ଡାବୁଗାଁ, ୧୮/୮ ନବରଙ୍ଗପୁର ଜିଲା ଡାବୁଗାଁ ବନ ବିଭାଗ ଦ୍ଵାରା ଗୁରୁବାର ଏକ ଅଜଗର ସାପ ଉଦ୍ଧାର କରାଯାଇଛି | ସୂଚନାଯୋଗ୍ୟ ଡାବୁଗାଁ ବ୍ଲକ ଅଧୀନ କୁସୁମବନ୍ଧ ଗ୍ରାମ ପାଖ ଚାଷ ଜମିରେ ଏକ ଅଜଗର ସାପ ଥିବା ଲୋକେ ଦେଖିଥିଲେ | ଲୋକେ ସଙ୍ଗେ ସଙ୍ଗେ ଡାବୁଗାଁ ବନ ବିଭାଗକୁ ଖବର ଦେଇଥିଲେ | ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମଙ୍ଗୋ ଙ୍କ ନିର୍ଦ୍ଦେଶ କ୍ରମେ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଅଜଗର ସାପ ଟିକୁ ଉଦ୍ଧାର କରିଥିଲେ | ପରେ ଡାବୁଗାଁ ପ୍ରାଣୀ ଚିକିତ୍ସାଳୟ ରେ ଭରପ୍ରାପ୍ତ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ସାରସ୍ଵତ ସାହୁ ଚିକିତ୍ସା କରିବା ପରେ ଉକ୍ତ ସାପଟିକୁ ପୁନଶ୍ଚ ଜଙ୍ଗଲରେ ଛଡା ଯାଇଥିଲା | ୭.୫ ଫୁଟ ଲମ୍ବାର ଅଣ୍ଡିରା ସାପ ହୋଇଥିବା ଜଣାପଡିଛି | ଏଥିରେ ଡାବୁଗାଁ ଭରପ୍ରାପ୍ତ ବନପାଳ ପ୍ରକାଶ ସରକାର, ବନରକ୍ଷୀ ସରସ୍ଵତୀ ମେହେର, କାର୍ତ୍ତିକ ମାଝି ଓ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ |
ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ