ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଭାବାନ୍ତର

 ଭାବାନ୍ତର 

ଗୋଧୂଳି ସଞ୍ଜରେ ତୁମକୁ ଦେଖିଲେ
  ଉତ।ପ ଯାଏ ମୋ ବଢ଼ି
ଫୁଟା ଫୁଲ ତୁମେ ଫୁଲେଇ ହେଉଛ
  ମୁଁ ଭାବେ ଫୁଲ କଢି ।
ରଙ୍ଗ ଅଧରରେ ହସିଦେଲେ ଥରେ
  ଇନ୍ଦ୍ରଧନୁର ଆଭା
ଅସ୍ତ ସୁର୍ୟର ଅବିରଠୁ ଲାଲ
ମୁଁ ଭାବେ ରକ୍ତ ଜବା ।
ଆଖିରେ ଆଖିରେ କେତେ କଥା କୁହ
  ଆଖି ମାରିଦେଲେ ଗଲା
ଯୌବନ ନଈରେ ପହଁରା ମାରୁଚ
  ମୁଁ ଭାବେ ତୁମେ ପିଲା ।
ବାହୁ ବନ୍ଧନରେ ଆଖି ଲୁଚା ଖେଳ
  ଲୁଚାଇ ଦିଅ ମୋ ଆଖି
କେଶ ବନ୍ଧା ଫୁଲ ହାତରେ ଧରା ଅ
  ମୁଁ ଭାବେ ବୋଧେ ରାକ୍ଷୀ ।
ହାତ ବାଜିଗଲେ ମୁକୁଳା ବକ୍ଷେ
  ଉଷୁମ ଉଷୁମ ଲାଗେ
ମଧ୍ୟ ପୌଷର ପାହାନ୍ତିଆ ଶୀତ
  ରୁଦ୍ର ବୈଶାଖ ଭାବେ ।
ଅନେକ ବସନ୍ତ ଜୀବନ ସଙ୍ଗୀତ
  ଏଇମିତି ଯାଉ ବିତି
ମୁଁ ଭାବେ ତୁମେ ପୂର୍ବ ପର ଜନ୍ମେ
  ଏକଇ ଜୀବନ ସାଥି ।

କାଙ୍ଗାଳି ଚରଣ ସେଠୀ

ଅବସର ପ୍ରାପ୍ତ ବରିଷ୍ଠ ଶାଖା ପରିଚାଳକ
ଓଡିଶା ଗ୍ରାମ୍ୟ ବ୍ୟାଙ୍କ
ଯାଜପୁର ରୋଡ଼

Related posts

ବଣ ଜଙ୍ଗଲ ଘେରା କେରପାଇ ଅଂଚଳ ର ପୁଅ   ରଘୁପତି ନାଏକ ଡିୟୁଇଟି ପରୀକ୍ଷାରେ ଅଲ ଇଣ୍ତିଆ ରେଙ୍କ୍ ରେ ୧୦୬ ନମ୍ବର 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଆତ୍ମା ପକ୍ଷରୁ ମତ୍ସ୍ୟ ଚାଷୀଙ୍କୁ ତାଲିମ ଶିବିର

Sunil Chandra Nayak

Leave a Comment

error: Content is protected !!