ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ଜିଲ୍ଲାରେ ଯୁକ୍ତ ୨କଳା ପରୀକ୍ଷାରେ ଦୀପଶିଖା ସାହୁ ଟପ୍ପର

ଝରିଗାଁ -: ଚଳିତ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷାରେ ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀ ନବରଙ୍ଗପୁର ଜିଲ୍ଲାରେ ଟପ୍ପର ହୋଇପାରିଛନ୍ତି l ଝରିଗାଁ ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋଟ ୨୪୫ ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥିଲେ l ସେଥିମଧ୍ୟରୁ ୨୦ ଜଣ ପ୍ରଥମ,୨୬ ଜଣ ଦ୍ୱିତୀୟ ଏବଂ ୧୦୧ ଜଣ ତୃତୀୟ ସ୍ଥାନରେ ରହିଛନ୍ତି l ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୀପଶିଖା ସାହୁ ସର୍ବାଧିକ ୫୩୮ ମାର୍କ ( ୮୯.୬୬%) ରଖି ବିଦ୍ୟାଳୟ ତଥା ନବରଙ୍ଗପର ଜିଲ୍ଲାରେ ଟପ୍ପର ହୋଇଥିବା ପ୍ରିନ୍ସିପାଲ ଶିବପ୍ରସାଦ ପଟ୍ଟନାୟକ ପ୍ରକାଶ କରିଛନ୍ତି l ଦୈନିକ ୧୦ ରୁ ୧୨ଘଣ୍ଟା ପରିଶ୍ରମ କରି ଏହି ସଫଳତା ପାଇଥିବା କହିଛନ୍ତି l ଭବିଷ୍ୟତରେ ଦୀପଶିଖା ରାଜ୍ୟ ପ୍ରଶାସନିକ ଅଧିକାରୀ ହେବା ସହ ଜନହିତ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ପାଇଁ ଲକ୍ଷ ରଖିଛନ୍ତି l ଏନେଇ ସାଂସଦ ରମେଶ ଚନ୍ଦ୍ର ମାଝୀ, ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଙ୍କ ସହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଅଧ୍ୟାପକ ଏବଂ ସମସ୍ତ କର୍ମଚାରୀ ଶୁଭେଚ୍ଛା ଜଣାଇଛନ୍ତି l

ଝରିଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ 

 

Related posts

ଦୁଇ ଦିନ ପେଟ୍ରୋଲ ପମ୍ପ ସନ୍ଧ୍ୟାରୁ ସକାଳ ବନ୍ଦ

ଜିଏସଟି ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ରୁପ୍ରା ଠାରୁ ବାଲିପଡା ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ 

Sunil Chandra Nayak

ଟିଟିଲାଗଡ଼ର ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର, ଡ଼ିଆଟନଠାରେ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!