ ନିୟମ ରେ କାର୍ଯ୍ୟ ଆରମ୍ଭ ହେଲା ତାହା ସନ୍ଦେହ ଘେର ରେ । କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଯନ୍ତ୍ରୀ ଙ୍କ ଖାମାଖିଆଳି ଯୋଗୁଁ ଲକ୍ଷଲକ୍ଷ ସରକାରୀ ଟଙ୍କା ପାଣିରେ ବୋହିଲା । ବର୍ତ୍ତମାନ ଏହି ଘଟଣା ରେ ଜମି ମାଲିକ ନିଜ ଜମିରେ ତିଆରି ଘରକୁ ଛାଡ଼ିବି ନାହିଁ କହୁଥିବା ବେଳେ ସରକାର ଙ୍କ ଲକ୍ଷ୍ୟାଧିକ ଟଙ୍କା ଅଯଥାରେ ଖର୍ଚ୍ଚ ହୋଇଛି। ଏଥି ପାଇଁ ଦୋଷୀ କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କ ଠାରୁ ଅର୍ଥ ଆଦାୟ କରାଯାଉ ଓ ନିରୀହ ଚାଷୀ ଙ୍କୁ ନିଜ ଜମି ଫେରାଇ ଦିଆଯାଉ ନଚେତ ଦଳିତ ଅଧିକାର ମଞ୍ଚ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜରାସ୍ତା ରେ ଆନ୍ଦୋଳନ କରିବ ବୋଲି ମଞ୍ଚ ର ସଭାପତି ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ଏବାବଦ ରେ ଆମେ ଖଡ଼ିଆଳ ବିଡ଼ିଓ ଙ୍କୁ ପଚାରିବାରୁ ଏହି ଘଟଣା କୁ ହାଲୁକା ର ସହ ନେଇ ତାର ସମାଧାନ କରିଦିଆଯିବ ବୋଲି କହିଛନ୍ତି । ଭୁଲିଆସିକୁଆଁ ଗ୍ରାମ ପଞ୍ଚାୟତ ରେ ବେସରକାରୀ ଜାଗା ରେ ପ୍ରାୟ ଅଧ କୋଟି ସରକାରୀ ଟଙ୍କା ଖର୍ଚ୍ଚ ଘଟଣା କାହା ସ୍ୱାର୍ଥ ରେ ତାହା ଏବେ ତଦନ୍ତ ସାପେକ୍ଷ । ତତ୍କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ, ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ପାଇଁ ସରକାର ଙ୍କ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏଥିରେ ସାଧାରଣ ଲୋକ ସୁବିଧା ପାଇବା ରୁ ବଞ୍ଚିତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଦୋଷୀ କର୍ମଚାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଦୋଷୀ ମାନଙ୍କ ଠାରୁ ସରକାରୀ ଟଙ୍କା ଆଦାୟ କରିବା ସହ ଚାଷୀ ଙ୍କୁ ନିଜ ଜମି ଫେରାଇ ଦେବା ଜରୁରୀ ହୋଇ ପଡିଛି ।

 ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅମୃତ ସରୋବର ପାଇଁ ଭୂମି ପୂଜନ

Sunil Chandra Nayak

ରଖେ ହରି ତ ମାରେ କିଏ ? ଅଳ୍ପକେ ବଞ୍ଚିଗଲା ଚାରି ଜୀବନ

Sunil Chandra Nayak

ନନ୍ଦିନୀ ରାଉତ ଙ୍କ କବିତା ଏମିତି କାହିଁକି ହେଲା

Sunil Chandra Nayak

Leave a Comment

error: Content is protected !!