ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେରେସିଂହା ମାଁ ପାଟଖଣ୍ଡା ଯାତ୍ରା ସମ୍ପନ୍ନ

କର୍ଲାମୁଣ୍ଡା:  କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଐତିହାସିକ ଗ୍ରାମ ତେରେସିଂହା ଠାରେ ମାଁ ପାଟଖଣ୍ଡା ଯାତ୍ରା ଶୁକ୍ରବାର ସମ୍ପନ୍ନ ହୋଇଯାଇଛି l ଏହି ଯାତ୍ରାରେ ମା’ଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳର ଶହଶହ ଭକ୍ତଙ୍କର ସମାଗମ ହୋଇଥିଲା l ଭକ୍ତ ମାନଙ୍କର ମାନସିକ ପୂରଣ ହୋଇ ଥିବାରୁ ଏଠାରେ ବୋଦା, କୁକୁଡ଼ା ବଳି ପଡ଼ିଥାନ୍ତି l ଏହି ଯାତ୍ରା ତେରେସିଂହା ସ୍କୁଲ ପଡ଼ିଆର ଗୋଟିଏ ପାର୍ଶ୍ୱରେ ତେରେସିଂହା ଓ ଅପର ପାର୍ଶ୍ଵରେ ବେଲପଡ଼ାର ଯାତ୍ରା ହୋଇଥାଏ l ତେରେସିଂହା ଯାତ୍ରା ଖଳା ପଡ଼ିଆ ଓ ବେଲପଡ଼ା ଯାତ୍ରା ଖଳାରେ ଶହ ଶହ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଥିଲା l ଏହି ଯାତ୍ରା କୈବର୍ତ୍ତ ସମ୍ପ୍ରଦାୟର ହୋଇଥିଲେ ହେଁ ଏଥିରେ ବିଭିନ୍ନ ଜାତିର ଲୋକ ବାର ଦେହେଲିଆ ଭାବେ ରହିଥାନ୍ତି l ଯାତ୍ରାର ଆଠ ଦିନ ପୂର୍ବରୁ ଗୁଡ଼ି ପ୍ରବେଶ ହୋଇ ପ୍ରତି ଦିନ ସନ୍ଧ୍ୟାରେ ମା’ ଙ୍କର ପୂଜା ହୋଇଥାଏ l ଯାତ୍ରାର ଏକ ଲୋକ ବିଶ୍ୱାସ ଆଜିବି ରହିଆସିଛି ଯେ, ଯାତ୍ରାର ପୂର୍ବ ରାତ୍ରୀ ପୂଜା ସ୍ଥାନରେ ଗୋରସ ରଖି ଦିଆଯାଇ ଥାଏ ଓ ସେହି ଗୋରସକୁ ରାତ୍ରୀରେ ବାଘ ଆସି ପିଇ ଯାଉଥିବା କୁହାଯାଏ l ତେରେସିଂହା ଯାତ୍ରାର ମୁଖ୍ୟ ପୂଜକ ଦମ୍ବୋଦର ନାଏକ, ବରୁଆ ବିବେକାନନ୍ଦ ନାଏକ ଓ ମିନକେତନ ନାଏକ, ଛତ୍ରିଆ ଗୋପାଳ ନାଏକ, ଯାତ୍ରା କମିଟି ସଭାପତି ରୁଦ୍ର ଭୋଇ, ସମ୍ପାଦକ ସୁବିନ୍ଦ୍ର ରଣା, ଲତାବନ ରଣା, ସନାତନ ନାଏକ, ଧର୍ମ ରଣା, ଦୈତାରି ନାଏକ, ଜଗବନ୍ଧୁ ଭୋଇ, ନିର୍ମଳ ରଣା, ଗୋପାଳ ବାଗ ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ l ସେହିପରି ବେଲପଡ଼ା ଯାତ୍ରା କମିଟି ପକ୍ଷରୁ ମଧ୍ୟ ଶାନ୍ତିଶୃଙ୍ଖଳା ସହ ପାଟଖଣ୍ଡା ଯାତ୍ରା ସମ୍ପର୍ନ୍ନ ହୋଇଯାଇଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମମତା ମୟୀ ମାଆ

କବିତା – କବିତା ଦିବସ

Sunil Chandra Nayak

ବିଜ୍ଞାନର ଦ୍ଵାହିଦେଇ ଧାର୍ମିକ ବିଶ୍ୱାସର ପରିହାସ ନିନ୍ଦନୀୟ – କୁସୁମ..

Sunil Chandra Nayak

Leave a Comment

error: Content is protected !!