ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ତୁମେ ଆଉ ମୁଁ

ତୁମେ ଆଉ ମୁଁ

ଉପେନ୍ଦ୍ର କୁମାର ବସ୍ତିଆ

     
ତୁମେ ବସନ୍ତର ଚୋରା ଚଇତାଳି
    ମୁଁ ଯେ କାଳ ବଇଶାଖି 
ତୁମ ମୁଖେ ଫୁଟେ ହସର ଜୁଆର 
    ମୋର ଲୁହ ଭିଜା ଆଖି ।।
ତୁମେ ପୂର୍ଣ୍ଣିମାର ମଧୁଝରା ରାତି 
    ମୁଁ ତ ଅମାବାସ୍ୟା ତିଥି 
କଥାଦେଇ କଥା ରଖି ପାରିଲନି 
    ଦୁଃଖେ କାଟେ କାଳରାତ୍ରୀ ।।
ତୁମେ ବରଷାର ଭିଜାମାଟି ବାସ୍ନା 
     ମୁଁ ଯେ,ମାଘମାସ ଜାଡ 
ତୁମେ ହୋଇଗଲ ଜୀବନ୍ତ ପ୍ରତିମା 
    ମୁଁ ଯେ ପାଲଟିଲି ଜଡ।।
ତୁମେ ଶୀତ ଦିନ କଅଁଳ ସକାଳ 
    ମୁଁ ଗ୍ରୀଷମ ଦ୍ୱିପ୍ରହର 
ତୁମେ ପାଲଟିଲ ଗଙ୍ଗା ଗୋଦାବରୀ 
    ମୁଁ ଯେ ପାପବାନ ନର ।।
ତୁମେ ହିମାଳୟ ବରଫ ଖଣ୍ଡ ଯେ, 
    ମୁଁ ସାହାରା ମରୁ ବାଲି 
ତୁମେ ବରଷାରେ ଭିଜୁ ଥାଅ ନୀତି 
    ମୁଁ ଯେ ଯାଉଥାଏ ଜଳି।।
ତୁମ ମୋ ଭିତର ପ୍ରେମର ବାଜିରେ 
    ମୁଁ ଯେ ପଡ଼ିଗଲି ବଳୀ 
ମୁଁ ଯେ ଫାସିଖୁଣ୍ଟେ ଝୁଲିଲା ବେଳକୁ 
    ତୁମେ ମାରୁଥିବ ତାଳି ।।

ରାଉରକେଲା

Related posts

ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରସଙ୍ଗ….ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଏବଂ ଓପିଏସସି ଉଲ୍ଲଙ୍ଘନ ଅଭିଯୋଗ

ବାଳିକା ମାନଂକ ପାଇଁ ଆତ୍ମ ରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

ଗୋଟିଏ ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ

Sunil Chandra Nayak

Leave a Comment

error: Content is protected !!