ଝରିଗାଁ -: ଚଳିତ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷାରେ ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀ ନବରଙ୍ଗପୁର ଜିଲ୍ଲାରେ ଟପ୍ପର ହୋଇପାରିଛନ୍ତି l ଝରିଗାଁ ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋଟ ୨୪୫ ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିଲେ l ସେଥିମଧ୍ୟରୁ ୨୦ ଜଣ ପ୍ରଥମ,୨୬ ଜଣ ଦ୍ୱିତୀୟ ଏବଂ ୧୦୧ ଜଣ ତୃତୀୟ ସ୍ଥାନରେ ରହିଛନ୍ତି l ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୀପଶିଖା ସାହୁ ସର୍ବାଧିକ ୫୩୮ ମାର୍କ ( ୮୯.୬୬%) ରଖି ବିଦ୍ୟାଳୟ ତଥା ନବରଙ୍ଗପର ଜିଲ୍ଲାରେ ଟପ୍ପର ହୋଇଥିବା ପ୍ରିନ୍ସିପାଲ ଶିବପ୍ରସାଦ ପଟ୍ଟନାୟକ ପ୍ରକାଶ କରିଛନ୍ତି l ଦୈନିକ ୧୦ ରୁ ୧୨ଘଣ୍ଟା ପରିଶ୍ରମ କରି ଏହି ସଫଳତା ପାଇଥିବା କହିଛନ୍ତି l ଭବିଷ୍ୟତରେ ଦୀପଶିଖା ରାଜ୍ୟ ପ୍ରଶାସନିକ ଅଧିକାରୀ ହେବା ସହ ଜନହିତ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ ଲକ୍ଷ ରଖିଛନ୍ତି l ଏନେଇ ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଙ୍କ ସହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଅଧ୍ୟାପକ ଏବଂ ସମସ୍ତ କର୍ମଚାରୀ ଶୁଭେଚ୍ଛା ଜଣାଇଛନ୍ତି l
ଝରିଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ