ତୁମେ ଆଉ ମୁଁ
ଉପେନ୍ଦ୍ର କୁମାର ବସ୍ତିଆ
ତୁମେ ବସନ୍ତର ଚୋରା ଚଇତାଳି
ମୁଁ ଯେ କାଳ ବଇଶାଖି
ତୁମ ମୁଖେ ଫୁଟେ ହସର ଜୁଆର
ମୋର ଲୁହ ଭିଜା ଆଖି ।।
ତୁମେ ପୂର୍ଣ୍ଣିମାର ମଧୁଝରା ରାତି
ମୁଁ ତ ଅମାବାସ୍ୟା ତିଥି
କଥାଦେଇ କଥା ରଖି ପାରିଲନି
ଦୁଃଖେ କାଟେ କାଳରାତ୍ରୀ ।।
ତୁମେ ବରଷାର ଭିଜାମାଟି ବାସ୍ନା
ମୁଁ ଯେ,ମାଘମାସ ଜାଡ
ତୁମେ ହୋଇଗଲ ଜୀବନ୍ତ ପ୍ରତିମା
ମୁଁ ଯେ ପାଲଟିଲି ଜଡ।।
ତୁମେ ଶୀତ ଦିନ କଅଁଳ ସକାଳ
ମୁଁ ଗ୍ରୀଷମ ଦ୍ୱିପ୍ରହର
ତୁମେ ପାଲଟିଲ ଗଙ୍ଗା ଗୋଦାବରୀ
ମୁଁ ଯେ ପାପବାନ ନର ।।
ତୁମେ ହିମାଳୟ ବରଫ ଖଣ୍ଡ ଯେ,
ମୁଁ ସାହାରା ମରୁ ବାଲି
ତୁମେ ବରଷାରେ ଭିଜୁ ଥାଅ ନୀତି
ମୁଁ ଯେ ଯାଉଥାଏ ଜଳି।।
ତୁମ ମୋ ଭିତର ପ୍ରେମର ବାଜିରେ
ମୁଁ ଯେ ପଡ଼ିଗଲି ବଳୀ
ମୁଁ ଯେ ଫାସିଖୁଣ୍ଟେ ଝୁଲିଲା ବେଳକୁ
ତୁମେ ମାରୁଥିବ ତାଳି ।।
ରାଉରକେଲା