ଧର୍ମଗଡ:୧୦/୮/୨୨: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନ ରେ ହେଉଥିବା ଯୁକ୍ତ ତିନି ଶେଷ ବର୍ଷ ପରୀକ୍ଷା (ସେମିଷ୍ଟର) ଫଳ ପ୍ରକାଶିତ ହୋଇଛି । ବିଶ୍ବବିଦ୍ୟାଳୟ ପକ୍ଷ ରୁ ଗୃହ ବିଜ୍ଞାନ ବିଷୟ ରେ ପ୍ରକାଶିତ ଟପ୍ ଟେନ ତାଲିକା ରେ ଧର୍ମଗଡ ମହିଳା ମହାବିଦ୍ୟାଳୟ ର ଛାତ୍ରୀ ସୋନମ୍ ମେହେର ସ୍ଥାନିତ ହୋଇ ଛନ୍ତି । ମୋଟ ୮.୫୪ ସିଜି ପିଏ ଗ୍ରେଡ ରଖି ସେ ଦଶମ ସ୍ଥାନ ରେ ରହି ଉତ୍ତୀର୍ଣ୍ଣ ହେବା ସହ ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ତାଙ୍କର ଏହି ସଫଳତା ପାଇଁ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ମୂର୍ତ୍ତି ମଞ୍ଜରୀ ପଣ୍ଡା ଖୁସି ବ୍ୟକ୍ତ କରି ଗୃହ ବିଜ୍ଞାନ ବିଷୟ ଅଧ୍ୟାପିକା ଅନିତା ସାହୁ ଙ୍କ ନୀରବଛନ୍ନ ଉଦ୍ୟମ ଓ ଛାତ୍ରୀ ଙ୍କ ପରିଶ୍ରମ କୁ ଏହି ଶ୍ରେୟ ଦେଇଛନ୍ତି । ମହାବିଦ୍ୟାଳୟ ର ଅଧ୍ୟାପକ ସରୋଜ କୁମାର ମେହେର, ଅଧ୍ୟାପିକା ଜୟନ୍ତୀ ମୁଦୁଲି, ସୁଜାତା ମହାନ୍ତି, ପଦ୍ମାଳୟା ଦଣ୍ଡ ସେନା, ସୋଦନ ନାଏକ, ଲକ୍ଷପତି ନାଏକ ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଛାତ୍ରୀ ଙ୍କ ସଫଳତା ନେଇ ଖୁସି ପ୍ରକଟ କରିଛନ୍ତି । ସୂଚନା ଯୋଗ୍ୟ ଯେ ଗତ ବର୍ଷ ମଧ୍ୟ ଏହି ମହାବିଦ୍ୟାଳୟ ର ତିନି ଜଣ ଛାତ୍ରୀ ବିଶ୍ଵବିଦ୍ୟାଳୟ ଟପ୍ ଟେନ ତାଲିକା ରେ ସ୍ଥାନ ହାସଲ କରି ଥିଲେ ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ